ବାତ୍ୟା ବେଳେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଇଣ୍ଡିଗୋ ବିମାନ

ଚେନ୍ନାଇ ଏୟାରପୋର୍ଟରୁ ଏକ ଭିଡିଓଟି ସାମ୍ନାକୁ ଆସିଛି । ଯେଉଁଠି  ଗୋଟିଏ ଇଣ୍ଡିଗୋ ବିମାନ ଅବତରଣ କରିବାବେଳେ ସମସ୍ୟାର ସମ୍ମୁଖୀନ ହେବା ଦେଖିବାକୁ ମିଳୁଛି । ତେବେ ପାଇଲଟ ସୁରକ୍ଷା ପ୍ରୋକୋଟଲକୁ ପାଳନ କରି ବିମାନକୁ ପୁଣି ଉଡ଼ାଣ କରି ଚାଲିଯାଇଥିଲେ ।

indigo

ଚେନ୍ନାଇ: ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଚେନ୍ନାଇ ଏୟାରପୋର୍ଟରୁ ଏହି ଭିଡିଓଟି ସାମ୍ନାକୁ ଆସିଛି । ଯେଉଁଠି  ଗୋଟିଏ ଇଣ୍ଡିଗୋ ବିମାନ ଅବତରଣ କରିବାବେଳେ ସମସ୍ୟାର ସମ୍ମୁଖୀନ ହେବା ଦେଖିବାକୁ ମିଳୁଛି । ତେବେ ପାଇଲଟ ସୁରକ୍ଷା ପ୍ରୋକୋଟଲକୁ ପାଳନ କରି ବିମାନକୁ ପୁଣି ଉଡ଼ାଣ କରି ଚାଲିଯାଇଥିଲେ ।

 ସୂଚନାଯୋଗ୍ୟ, ଫେଙ୍ଗଲ ବାତ୍ୟା ଯୋଗୁଁ ଚେନ୍ନାଇରେ ପାଗ ବହୁତ ଖରାପ ଥିଲା। ପ୍ରବଳ ପବନ ବହିବା ସହ ଝଡ଼ ସହ ବର୍ଷା ହେଉଥିଲା। ଯେଉଁଥିପାଇଁ ପରେ ବିମାନବନ୍ଦରକୁ ବନ୍ଦ କରିବାକୁ ପଡ଼ିଥିଲା। ସେହି ବିମାନବନ୍ଦରରେ ଇଣ୍ଡିଗୋ ବିମାନଟି ଅବତରଣ କରିବାର ଏହି ଫଟୋ ଭାଇରାଲ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ବିମାନଟି ଲାଣ୍ଡିଂ କରିବାକୁ ଯାଉଥିବାବେଳେ ପ୍ରତିକୂଳ ପରିସ୍ଥିତିକୁ ଦେଖି ପାଇଲଟ ପୁଣି ତାହାକୁ ଉଡ଼ାଇ ନେଇଥିଲେ । 

ଚେନ୍ନାଇରେ ଖରାପ ପାଗ ଯୋଗୁଁ ‘ଗୋ-ଆରାଉଣ୍ଡ’ ପ୍ରକ୍ରିୟା ଅନୁସରଣ କରାଯାଇଛି ବୋଲି ଇଣ୍ଡିଗୋ ପକ୍ଷରୁ ସୂଚନା ଦିଆଯାଇଛି। ଏହା ମୁମ୍ବାଇରୁ ଚେନ୍ନାଇକୁ ବିମାନ ଥିଲା । ଇଣ୍ଡିଗୋ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ବର୍ଷା ଓ ପ୍ରବଳ ପବନ ସମେତ ପ୍ରତିକୂଳ ପାଗ ଯୋଗୁଁ ମୁମ୍ବାଇ-ଚେନ୍ନାଇ ମଧ୍ୟରେ ଉଡ଼ାଣ ଭରିଥିବା ବିମାନ ୬ଇ ୬୮୩ର କକପିଟ୍ କ୍ରୁ ସ୍ଥାପିତ ସୁରକ୍ଷା ପ୍ରୋଟୋକଲ୍ ଅନୁଯାୟୀ ନଭେମ୍ବର ୩୦, ୨୦୨୪ରେ ‘ଗୋ-ଆରାଉଣ୍ଡ୍’ କରିଥିଲେ। ପରେ ବାତ୍ୟା ଯୋଗୁଁ ଚେନ୍ନାଇ ବିମାନବନ୍ଦରକୁ ବନ୍ଦ କରି ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe