ଦୁର୍ଘଟଣାଗ୍ରସ୍ତ ବିମାନ ଏଏନ୍‌-୩୨ର ବ୍ଲାକ୍‌ ବକ୍ସ ସହ ୧୩ଜଣଙ୍କ ମୃତଦେହ ଉଦ୍ଧାର କଲେ ଉଦ୍ଧାରକାରୀ ଦଳ

ଦୁର୍ଘଟଣାଗ୍ରସ୍ତ ବିମାନ ଏଏନ୍‌-୩୨ର ବ୍ଲାକ୍‌ ବକ୍ସ ସହ ୧୩ଜଣଙ୍କ ମୃତଦେହ ଉଦ୍ଧାର କଲେ ଉଦ୍ଧାରକାରୀ ଦଳ

India.com

ନୂଆଦିଲ୍ଲୀ : ବୁଧବାର ନିଖୋଜ ହୋଇଥିବା ବାୟୁସେନା ବିମାନ ଏଏନ୍‌-୩୨ର ପତ୍ତା ମିଳିବା ପରେ ଦୁର୍ଘଟଣା ଘଟିଥିବା ସ୍ଥଳରେ ଗୁରୁବାର ସକାଳେ ଯାଇ ପହଞ୍ଚିଥିଲା ବାୟୁସେନାର ୮ଜଣିଆ ଉଦ୍ଧାରକାରୀ ଦଳ । ଉଦ୍ଧାରକାରୀ ଦଳର ୮ଜଣିଆ ଟିମ୍‌ ପହଞ୍ଚିବା ପରେ ବିମାନରେ ଥିବା ସମସ୍ତ ୧୩ଜଣଙ୍କ ମଧ୍ୟରୁ କେହି ବଞ୍ଚି ନଥିବା ସ୍ପଷ୍ଟ ହୋଇଥିଲା । ଏବେ ମୃତ ୧୩ଜଣଙ୍କ ଶବକୁ ଉଦ୍ଧାର କରାଯିବା ସହ ବିମାନର ବ୍ଲାକ୍‌ ବକ୍ସ ମଧ୍ୟ ଉଦ୍ଧାରକାରୀ ଦଳ ଖୋଜି ପାଇଥିବା ନେଇ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି । ଉଦ୍ଧାର କରାଯାଇଥିବା ମୃତଦେହକୁ ବାୟୁସେନାର ହେଲିକପ୍ଟର ସାହାଯ୍ୟରେ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି । ଏହା ସହ ବିମାନରେ ଉପସ୍ଥିତ ଥିବା ସମସ୍ତ ୧୩ଜଣ ସହିଦ୍‌ ହେବା ପରେ ବାୟୁସେନା ପକ୍ଷରୁ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି  ଦିଆଯାଇଛି ।

ଗୁରୁବାର ସମସ୍ତ ୧୩ଜଣ ମୃତ୍ୟୁବରଣ କରିଥିବା ନେଇ ସୂଚନା ମିଳିଥିବା ବେଳେ ମୃତକମାନଙ୍କ ପରିଚୟ ସାମ୍ନାକୁ ଆସିଥିଲା । ମୃତକଙ୍କ ମଧ୍ୟରେ ଉଇଙ୍ଗ କମାଣ୍ଡର ଜିଏମ୍‌ ଚାଲର୍ସ, ସ୍କ୍ଵାର୍ଡନ ଲିଡର ଏଚ୍‌ ବିନୋଦ, ଫ୍ଲାଇଟ୍‌ ଲେପ୍ଟନାଣ୍ଟ ଆର୍‌ ଥପା, ଫ୍ଲାଇଟ୍‌ ଲେପ୍ଟନାଣ୍ଟ ଏ ତନଓ୍ଵର, ଫ୍ଲାଇଟ୍‌ ଲେପ୍ଟନାଣ୍ଟ ତଥା ଓଡ଼ିଆ ପୁଅ ସୁନୀତ ମହାନ୍ତି, ଫ୍ଲାଇଟ୍‌ ଲେପ୍ଟନାଣ୍ଟ ଏମ୍‌.କେ ଗର୍ଗ, ଓ୍ଵାରେଣ୍ଟ ଅଫିସର କେକେ ମିଶ୍ର, ସାର୍ଜେଣ୍ଟ ଅନୁପ କୁମାର, କର୍ପୋରାଲ ଶେରିନ୍‌, ଲିଡ୍‌ ଏୟାରକ୍ରଫ୍ଟ ମ୍ୟାନ୍‌ ଏସ୍‌.କେ ସିଂହ, ଲିଡ୍‌ ଏୟାରକ୍ରଫ୍ଟ ମ୍ୟାନ୍‌ ପଙ୍କଜ, ଅଣ ସାମରିକ କର୍ମଚାରୀ ରଜେଶ କୁମାର ରହିଥିଲେ ।

publive-image

ସୂଚନା ମୁତାବକ, ସୋମବାର ୧୩ଜଣଙ୍କୁ ନେଇ ବାୟୁସେନା ବିମାନ ଏଏନ୍‌-୩୨ଆସାମର ଯୋରହାଟରୁ ମେଞ୍ଚୁକା ଅଭିମୁଖେ ଉଡ଼ାଣ ଭରିଥିଲା। ଜୋର୍‌ହାଟରୁ ଉଡ଼ାଣ ଭରିବାର ୩୩ମିନିଟ୍‌ ପରେ ବିମାନଟି ରାଡାରରୁ ନିଖୋଜ ହୋଇ ଯାଇଥିଲା । ଦିନ ୧୨ଟା ୨୭ମିନିଟ୍‌ରେ ବିମାନଟି ଉଡ଼ାଣ ଭରିଥିବା ବେଳେ ଦିନ ୧ଟାରେ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe