Advertisment

ଇଗୋରଙ୍କ ମୃତ୍ୟୁ ପରେ ରକ୍ତମୁଖା ହେଲା ରୁଷ୍‌; ନେବ ପ୍ରତିଶୋଧ

Advertisment

ଋଷ-ୟୁକ୍ରେନ୍ ମଧ୍ୟରେ ଲମ୍ବା ସମୟ ହେବ ଚାଲିଥିବା ଯୁଦ୍ଧ ଏବେ ସାଂଘାତିକ୍ ମୋଡ ନେବାରେ ଲାଗିଛି। ମଙ୍ଗଳବାର ମସ୍କୋରେ ଆଣବିକ ସୁରକ୍ଷା ବାହିନୀର ତଦାରଖ କରୁଥିବା ଜଣେ ବରିଷ୍ଠ ଜେନେରାଲଙ୍କୁ ଇଲେକ୍ଟ୍ରିକ୍ ସ୍କୁଟରରେ ବୋମା ଖଞ୍ଜାଯାଇ ହତ୍ୟା କରାଯାଇଛି ବୋଲି ରୁଷ୍‌ର ଅନୁସନ୍ଧାନ କମିଟି ଦର୍ଶାଇଛି।

ଋଷ-ୟୁକ୍ରେନ୍ ମଧ୍ୟରେ ଲମ୍ବା ସମୟ ହେବ ଚାଲିଥିବା ଯୁଦ୍ଧ ଏବେ ସାଂଘାତିକ୍ ମୋଡ ନେବାରେ ଲାଗିଛି। ମଙ୍ଗଳବାର ମସ୍କୋରେ ଆଣବିକ ସୁରକ୍ଷା ବାହିନୀର ତଦାରଖ କରୁଥିବା ଜଣେ ବରିଷ୍ଠ ଜେନେରାଲଙ୍କୁ ଇଲେକ୍ଟ୍ରିକ୍ ସ୍କୁଟରରେ ବୋମା ଖଞ୍ଜାଯାଇ ହତ୍ୟା କରାଯାଇଛି ବୋଲି ରୁଷ୍‌ର ଅନୁସନ୍ଧାନ କମିଟି ଦର୍ଶାଇଛି।

Igor

ନୂଆଦିଲ୍ଲୀ: ଋଷ-ୟୁକ୍ରେନ୍ ମଧ୍ୟରେ ଲମ୍ବା ସମୟ ହେବ ଚାଲିଥିବା ଯୁଦ୍ଧ ଏବେ ସାଂଘାତିକ୍ ମୋଡ ନେବାରେ ଲାଗିଛି। ମଙ୍ଗଳବାର ମସ୍କୋରେ ଆଣବିକ ସୁରକ୍ଷା ବାହିନୀର ତଦାରଖ କରୁଥିବା ଜଣେ ବରିଷ୍ଠ ଜେନେରାଲଙ୍କୁ ଇଲେକ୍ଟ୍ରିକ୍ ସ୍କୁଟରରେ ବୋମା ଖଞ୍ଜାଯାଇ ହତ୍ୟା କରାଯାଇଛି ବୋଲି ରୁଷ୍‌ର ଅନୁସନ୍ଧାନ କମିଟି ଦର୍ଶାଇଛି।

ରୁଷ୍‌ର ଆଣବିକ, ରାସାୟନିକ ଓ ଜୈବିକ ସୁରକ୍ଷାର ସୈନ୍ୟବାହିନୀର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଇଗୋର କିରିଲୋଭ। କିରିଲୋଭଙ୍କୁ କ୍ରେମଲିନରୁ ପ୍ରାୟ ୭ କିଲୋମିଟର ଦକ୍ଷିଣ-ପୂର୍ବରେ ଅବସ୍ଥିତ ରିଆଜାନସ୍କି ପ୍ରୋସପେକ୍ଟରେ ଥିବା ଏକ ଆପାର୍ଟମେଣ୍ଟ କୋଠା ନିକଟରେ ହତ୍ୟା କରାଯାଇଥିବା ସୂଚନା ରହିଛି।

ତାଙ୍କ ମୃତ୍ୟୁ ପରେ ଏବେ ରକ୍ତମୁଖା ହୋଇପଡିଛି ଋଷ । ଋଷ ସ୍ପଷ୍ଟ କରିଛି ଇଗୋରଙ୍କ ମୃତ୍ୟୁର ପ୍ରତିଶୋଧ ନିଆଯିବ । ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ଜାରି ରହିଛି । ୟୁକ୍ରେନ୍ ବିରୋଧରେ ବଡ ପଦକ୍ଷେପ ଉଠାଇପାରେ ଋଷ । ପୂର୍ବରୁ ପରମାଣୁ ଆକ୍ରମଣ ପାଇଁ ବାରମ୍ବାର ଧମକ ଦେଇଆସିଛି ଋଷ । କିନ୍ତୁ ବର୍ତ୍ତମାନ ସୁଦ୍ଧା ସେଭଳି କୌଣସି ପଦକ୍ଷେପ ଉଠାଇନାହାଁନ୍ତି ଋଷ ରାଷ୍ଟ୍ରପତି। ମାତ୍ର ଇଗୋରଙ୍କ ମୃତ୍ୟୁ ପରେ ପ୍ରତିଶୋଧପରାୟଣ ହୋଇ ଉଠିଛି ଋଷ୍‌।

ତେବେ ଇଗୋରଙ୍କ ହତ୍ୟାକୁ ନେଇ ସ୍ପଷ୍ଟିକରଣ ରହିଛି ୟୁକ୍ରେନ୍ । ଏସବିୟୁ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ, ଇଗୋରକୁ ହତ୍ୟା କରିବା ପାଇଁ ୟୁକ୍ରେନ ସ୍ପେସାଲ ଅପରେସନ୍ ଆରମ୍ଭ କରିଥିଲା । ଏସବିୟୁର ଜଣେ ଅଧିକାରୀ କହିଛନ୍ତି, ଇଗୋର ଜଣେ ଯୁଦ୍ଧ ଅପରାଧୀ ଥିଲେ । କାରଣ ସେ ୟୁକ୍ରେନ୍ ବିରୋଧରେ ଅବୈଧ ରସାୟନିକ ଅସ୍ତ୍ରଶସ୍ତ୍ର ପ୍ରୟୋଗ କରିବା ପାଇଁ ଆଦେଶ ଦେଇଥିଲେ । ଉେ

ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ଦିନ ଏକ ବଡ ବିସ୍ଫୋରଣରେ ଇଗୋରଙ୍କ ମୃତ୍ୟୁ ହୋଇଛି । ଇଗୋରଙ୍କୁ ହତ୍ୟା କରିବା ପାଇଁ ଏକ ଇଲେକ୍ଟ୍ରିକ୍ ସ୍କୁଟରର ବ୍ୟବହାର କରାଯାଇଥିଲା । ସକାଳୁ ସକାଳୁ ଯେତେବେଳେ ଇଗୋର ଘରୁ ବାହାରୁଥିଲେ, ସେତେବେଳେ ବିଲ୍ଡିଂ ଆଗରେ ଏକ ଇଲେକ୍ଟ୍ରିକ୍ ସ୍କୁଟରରେ ବଡ ବିସ୍ଫୋରଣ ଘଟିଥିଲା । ଯେଉଁଥିରେ ଇଗୋର୍ ଏବଂ ତାଙ୍କ ସହଯୋଗୀଙ୍କ ମୃତ୍ୟୁ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe