ବିଚାରବିଭାଗୀୟ କମିଟି ନିଯୁକ୍ତି ଲାଗି ସୁପ୍ରିମ୍‌ କୋର୍ଟରେ ଆବେଦନ

Advertisment
କ’ଣ ଥିଲା ୧୯୯୮ ନରସିଂହ ରାଓ ମାମଲା: ସୁପ୍ରିମ୍‌କୋର୍ଟଙ୍କ ୫ ବଡ଼ ମନ୍ତବ୍ୟ

moneycontrol.com

ନୂଆଦିଲ୍ଲୀ: ଏକ ବିଚାରବିଭାଗୀୟ କମିଟି ଦ୍ବାରା ସରକାରଙ୍କ ‘ଅଗ୍ନିପଥ’ ଯୋଜନାର ଯାଞ୍ଚ କରିବା ଏବଂ ଏହାକୁ ନେଇ ଦେଶବ୍ୟାପୀ ହୋଇଥିବା ବ୍ୟାପକ ହିଂସାର ତଦନ୍ତ ପାଇଁ ସ୍ବତନ୍ତ୍ର ତଦନ୍ତକାରୀ କମିଟି (ଏସ୍‌ଆଇଟି) ନିଯୁକ୍ତ କରିବା ଲାଗି ଜନୈକ ଓକିଲ ସୁପ୍ରିମ୍‌କୋର୍ଟରେ ଆବେଦନ କରିଛନ୍ତି। ସରକାରଙ୍କ ଚାରିବର୍ଷିଆ ସେନା ନିଯୁକ୍ତି ଯୋଜନାକୁ ବିରୋଧ କରି ହୋଇଥିବା ଆନ୍ଦୋଳନ ବିଷୟ ଉଲ୍ଲେଖ କରି ଆଇନଜୀବୀ ବିଶାଲ ତିୱାରୀ ଦାଏର କରିଥିବା ଜନସ୍ବାର୍ଥ ମାମଲାରେ ଦର୍ଶାଇଛନ୍ତି ଯେ, ସେନାର ଗଠନ ଢାଞ୍ଚାରେ ଏ ପ୍ରକାର ପରୀକ୍ଷାମୂଳକ ମୌଳିକ ପରିବର୍ତ୍ତନ ରଣନୀତିକ ଅନିଶ୍ଚିତତା ଆଣିପାରେ, ଯେଉଁଥିରେ ଜାତୀୟ ସୁରକ୍ଷା ସହ ସାଲିସ କରିବାକୁ ପଡ଼ିପାରେ। ତେଣୁ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଏକ ବିଶେଷଜ୍ଞ କମିଟି ଦ୍ବାରା ତାହାର ଯାଞ୍ଚ କରାଯିବା ଉଚିତ। କୋର୍ଟ ଏଥିପାଇଁ ଜଣେ ସୁପ୍ରିମ୍‌କୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ବରେ ଏକ ବିଶେଷଜ୍ଞ କମିଟି ଗଠନ ପାଇଁ ଆଦେଶ ଦିଅନ୍ତୁ ବୋଲି ସେ ଆବେଦନରେ ଦର୍ଶାଇଛନ୍ତି। ଯୋଜନାକୁ ନେଇ ଉଦ୍‌ବେଗ ପ୍ରକାଶର ମୂଳରେ ରହିଛି ଅତି ସ୍ବଳ୍ପ ଅବଧିର ନିଯୁକ୍ତି ଯୋଜନା ଯେଉଁଥିରେ କୌଣସି ପେନସନ ବ୍ୟବସ୍ଥା ନାହିଁ। ତିୱାରି ଆବେଦନରେ ପୁଣି ଉଲ୍ଲେଖ କରିଛନ୍ତି ଯେ, ସରକାରଙ୍କ ଏହି ଯୋଜନାକୁ ନେଇ ସାରା ଦେଶରେ ବ୍ୟାପକ ସରକାରୀ ସମ୍ପତ୍ତି ନଷ୍ଟ କରାଯାଇଛି। ତେଣୁ ଏହାର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ତଦନ୍ତକାରୀ କମିଟି (ଏସ୍‌ଆଇଟି) ଗଠନ କରାଯାଉ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe