ଜଗନଙ୍କ ଅଭିଯୋଗର ଆଭ୍ୟନ୍ତରୀଣ ତଦନ୍ତ ଜରୁରୀ: ଜଷ୍ଟିସ ଶାହ

କରୋନାରେ ମୃତକଙ୍କୁ କ୍ଷତିପୂରଣ ନେଇ ସୁପ୍ରିମକୋର୍ଟଙ୍କ ବଡ ରାୟ, ସମସ୍ତ ମୃତ୍ୟୁକୁ ଚିକିତ୍ସା ଅବହେଳା ବୋଲି କହିହେବନାହିଁ

The Hindu

ନୂଆଦିଲ୍ଲୀ: ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ୍‌ ଏନ୍‌ ଭି ରମଣାଙ୍କ ବିରୋଧରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡି ଆଣିଥିବା ଅଭିଯୋଗ ନ୍ୟାୟପାଳିକା ଉପରେ ଥିବା ଲୋକଙ୍କ ଆସ୍ଥାକୁ ଦୋହଲାଇ ଦେଇଛି। ଖାଲି ଅଭିଯୋଗକୁ ଖଣ୍ଡନ କରିଦେବା ଯଥେଷ୍ଟ ନୁହେଁ। ଏପରି ସଙ୍ଗିନ ଅଭିଯୋଗର ଆଭ୍ୟନ୍ତରୀଣ ତଦନ୍ତ ଜରୁରୀ ବୋଲି ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏ ପି ଶାହ କହିଛନ୍ତି। ଏଠାରେ ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶର ଅନ୍ୟତମ ରାଜଧାନୀ ଅମରାବତୀରେ ହୋଇଥିବା ବିବାଦୀୟ ଜମି କାରବାରରେ ଜଷ୍ଟିସ ରମଣାଙ୍କ ଝିଅମାନେ ସଂପୃକ୍ତ ଅଛନ୍ତି ବୋଲି ଜଗନ୍‌ ଅଭିଯୋଗ କରିଛନ୍ତି। ତେଣୁ ଏହି ମାମଲାରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ବିଚାରଣାକୁ ଜଷ୍ଟିସ ରମଣା ପ୍ରଭାବିତ କରୁଛନ୍ତି ବୋଲି ମଧ୍ୟ ସେ ଅଭିଯୋଗ ଆଣିଛନ୍ତି। ତେବେ ପ୍ରଥମ ଅଭିଯୋଗ ଅନୁସାରେ ଜଷ୍ଟିସ ରମଣାଙ୍କ ନାଁ ଉଲ୍ଲେଖ ବିନା ଏକ ଏଫ୍‌ଆଇଆର୍ ରୁଜୁ ହୋଇଛି। ତେଣୁ ଅଭିଯୋଗର ସତ୍ୟତା ଥାଉ ବା ନଥାଉ, ମୁଖ୍ୟମନ୍ତ୍ରୀଙ୍କ ପରି ଜଣେ ସାମ୍ବିଧାନିକ ମୁଖ୍ୟ ଖୋଲାଖୋଲି ଭାବେ ଅନ୍ୟ ଜଣେ ସାମ୍ବିଧାନିକ ମୁଖ୍ୟଙ୍କ ବିରୋଧରେ ଏପରି ଅଭିଯୋଗ ଆଣିବା ହିଁ ଗୁରୁତ୍ବ ବହନ କରୁଛି।

ତେଣୁ ଏହି ଅଭିଯୋଗର ତଦନ୍ତ କରାଇ ଅନ୍ତତଃ ନ୍ୟାୟପାଳିକା ଉପରେ ଲୋକଙ୍କର ରହିଥିବା ବିଶ୍ବାସକୁ ଫେରାଇ ଆଣିବା ଦରକାର ବୋଲି ଜଷ୍ଟିସ ଶାହ କହିଛନ୍ତି। ସୁତରାଂ ସୁପ୍ରିମକୋର୍ଟ ଏହି ମାମଲାରେ ସତର୍କତା ଅବଲମ୍ବନ ପୂର୍ବକ ଏକ ଆଭ୍ୟନ୍ତରୀଣ ତଦନ୍ତ କରାଇ ଏ ପ୍ରକାର ଅଭିଯୋଗ ପ୍ରକୃତରେ ମିଛ ଏବଂ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ପ୍ରମାଣ କରାଇବା ଦରକାର। କାରଣ ଯେ ପର୍ଯ୍ୟନ୍ତ ଏହି ଅଭିଯୋଗ ଭିତ୍ତିହୀନ ବୋଲି ପ୍ରମାଣିତ ନ ହୋଇଛି, ସେ ଯାଏ ନ୍ୟାୟପାଳିକା ସାଧାରଣ ଜନତାଙ୍କ ପାଖରେ ଦୁର୍ବଳ ହୋଇଯିବ ବୋଲି ଜଷ୍ଟିସ ଶାହ କହିଛନ୍ତି। ସେହିପରି ଜଗନଙ୍କ ଦ୍ବିତୀୟ ଅଭିଯୋଗରେ ସେଭଳି କିଛି ବଳିଷ୍ଠ ପ୍ରମାଣ ନଥିଲେ ବି ତାହାର ମଧ୍ୟ ତଦନ୍ତ ହେବା ଜରୁରୀ। ଅବଶ୍ୟ ତାହା ନିଜେ ପ୍ରଧାନ ବିଚାରପତି ଜଷ୍ଟିସ ବୋବଡ଼େ ବ୍ୟକ୍ତିଗତ ଭାବେ କରିପାରିଲେ ଉତ୍ତମ ହେବ ବୋଲି ଜଷ୍ଟିସ ଶାହ କବିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe