ବୌଦ୍ଧଧର୍ମର ତୃତୀୟ ବୃହତ୍ତମ ପଦରେ ୮ ବର୍ଷର ବାଳକ

Advertisment
ବୌଦ୍ଧଧର୍ମର ତୃତୀୟ ବୃହତ୍ତମ ପଦରେ ୮ ବର୍ଷର ବାଳକ

NDTV.com

ନୂଆଦିଲ୍ଲୀ : ଆମେରିକାରେ ଜନ୍ମିତ ମଙ୍ଗୋଲିଆର ଜଣେ ବାଳକ ତିବ୍ବତୀୟ ବୌଦ୍ଧଧର୍ମର ତୃତୀୟ ବୃହତ୍ତମ ପଦ ଲାଗି ଦଲାଇ ଲାମାଙ୍କ ଦ୍ବାରା ମନୋନୀତ ହୋଇଛନ୍ତି। ତାଙ୍କୁ ଦଶମ ଖାଲଖା ଜେତସୁନ ଧାମ୍ପା ରିନପୋଚ ଭାବେ ମନୋନୀତ କରାଯାଇଛି।

ସୂଚନା ଅନୁସାରେ ଗତ ମାର୍ଚ୍ଚ ୮ ତାରିଖରେ ହିମାଚଳପ୍ରଦେଶର ଧର୍ମଶାଳାଠାରେ ଆୟୋଜିତ ଏକ ଉତ୍ସବରେ ଦଲାଇଲାମାଙ୍କୁ ଉକ୍ତ ବାଳକ ସହ ଦେଖିବାକୁ ମିଳିଥିଲା। ଧର୍ମଶାଳାରେ ସ୍ବନିର୍ବାସିତ ଜୀବନ ବିତାଉଥିବା ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମା ବାଳକକୁ ମୁକୁଟ ପିନ୍ଧାଇ ଉକ୍ତ ପଦରେ ଅଭିଷିକ୍ତ କରାଇବାର ଫଟୋଚିତ୍ର ଉତ୍ତୋଳିତ ହୋଇଛି। ଆମେରିକାରେ ଜନ୍ମିତ ବାଳକର ଏକ ଯମଜ ଭ୍ରାତା ଅଛି। ତା’ର ପିତା ଏକ ବିଶ୍ବବିଦ୍ୟାଳୟର ପ୍ରଫେସର ଏବଂ ତା’ର ଜେଜେବାପା ଜଣେ ପୂର୍ବତନ ମଙ୍ଗୋଲୀୟ ସାଂସଦ। ଜଣେ ୮ ବର୍ଷର ବାଳକକୁ ଦଲାଇ ଲାମା ତୃତୀୟ ସର୍ବୋଚ୍ଚପଦରେ ଅଭିଷିକ୍ତ କରାଇବା ଘଟଣାକୁ ନେଇ ଚୀନ୍ କ୍ରୋଧିତ ହୋଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe