ନାବାଳିକା ସାବତ ଝିଅକୁ ଦୁଷ୍କର୍ମ କରୁଥିବା ଏଚ୍‌ଆଇଭି ପଜିଟିଭ୍ ବାପା ଗିରଫ

୧୪ ବର୍ଷୀୟା ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ମାମଲା, ଦୋଷୀକୁ ୧୪ ବର୍ଷ ଜେଲ୍, ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ନିର୍ଦ୍ଦେଶ

Times Now

ଚେନ୍ନାଇ: ତାମିଲନାଡ଼ୁ ଅନ୍ତର୍ଗତ ଶୋଲାଭରମ୍‌ର ଜଣେ ୪୦ ବର୍ଷୀୟ ବ୍ୟକ୍ତି ଅନେକ ମାସ ଧରି ତାଙ୍କର ସାବତ ଝିଅକୁ ବଳାତ୍କାର କରି ଆସୁଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ଉଭୟ ବାପ-ଝିଅ ଏଚ୍‌ଆଇଭି ପଜିଟିଭ୍ ବୋଲି ଜଣାପଡ଼ିଛି। ସ୍କୁଲ-ପଢ଼ୁଆ ଝିଅଟି ସବୁକଥା ତାଙ୍କ ସ୍କୁଲ୍‌ ହଷ୍ଟେଲର ୱାର୍ଡେନଙ୍କ ଆଗରେ କହିବା ପରେ କଥା ପ୍ରଘଟ ହୋଇଥିଲା। ପୀଡ଼ିତା ଜଣକ ଅଷ୍ଟମ ଶ୍ରେଣୀର ଛାତ୍ରୀ ଏବଂ ସେ ସ୍କୁଲ ହଷ୍ଟେଲରେ ରହନ୍ତି। କିନ୍ତୁ କରୋନା ମହାମାରୀ ଯୋଗୁ ହଷ୍ଟେଲ ବନ୍ଦ ହୋଇଯିବା ଫଳରେ ସେ ଆସି ନିଜ ଘରେ ରହୁଥିଲେ। ଝିଅଟି, ତା’ ମାଆ ଏବଂ ଅଭିଯୁକ୍ତ ସାବତ ବାପା ଶୋଲାଭରମ୍ ଅଞ୍ଚଳରେ ରହନ୍ତି।

ଝିଅର ମାଆ ହେଉଛନ୍ତି ଏଚ୍‌ଆଇଭି ପଜିଟିଭ୍। ତାଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ସେ ବେଙ୍ଗାଲୁରୁ ଚାଲି ଆସି ପରଘରେ କାମ କରି ଚଳୁଥିଲେ। ବେଙ୍ଗାଲୁରୁରେ ରହିବା ସମୟରେ ତାଙ୍କର ଉକ୍ତ ଅଭିଯୁକ୍ତ ବ୍ୟକ୍ତିଙ୍କ ସହ ସମ୍ପର୍କ ସୃଷ୍ଟି ହେଲା ଓ ଗତବର୍ଷ ତାଙ୍କ ସାଙ୍ଗରେ ସେ ଶୋଲାଭରମ୍ ଆସି ତାଙ୍କୁ ବିବାହ କରି ରହିଥିଲେ। ପୁଲିସ କହିବା ଅନୁସାରେ ସ୍ତ୍ରୀ କାମକୁ ଯାଇଥିବା ବେଳେ ସାବତ ବାପା ତାଙ୍କ ସ୍ତ୍ରୀର ପ୍ରଥମ ସ୍ବାମୀର ନାବାଳିକା ଝିଅକୁ ବଳାତ୍କାର କରୁଥିଲେ। ଝିଅଟିଠାରୁ ହଷ୍ଟେଲର ୱାର୍ଡେନ ସବୁକଥା ଜାଣିବା ପରେ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ। ପୁଲିସ ଅଭିଯୁକ୍ତ ସାବତ ବାପାଙ୍କୁ ଗିରଫ କରିବା ସହ ନାବାଳିକାକୁ ଏକ ସରକାରୀ ଷ୍ଟେ ହୋମ୍‌କୁ କାଉନ୍‌ସେଲିଂ ପାଇଁ ପଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe