ମୁମ୍ବାଇ: ମହାରାଷ୍ଟ୍ରରେ ଭୋଟ୍ ଦେବା ବିଷୟରେ ଲୋକଙ୍କ ମଧ୍ୟରେ କି ପ୍ରକାର ଉତ୍ସାହ ଅଛି? ଏହାର ଏକ ଜୀବନ୍ତ ଉଦାହରଣ ସୋମବାର ଦେଖିବାକୁ ମିଳିଛି। ନାଶିକର ଏକ ମତଦାନ ବୁଥରେ ଭୋଟ୍ ଦେବାକୁ ଆସିଥିବା ଜଣେ ସ୍ବାଧୀନ ପ୍ରାର୍ଥୀ ଇଭିଏମ୍ ମେସିନ୍ ମାଳ ପିନ୍ଧାଇ ଅଭିବାଦନ ଜଣାଇଥିଲେ। ତାଙ୍କ ଖୁସି ତାଙ୍କ ମୁହଁରେ ସ୍ପଷ୍ଟ ଦେଖାଯାଉଥିଲା ।
ଏବେ ଏହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସ୍ବାଧୀନ ପ୍ରାର୍ଥୀ ଶାନ୍ତିଗିରି ମହାରାଜ ଏଭଳି କରି ଭୋଟରଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।
  
 Follow Us