Times Now
ହାଫିଜାବାଦ : ଦେଶ ବାହାରେ ପ୍ରେମ କରି ବାହା ହେବାରେ ସଫଳ ହୋଇଛନ୍ତି ପୋଲାଣ୍ଡର ଜଣେ ୮୩ ବର୍ଷୀୟ ବୃଦ୍ଧା। ପାକିସ୍ତାନ ଆସି ନିଜର ୨୮ ବର୍ଷୀୟ ପ୍ରେମିକଙ୍କୁ ସେ ବାହା ହୋଇଛନ୍ତି। ବ୍ରୋମା (୮୩) କେନ୍ଦ୍ରୀୟ ପଞ୍ଜାବର ହାଫିଜାବାଦ ସହରରେ ପହଞ୍ଚି ଅଟୋ ମେକାନିକ୍ ହାଫିଜ ମହମ୍ମଦ ନାଦିମ (୨୮)ଙ୍କୁ ବିବାହ କରିଛନ୍ତି। ସୋସିଆଲ ମିଡିଆରେ ସେମାନଙ୍କ ବିବାହ ଖବର ଭାଇରାଲ ହୋଇଛି।
ବ୍ରୋମା ଜଣେ ଅବସରପ୍ରାପ୍ତ ପୁଲିସ। ୬ ବର୍ଷ ପୂର୍ବେ ସୋସିଆଲ ମିଡ଼ିଆରେ ଉଭୟଙ୍କ ମଧ୍ୟରେ ସଂପର୍କ ସ୍ଥାପନ ହୋଇଥିଲା। ସେମାନଙ୍କ ବନ୍ଧୁତା କ୍ରମେ ପ୍ରେମରେ ପରିଣତ ହେଲା। ଶେଷରେ ଉଭୟେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ନିଜର ପ୍ରତିଶ୍ରୁତି ରକ୍ଷା କରି ବ୍ରୋମା ପୋଲାଣ୍ଡରୁ ପାକିସ୍ତାନ ଆସିଥିଲେ। ସେ ଇସ୍ଲାମ ଧର୍ମ ଗ୍ରହଣ କରିଥିଲେ। ଏହାପରେ ପାରମ୍ପରିକ ରୀତିରେ ସେମାନଙ୍କ ବିବାହ ଅନୁଷ୍ଠିତ ହୋଇଥିଲା।
Follow Us