ଜମ୍ମୁ : ଆତଙ୍କବାଦୀ-ସେନା ଗୁଳିବିନିମୟ, ସେନା ଯବାନ ସହିଦ

କଶ୍ମୀର ଉପତ୍ୟକାରେ ୪୮ ଘଣ୍ଟା ମଧ୍ୟରେ ୩ଟି ଏନକାଉଣ୍ଟର ହୋଇଥିବା ବେଳେ ଜମ୍ମୁ ଅଞ୍ଚଳର ଚେନାବ ଉପତ୍ୟକାର କିସ୍ତୱାର ଅଞ୍ଚଳରେ ଚାଲିଥିବା ସେନା- ଆତଙ୍କବାଦୀ ଗୁଳିବିନିମୟରେ ଜଣେ ସେନା ଯବାନ  ସହିଦ ହୋଇଛନ୍ତି ଓ ଅନ୍ୟ ୩ ଜଣ ଗୁରୁତର ଅଛନ୍ତି।

ଅଦ୍ୟତନ ହୋଇଛି
nn

ଜମ୍ମୁ-କଶ୍ମୀରର ବାରାମୁଲ୍ଲା, ଶ୍ରୀନଗର ଏବଂ କିଶ୍ତୱାର ଜିଲ୍ଲାର ୩ଟି ସ୍ଥାନରେ ଶନିବାର ସନ୍ଧ୍ୟାରୁ ବ୍ୟାପକ ସୁରକ୍ଷା ଅଭିଯାନ ଜାରି ରହିଛି। କଶ୍ମୀର ଉପତ୍ୟକାରେ ୪୮ ଘଣ୍ଟା ମଧ୍ୟରେ ୩ଟି ଏନକାଉଣ୍ଟର ହୋଇଥିବା ବେଳେ ଜମ୍ମୁ ଅଞ୍ଚଳର ଚେନାବ ଉପତ୍ୟକାର କିସ୍ତୱାର ଅଞ୍ଚଳରେ ଚାଲିଥିବା ସେନା- ଆତଙ୍କବାଦୀ ଗୁଳିବିନିମୟରେ ଜଣେ ସେନା ଯବାନ  ସହିଦ ହୋଇଛନ୍ତି ଓ ଅନ୍ୟ ୩ ଜଣ ଗୁରୁତର ଅଛନ୍ତି। ରବିବାର  ବାରାମୁଲାର ସୋପୋର ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଥିଲା।

କିସ୍ତୱାରରେ ଏନକାଉଣ୍ଟର ବେଳେ ୨ ପାରା ସ୍ପେଶାଲ ଫୋର୍ସର ରାକେଶ କୁମାର ସହିଦ ହୋଇଛନ୍ତି । ଏହି ଅପରେସନରେ ଅନ୍ୟ ୩ ଜଣ ଯବାନ ଆହତ ହୋଇଥିବା ବେଳେ ସେମାନଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି। ଏହା ପରେ ସେନା ଓ ପୁଲିସ ପକ୍ଷରୁ ତଲାସୀ ଏନକାଉଣ୍ଟରକୁ ତୀବ୍ର କରାଯିବା ସହ ଶ୍ରୀନଗରର ପୂର୍ବ ଉପକଣ୍ଠରେ ଥିବା ଜବରୱାନ ପାହାଡ଼ର ଉପର ମୁଣ୍ଡରେ କେତେକ ଆତଙ୍କବାଦୀଙ୍କୁ ଘେରିରହିଛନ୍ତି । ସେଠାରେ ୩-୪ ଜଣ ଆତଙ୍କବାଦୀ ଥିବା କୁହାଯାଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe