ଆତଙ୍କବାଦୀଙ୍କ ସହ ଲଢ଼ି ସହିଦ ହେଲେ ଆର୍ମି କ୍ୟାପଟେନ

Advertisment
ଆତଙ୍କବାଦୀଙ୍କ ସହ ଲଢ଼ି ସହିଦ ହେଲେ ଆର୍ମି କ୍ୟାପଟେନ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ସହ ଲଢ଼ି ସହିଦ ହେଲେ ଆର୍ମି କ୍ୟାପଟେନ। ଜମ୍ମୁ କଶ୍ମୀରର ଡୋଡା ଜିଲ୍ଲାର ଅସାର ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟର ବେଳେ ଜଣେ ସେନା ଅଧିକାରୀ ସହିଦ ହୋଇଥିବା ସାମ୍ନାକୁ ଆସିଛି। ସ୍ୱାଧୀନତା ଦିବସର  ଗୋଟିଏ ଦିନ ପୂର୍ବରୁ ଏଭଳି ଘଟିବା ନିଶ୍ଚିତ ଭାବେ ଭାରତ ପାଇଁ ଦୁଃଖର ବିଷୟ। ଏହି ଏନକାଉଣ୍ଟର ସମୟରେ ଜଣେ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଥିବା ସାମ୍ନାକୁ ଆସିଛି। ଏବେ ୪ଜଣ  ଆତଙ୍କବାଦୀଙ୍କୁ ଧରିବା ପାଇଁ ଅପରେସନ ଆରମ୍ଭ କରାଯାଇଥିବା ବେ‌ଳେ ସେମାନଙ୍କ ମଧ୍ୟରୁ ଜଣେ ଆହତ ହୋଇଥିବା କୁହାଯାଉଛି।

ସୂଚନା ମୁତାବକ, ଶିବଗଡ-ଅସାରର ଜଙ୍ଗଲିଆ ଅଞ୍ଚଳରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଧରିବା ପାଇଁ ମିଳିତ ସୁରକ୍ଷା ଦଳ ଦ୍ୱାରା ସେହି ଅଞ୍ଚଳକୁ ଘେରାଉ କରାଯାଇ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା।  ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ସେନା ଯବାନମାନେ ପାଲଟା ଗୁଳି ଚଳାଇଥିଲେ। ଏହି ସମୟରେ ଜଣେ ଆର୍ମି କ୍ୟାପଟେନ ସହିଦ ହୋଇଥିଲେ। ଏପର୍ଯ୍ୟନ୍ତ ମୃତ ଆର୍ମି କ୍ୟାପଟେନଜଣକ କିଏ, ତାହା ସାମ୍ନାକୁ ଆସିନାହିଁ। ଆକ୍ରମଣ ପରେ ଆତଙ୍କବାଦୀମାନେ ଖସି ପଳାଇଥିବାରୁ ଏବେ ୪ଜଣଙ୍କୁ ଖୋଜିବା ଆରମ୍ଭ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe