ଦିଲ୍ଲୀ ସମେତ ଉତ୍ତର ଭାରତରେ ଭୂକମ୍ପ ଅନୁଭୂତ, ରିକ୍ଟର ସ୍କେଲରେ ତୀବ୍ରତା ୬.୧

ଦିଲ୍ଲୀ ସମେତ ଉତ୍ତର ଭାରତରେ ଭୂକମ୍ପ ଅନୁଭୂତ, ରିକ୍ଟର ସ୍କେଲରେ ତୀବ୍ରତା ୬.୧

ନୂଆଦିଲ୍ଲୀ: ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ଆଜି ରାତିରେ ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ତାଜିକସ୍ତାନ ବୋଲି ଜଣାପଡ଼ିଛି। ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜୀ (ଏନସିଏସ୍‌) ପକ୍ଷରୁ କୁହଯାଇଛି ଯେ, ରାତି ୧୦ଟା ୩୧ ମିନିଟରେ ଭୂକମ୍ପ ଅନୁୁଭୂତ ହୋଇଛି। ତାଜିକସ୍ତାନରେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ଥିଲା ବୋଲି ସୂଚନା ମିଳିଛି।

ଏନ୍‌ସିଏସ୍‌ ପକ୍ଷରୁ କୁହାଯାଇଛି ଯେ, ତାଜିକସ୍ତାନରେ ୧୦ଟା ୩୧ରେ ଭୂକମ୍ପ ଅନୁଭୂତ ହୋଇଥିଲା। ପଂଜାବର ଅମୃତସରରେ ଏହା ୧୦ଟା ୩୪ରେ ଜଣାପଡ଼ିଥିଲା। ପଂଜାବରେ ଭୂକମ୍ପର ତୀବ୍ରତା ୬.୧ ବୋଲି କୁହାଯାଉଛି।

ଭୂକମ୍ପ ପଂଜାବ, ଜମ୍ମୁକଶ୍ମୀର, ହରିୟାଣା, ଉତ୍ତରାଖଣ୍ଡ, ରାଜସ୍ଥାନ, ଜମ୍ମୁ, ରାଜୌରୀ, ପଂଛରେ ମଧ୍ୟ ଅନୁଭୂତ ହୋଇଛି। ଲୋକେ ଭୟଭୀତ ହୋଇଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ କୌଣସି କ୍ଷୟକ୍ଷତିର ସୂଚନା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe