ଅମୃତ ୨.୦ ପ୍ରକଳ୍ପଗୁଡିକ ନିମନ୍ତେ ୬୬,୭୫୦ କୋଟି ଆବଣ୍ଟନ କରାଯାଇଛି

Advertisment

ସେଥିରୁ ଓଡିଶାର ଭାଗ ୧୩୬୩ କୋଟି

ସେଥିରୁ ଓଡିଶାର ଭାଗ ୧୩୬୩ କୋଟି

ଖୋର୍ଦ୍ଧା ଗ୍ରାମାଞ୍ଚଳର ୧ଲକ୍ଷ ୮ ହଜାର ପରିବାରରେ ପହଞ୍ଚି ପାରିନି ପାଇପ ଜଳ

The Financial Express

ନୂଆଦିଲ୍ଲୀ : ବାସଗୃହ ଏବଂ ସହର ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୌଶଳ କିଶୋର ସୋମବାର ଦିନ ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ମାଧ୍ୟମରେ କହିଛନ୍ତି ଯେ, କାୟାକଳ୍ପ ଏବଂ ସହରୀ ପରିବର୍ତନ ନିମନ୍ତେ ଅଟଳ ମିଶନ ୨.୦ (ଅମୃତ ୨.୦) ଯୋଜନା, ୧ ଅକ୍ଟୋବର, ୨୦୨୧ରୁ ପାଂଚବର୍ଷର ଅବଧି ନିମନ୍ତେ ଆରମ୍ଭ ହୋଇଛି, ଅର୍ଥାତ୍ ବିତ୍ତୀୟ ବର୍ଷ ୨୦୨୧-୨୨ରୁ ୨୦୨୫-୨୬ ପର୍ଯ୍ୟନ୍ତ ଏହା କାର୍ଯ୍ୟ କରିବ। ଅମୃତ ୨.୦ ଅଧୀନରେ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶଗୁଡିକୁ ସମ୍ପୂର୍ଣ୍ଣ ମିଶନ ଅବଧି ନିମନ୍ତେ ପୁଞ୍ଜି ଆବଂଟନ କରାଯାଇଛି। ଏବେ ସୁଦ୍ଧା କୌଣସି ଉପଯୋଗ ପ୍ରମାଣପତ୍ର ପ୍ରାପ୍ତ ହୋଇ ନାହିଁ।

ଓଡିଶାର ପ୍ରକଳ୍ପଗୁଡିକ ନିମନ୍ତେ କେନ୍ଦ୍ର ୧,୩୬୩ କୋଟି ଟଙ୍କା ଆବଣ୍ଟନ କରିଥିବା ବେଳେ ବିଭିନ୍ନ ବର୍ଗରେ ମୋଟ ୧୮୪ କୋଟି ଟଙ୍କା ପ୍ରଦାନ କରାଯାଇଛି। ଅମୃତ ୨.୦ ପ୍ରକଳ୍ପଗୁଡିକ ନିମନ୍ତେ ୬୬,୭୫୦ କୋଟି ଟଙ୍କାର କେନ୍ଦ୍ରୀୟ ଆବଂଟନର ସମାନ ପଦ୍ଧତିକୁ ବ୍ୟବହାର କରି ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶଗୁଡିକ ମଧ୍ୟରେ ଅର୍ଥ ବିତରଣ କରାଯାଇଛି। ସେହି ଅନୁସାରେ କର୍ଣ୍ଣାଟକ, ଗୁଜରାଟ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗକୁ ଯଥାକ୍ରମେ ୪,୬୧୫ କୋଟି ଟଙ୍କା , ୪,୫୦୦ କୋଟି ଟଙ୍କା, ୪,୦୪୫ କୋଟି ଟଙ୍କା, ୮,୧୪୫ କୋଟି ଏବଂ ୩,୬୫୦ କୋଟି ଟଙ୍କା ଆବଂଟନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe