ଶ୍ରେଣୀରେ ଭଗବାନ ବିଷ୍ଣୁ ଓ ବ୍ରହ୍ମାଙ୍କ ସଂପର୍କରେ ଅରୁଚିକର ମନ୍ତବ୍ୟ ଦେଇ ନିଲମ୍ବିତ ହେଲେ ଏଏମୟୁ ଅଧ୍ୟାପକ

Advertisment
ଶ୍ରେଣୀରେ ଭଗବାନ ବିଷ୍ଣୁ ଓ ବ୍ରହ୍ମାଙ୍କ ସଂପର୍କରେ ଅରୁଚିକର ମନ୍ତବ୍ୟ ଦେଇ ନିଲମ୍ବିତ ହେଲେ ଏଏମୟୁ ଅଧ୍ୟାପକ

ନୂଆଦିଲ୍ଲୀ: ହିନ୍ଦୁ ଦେବତାଙ୍କ ସଂପର୍କରେ ଅସମ୍ମାନଜନକ ବାଖ୍ୟା କରି ଅଲିଗଡ଼ ମୁସଲିମ ବିଶ୍ବବିଦ୍ୟାଳୟ(ଏଏମୟୁ )ର ଅଧ୍ୟାପକ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି । ଦୁଷ୍କର୍ମ ବିଷୟରେ ଛାତ୍ରଛାତ୍ରୀଙ୍କୁ ପଢ଼ାଇବାକୁ ଯାଇ ଅଧ୍ୟାପକ ଯେଉଁ ସବୁ ଉଦାହରଣ ଦେଇଥିଲେ, ସେଥିପାଇଁ ତାଙ୍କୁ ନିଲମ୍ବିତ କରଯାଇଛି। ହିନ୍ଦୁଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଥିବାରୁ ଅଧ୍ୟାପକ ଡ. ଜିତେନ୍ଦ୍ର କୁମାରଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି।

ସୂଚନା ମୁତାବକ, ଭାରତରେ ଦୁଷ୍କର୍ମ ଏବଂ ଏହାର ଐତିହାସିକ ଓ ଧାର୍ମିକ ପ୍ରସଙ୍ଗ ବିଷୟରେ ଡ. ଜିତେନ୍ଦ୍ର କୁମାର ଛାତ୍ରଛାତ୍ରୀଙ୍କୁ ପଢ଼ାଉଥିଲେ। ଏହି ସମୟରେ ଏକ ସ୍ଲାଇଡ ସୋ’ ମାଧ୍ୟମରେ ସେ ଛାତ୍ରଛାତ୍ରୀଙ୍କୁ ଦୁଷ୍କର୍ମର ଇତିହାସ ବିଷୟରେ ଜଣାଇଥିଲେ। ସ୍ଲାଇଡ ସୋ’ରେ ବ୍ରହ୍ମା ତାଙ୍କ ଝିଅକୁ ଦୁଷ୍କର୍ମ କରିବା, ଇନ୍ଦ୍ର ଋଷି ଗୌତମଙ୍କ ବେଶ ଧାରଣ କରି ଦୁଷ୍କର୍ମ କରିବା ଏବଂ ରାଜା ଜଲନ୍ଧରଙ୍କ ସ୍ତ୍ରୀଙ୍କୁ ଭଗବାନ ବିଷ୍ଣୁ ଦୁଷ୍କର୍ମ କରିବା ବିଷୟରେ ଅବତାରଣା କରିଥିଲେ ଜିତେନ୍ଦ୍ର କୁମାର। ଏହା ସହ ନିର୍ଭୟା ଏବଂ ମଥୁରା ଦୁଷ୍କର୍ମ ଘଟଣା ବିଷୟରେ ମଧ୍ୟ ସେ ଛାତ୍ରଛାତ୍ରୀଙ୍କୁ କହିଥିଲେ। ଏ ନେଇ ଏଏମୟୁ  ଛାତ୍ରଛାତ୍ରୀ ଟ୍ବିଟ କରି ଏହାର ବିରୋଧ କରିବା ପରେ ଏବେ ଜିତେନ୍ଦ୍ର କୁମାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏଏମୟୁ।

publive-image

ଏହିପରି ଘଟଣାର ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ ପଦକ୍ଷେପ ନେବାକୁ ବିଶ୍ୱବିଦ୍ୟାଳୟ ଦୁଇ ସଦସ୍ୟ ବିଶିଷ୍ଟ ଅନୁସନ୍ଧାନ କମିଟି ଗଠନ କରିଛି। ଏହା ସହ ଡକ୍ଟର ଜିତେନ୍ଦ୍ର କୁମାର ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe