ରାଜପଥରେ ଓହ୍ଲାଇଲା ବାୟୁସେନା ବିମାନ

Advertisment

ଖଡ଼ଗପୁର-ବାଲେଶ୍ବର ରୋଡ୍ ଏବଂ ଖଡ଼ଗପୁର-କେନ୍ଦୁଝର ରୋଡ୍‌ରେ ବି ହେବ ଏୟାରଷ୍ଟ୍ରିପ୍‌

ଖଡ଼ଗପୁର-ବାଲେଶ୍ବର ରୋଡ୍ ଏବଂ ଖଡ଼ଗପୁର-କେନ୍ଦୁଝର ରୋଡ୍‌ରେ ବି ହେବ ଏୟାରଷ୍ଟ୍ରିପ୍‌

ରାଜପଥରେ ଓହ୍ଲାଇଲା ବାୟୁସେନା ବିମାନ

ଭାରତର ପ୍ରଥମ ଇଏଲ୍‌ଏଫ୍‌

ନୂଆଦିଲ୍ଲୀ : ରାଜସ୍ଥାନର ବାରମେରଠାରେ ଜାତୀୟ ରାଜପଥ-୯୨୫ର ସତ୍ତା-ଗନ୍ଧବ ଷ୍ଟ୍ରେଚ୍‌ରେ ବାୟୁସେନା ବିମାନର ଜରୁରୀ ଅବତରଣ ସୁବିଧାର ଅୟମାରମ୍ଭ ହୋଇଛି। ଏନ୍‌ଏଚ୍‌ଏଆଇ ଏଥିପାଇଁ ଏଠାରେ ଏକ ତିନି କିଲୋମିଟର ଦୀର୍ଘ ପଟି ନିର୍ମାଣ କରିଛି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ସଡ଼କ-ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଗୁରୁବାର ଏହି ଇମର୍ଜେନ୍ସି ଲ୍ୟାଣ୍ଡିଂ ଫାସିଲିଟି (ଇଏଲ୍‌ଏଫ୍‌)କୁ ଉଦ୍‌ଘାଟନ କରିଛନ୍ତି। ବାୟୁସେନାର ହର୍କୁଲସ୍ ସି-୧୩୦ଜେ ବିମାନରେ ସିଡିଏସ୍‌ ବିପିନ ରାୱତ ଓ ଏୟାର୍ ଚିଫ୍ ମାର୍ସାଲ୍ ଆର୍‌କେଏସ୍‌ ଭାଦୁରିଆଙ୍କ ସହ ମନ୍ତ୍ରିଦ୍ବୟ ବସି ଲ୍ୟାଣ୍ଡିଂ ଷ୍ଟ୍ରିପ୍‌ରେ ଅବତରଣ କରିଥିଲେ। ମନ୍ତ୍ରିଦ୍ବୟଙ୍କ ସମ୍ମୁଖରେ ସୁଖୋଇ-୩୦ଏମ୍‌କେଆଇ ଲଢ଼ୁଆ ଜେଟ୍‌ର ମଧ୍ୟ ମକ୍ ଜରୁରୀ ଅବତରଣ କରାଯାଇଥିଲା। ଏହାପରେ ବାୟୁସେନାର ଆନ୍‌-୩୨ ସାମରିକ ପରିବହନ ବିମାନ ଏବଂ ମି-୧୭ଭି୫ ହେଲିକପ୍ଟରର ସଫଳ ଅବତରଣ ପରୀକ୍ଷା କରାଯାଇଥିଲା। ଏହା ହେଉଛି ଜାତୀୟ ରାଜପଥ ଉପରେ ନିର୍ମାଣ ହୋଇଥିବା ଭାରତର ପ୍ରଥମ ଇଏଲ୍‌ଏଫ୍। ଯୁଦ୍ଧ ଭଳି ପରିସ୍ଥିତିରେ ଏ ପ୍ରକାର ଜରୁରୀ ଅବତରଣ ସୁବିଧା ଅତ୍ୟନ୍ତ ସହାୟକ ହୋଇଥାଏ।

ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ ବାରମେର ଛଡ଼ା ବିଭିନ୍ନ ରାଜପଥର ଅନ୍ୟ ୨୭ଟି ସ୍ଥାନରେ ଅନୁରୂପ ଜରୁରୀ ଅବତରଣ ଫାସିଲିଟି ନିର୍ମାଣ କରାଯାଇପାରିବ କି ନାହିଁ, ସେ ସମ୍ପର୍କରେ ଅନୁଧ୍ୟାନ କରାଯାଉଛି। ଖଡ଼ଗପୁର-ବାଲେଶ୍ବର ରୋଡ୍ ଏବଂ ଖଡ଼ଗପୁର-କେନ୍ଦୁଝର ରୋଡ୍‌ ସେଥି ମଧ୍ୟରେ ରହିଥିବା ଜଣାପଡ଼ିଛି।

ବାୟୁସେନା ମୁଖ୍ୟଙ୍କୁ ଗଡ଼କରୀଙ୍କ ପ୍ରତିଶ୍ରୁତି: ଦେଢବର୍ଷ ନୁହେଁ ୧୫ ଦିନରେ ନିର୍ମାଣ ହେବ ଏୟାରଷ୍ଟ୍ରିପ୍‌
ନୂଆଦିଲ୍ଲୀ : କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଆଜି ବାୟୁସେନା ମୁଖ୍ୟ ଆର୍‌କେଏସ୍‌ ଭଦୋରିଆଙ୍କୁ ଏକ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି। ବାୟୁସେନା ବିମାନ ପାଇଁ ଆଜି ରାଜସ୍ଥାନର ବାର୍‌ମେରରେ ଏକ ଜରୁରୀ ଅବତରଣ ଷ୍ଟ୍ରିପ୍‌ର ଉଦ୍‌ଘାଟନ କରି ନୀତିନ କହିଛନ୍ତି, ବାୟୁସେନା ମୁଖ୍ୟ ଭଦୋରିଆ କହୁଛନ୍ତି, ଗୋଟିଏ ଏୟାରଷ୍ଟ୍ରିପ୍‌ ନିର୍ମାଣ ପାଇଁ ଦେଢ଼ ବର୍ଷ ଲାଗୁଛି। କିନ୍ତୁ ଆଜି ମୁଁ କହୁଛି ଏହା ଦେଢ଼ ବର୍ଷ ନୁହେଁ। ମାତ୍ର ୧୫ ଦିନରେ ଉନ୍ନତ ମାନର ଏୟାରଷ୍ଟ୍ରିପ୍‌ ନିର୍ମାଣ ହେବ। ନୀତିନ କହିଛନ୍ତି, ଆମେ ୩ଟି ବିଶ୍ବ ରେକର୍ଡ କରିଛୁ। କୋଭିଡ୍‌ ସତ୍ତ୍ବେ ଆମେ ପ୍ରତିଦିନ ୩୮ କିମି ରାସ୍ତା‌ ନିର୍ମାଣ କରିଛୁ ଯାହା ବିଶ୍ବରେ ସର୍ବାଧିକ, ଦ୍ବିତୀୟରେ ମୁମ୍ବାଇ-ଦିଲ୍ଲୀ ଏକ୍ସପ୍ରେସ୍‌ୱେରେ ୨୪ ଘଣ୍ଟା‌ରେ ୨.୫ କିମିର ୪ ଥାକିଆ ରାସ୍ତା ନିର୍ମାଣ ଏବଂ ତୃତୀୟଟି ଦିନକରେ ବିଜାପୁରରୁ ସୋଲାପୁରକୁ ୨୬ କିମି ରାସ୍ତା ନିର୍ମାଣ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe