Daily Express
ଲଣ୍ଡନ: ବ୍ରିଟେନ୍ରେ ବିନା ଲାଇସେନ୍ସରେ ୭୦ ବର୍ଷ ଗାଡି ଚଳାଇବା ପରେ ପୁଲିସ ହାତରେ ଧରା ପଡ଼ିଛନ୍ତି ଜଣେ ୮୩ ବର୍ଷ ବୟସ୍କ ବୃଦ୍ଧ। ବୃଦ୍ଧ ଜଣକ ଦାବି କରିଛନ୍ତି, ସେ ୧୨ ବର୍ଷ ବୟସରୁ ଗାଡ଼ି ଚଳାଉଛନ୍ତି। ସେ ଲାଇସେନ୍ସ କିମ୍ବା ବୀମା କରି ନାହାନ୍ତି। ସୌଭାଗ୍ୟବଶତଃ ସେ ଆଦୌ ଦୁର୍ଘଟଣା ଘଟାଇ ନାହାନ୍ତି। ସେ ଜଣେ ଯତ୍ନଶୀଳ ଡ୍ରାଇଭର। ପୂର୍ବରୁ ପୁଲିସ ତାଙ୍କୁ କେବେ ଧରି ନଥିଲା। ଏବେ ତାଙ୍କୁ ଠାବ କରାଯିବା ପରେ କି ଦଣ୍ଡ ଦିଆଯାଇଛି ତାହା ଜଣାପଡ଼ିନାହିଁ। ତେବେ ଡ୍ରାଇଭିଂ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନ ଥିବାରୁ ଏବଂ ବୀମା ବିନା ଡ୍ରାଇଭିଂ ପାଇଁ ତାଙ୍କୁ ନିଶ୍ଚିତ ଜରିମାନା ଦେବାକୁ ପଡିବ ବୋଲି କୁହାଯାଇଛି।
Follow Us