ଆଇସ-କ୍ରିମରୁ ବିଛା ବାହାରିବା ପରେ ଅମୁଲ ଦେଲା ଏଭଳି ପ୍ରତିକ୍ରିୟା

ଆଇସ-କ୍ରିମରୁ ବିଛା ବାହାରିବା ପରେ ଅମୁଲ ଦେଲା ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ଅନଲାଇନ ଖାଦ୍ୟକୁ ନେଇ ଗ୍ରାହକଙ୍କ କ୍ରମାଗତ ଅଭିଯୋଗ ସାମ୍ନାକୁ ଆସିବାରେ ଲାଗିଛି। କିଛିଦିନ ତ‌ଳେ ଜଣେ ଡାକ୍ତର ଗ୍ରାହକ ଅନଲାଇନରୁ ମଗାଇଥିବା ଆଇସକ୍ରିମରୁ କଟା ଆଙ୍ଗୁଳି ବାହାରିବା ପରେ  ନୋଏଡା ସେକ୍ଟର-୧୨ରେ ବସବାସ କରୁଥିବା ଦୀପାଙ୍କ ପିଲାଙ୍କ ସହିତ ବି ଏପରି ଏକ ଘଟଣା ଘଟିଛି।

ଦୀପାଙ୍କ ପିଲାମାନେ ଇନଷ୍ଟାଣ୍ଟ ଡେଲିଭରି ଆପ ଅନ୍‌ଲାଇନ୍‌ ଜରିଆରେ ୧୯୫ଟଙ୍କା ଦେଇ ଅମୁଲ ଭାନିଲା ମ୍ୟାଜିକ୍‌ ଫ୍ଲେଭର ଆଇସ୍‌କ୍ରିମ ମଗାଇଥିଲେ। ଦୀପାଙ୍କ ପିଲାମାନେ ଯେତେବେଳେ ଆଇସ୍‌କ୍ରିମ ଖାଇବ‌ା ପାଇଁ ଡବା ଖୋଲିଥିଲେ ତା’ ଭିତରେ ଏକ ଜୀବନ୍ତ ବିଛା ଥିବା ଦେଖିବାକୁ ମିଳିଥିଲା।

ତୁରନ୍ତ ଏନେଇ ଦୀପା ବ୍ଲିଙ୍କଇଟ୍‌ରେ ଅଭିଯୋଗ କରିଥିଲେ। ଏହାପରେ କମ୍ପାନି ତୁରନ୍ତ ତାଙ୍କ ଟଙ୍କା ଫେରସ୍ତ କରିଥିଲା କିନ୍ତୁ ଘଟଣା ସମ୍ପର୍କରେ କୌଣସି ପ୍ରତିକ୍ରିୟା ‌ଦେଇ ନଥିଲା।

ସୋମବାର କମ୍ପାନି ପ୍ରତିକ୍ରିୟା ଦେଇ କହିଛି, ‘ମହିଳାଙ୍କ ସହିତ ଘଟିଥିବା ଏହି ଅସୁବିଧା ପାଇଁ ଆମେ ଦୁଃଖୀତ ଅଛୁ। ଏହି ଘଟଣା ସାମ୍ନାକୁ ଆସିବା ପରେ ଆମେ ଗ୍ରାହକଙ୍କୁ ‌ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ।

ଏହାପରେ ତାଙ୍କ ସହିତ ସ‌ାକ୍ଷାତ କରିବାକୁ ଅନୁମତି ମାଗିଥିଲୁ। ସେ ଅନୁମତି ଦେବାପରେ ଗ୍ରାହକଙ୍କୁ ଭେଟି ତାଙ୍କ ଠାରୁ ସେ ମଗାଇଥିବା ଆଇସ-କ୍ରିମ ଡବାକୁ ଫେରାଇ ଆଣିଥିଲୁ। କାରଣ ଏହାର ଠିକ ଭାବେ ଯାଞ୍ଚ କରାଯାଇପାରିବ। ମହିଳାଙ୍କ ଠାରୁ ଆଇକ୍ରିମ ଡବା ନଆଣିଥିଲେ ଘଟଣାର ଯାଞ୍ଚ ଠିକ ଭାବେ କରାଯାଇ ପାରି ନଥାଆନ୍ତା।  ଏହି ଘଟଣା ଆମର ପ୍ୟାକିଂ ଓ ବିତରଣ ଚେନକୁ ନେଇ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe