କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅମରନାଥ ଯାତ୍ରାର ପ୍ରସ୍ତୁତି ସମୀକ୍ଷା

Advertisment
କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅମରନାଥ ଯାତ୍ରାର ପ୍ରସ୍ତୁତି ସମୀକ୍ଷା

NDTV.com

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅମରନାଥ ଯାତ୍ରାର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଯାତ୍ରୀମାନଙ୍କ ସୁରକ୍ଷା ଓ ସୁବିଧା ସମ୍ପର୍କରେ ଆଲୋଚନା କରିଛନ୍ତି। ସେ କହିଛନ୍ତି ଅମରନାଥ ଯାତ୍ରାରେ ସାମିଲ୍ ହେବାକୁ ଯାଉଥିବା ଯାତ୍ରୀମାନେ ଯେପରି ସୁବିଧାରେ ଦର୍ଶନ କରିପାରିବେ ଏବଂ ସେମାନଙ୍କୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ନ ପଡେ ଏହା ମୋଦୀ ସରକାରଙ୍କର ପ୍ରାଥମିକତା। ଯାତ୍ରୀ ମାନଙ୍କର ଯାତାୟାତ ସୁବିଧା, ରହିବା ସୁବିଧା, ବିଦ୍ୟୁତ୍‌, ଜଳ, ଯୋଗାଯୋଗ ଏବଂ ସ୍ୱାସ୍ଥ୍ୟ ସମେତ ସମସ୍ତ ଆବଶ୍ୟକ ସୁବିଧା ଗୁଡିକର ପର୍ଯ୍ୟାପ୍ତ ବ୍ୟବସ୍ଥା କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ୍ – ୧୯ ମହାମାରୀ ପରେ ଏହା ପ୍ରଥମ ଯାତ୍ରା।

ଅତ୍ୟଧିକ ଉଚ୍ଚତା କାରଣରୁ ଯଦି ଲୋକମାନଙ୍କୁ କୌଣସି ପ୍ରକାରର ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଦେଖାଦିଏ, ସେଥିପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ ପଡିବ। ଯାତ୍ରା ପଥରେ ଉତ୍ତମ ଯୋଗାଯୋଗ ଏବଂ ସୂଚନା ପ୍ରଦାନ କରିବା ନିମନ୍ତେ ମୋବାଇଲ୍ ଟାୱାର ସଂଖ୍ୟା ବୃଦ୍ଧି କରାଯିବା। ଭୂସ୍ଖଳନ ହେବା ସ୍ଥିତିରେ ମାର୍ଗକୁ ତୁରନ୍ତ ଖୋଲିବା ନିମନ୍ତେ ମେସିନ୍‌କୁ ନିୟୋଜନ କରିବା ନିମନ୍ତେ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ୍ ସିଲିଣ୍ଡର ଉପଲବ୍ଧ କରିବା ସହିତ ୬୦୦୦ ଫୁଟରୁ ଅଧିକ ଉଚ୍ଚତା ଉପରେ ଅଧିକ ସଂଖ୍ୟାରେ ଚିକିତ୍ସା ଶଯ୍ୟା ଏବଂ କୌଣସି ପ୍ରକାରର ଆପତକାଳୀନ ଚିକିତ୍ସାର ସ୍ଥିତି ଉପୁଜିଲେ ସେଥରୁ ଉଦ୍ଧାର ପାଇବା ପାଇଁ ଆମ୍ବୁଲାନ୍ସ ତଥା ହେଲିକପ୍ଟର ନିୟୋଜନ କରିବା ପାଇଁ ମଧ୍ୟ କହିଛନ୍ତି। ଯାତ୍ରୀ ମାନଙ୍କର ସୁବିଧା ନିମନ୍ତେ ଅମରନାଥ ଯାତ୍ରା ସମୟରେ ସବୁ ପ୍ରକାରର ପରିବହନ ସେବାକୁ ବୃଦ୍ଧି କରାଯିବା ଉଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe