୯ ବିଦ୍ରୋହୀ ମନ୍ତ୍ରୀଙ୍କ ବିଭାଗ କାଢ଼ିନେଲେ ଉଦ୍ଧବ

Advertisment

ଉଦ୍ଧବଙ୍କୁ ବିଦ୍ରୋହୀ ବିଧାୟକଙ୍କ ଖୋଲା ଚିଠି, ବିଜେପି ସହ ମେଣ୍ଟ କର

ଉଦ୍ଧବଙ୍କୁ ବିଦ୍ରୋହୀ ବିଧାୟକଙ୍କ ଖୋଲା ଚିଠି, ବିଜେପି ସହ ମେଣ୍ଟ କର

୯ ବିଦ୍ରୋହୀ ମନ୍ତ୍ରୀଙ୍କ ବିଭାଗ କାଢ଼ିନେଲେ ଉଦ୍ଧବ

Times of India

ନୂଆଦିଲ୍ଲୀ : ମହାରା‌ଷ୍ଟ୍ର ସରକାର ଆଜି ବିଦ୍ରୋହୀ ବିଧାୟକଙ୍କୁ କ୍ୟାବିନେଟ୍‌ରୁ ହଟାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ବିଦ୍ରୋହୀ ମନ୍ତ୍ରୀଙ୍କ ବିଭାଗ କାଢ଼ି ନେଇଛନ୍ତି। ବିଦ୍ରୋହୀ ମନ୍ତ୍ରୀଙ୍କ ଅନୁପସ୍ଥିତି ଯୋଗୁଁ କାର୍ଯ୍ୟରେ ବାଧା ଉପୁଜିଥିବାରୁ ମୁଖ୍ୟମନ୍ତ୍ରୀ ଉକ୍ତ ବିଦ୍ରୋହୀ ମନ୍ତ୍ରୀଙ୍କ ସ୍ଥାନରେ ଅନ୍ୟମାନଙ୍କୁ ନୂଆ ଦାୟିତ୍ବ ଦେଇଛନ୍ତି। ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କ ପାଖରେ ଥିବା ସହରାଞ୍ଚଳ ବିକାଶ ଏବଂ ପିଡବ୍ଲ୍ୟୁ ବିଭାଗର ଦାୟିତ୍ବ ଶିଳ୍ପ ମନ୍ତ୍ରୀ ସୁଭାଷ ଦେସାଇଙ୍କୁ ଦିଆଯାଇଛି। ଉଦୟ ସୁମନ୍ତଙ୍କ ଉଚ୍ଚ ଶିକ୍ଷା ବିଭାଗ ଦାୟିତ୍ବ ପରିବେଶ ମନ୍ତ୍ରୀ ଆଦିତ୍ୟ ଠାକ୍‌ରେଙ୍କୁ ଦିଆଯାଇଛି। ଜଳଯୋଗାଣ ବିଭାଗରେ ଥିବା ଗୁଲାବରାଓ ପାଟିଲଙ୍କ ଦାୟିତ୍ବ ପରିବହନ ମନ୍ତ୍ରୀ ଅନୀଲ ପରବଙ୍କୁ ଦିଆଯାଇଛି। ସେହିପରି ଦାଦା ଭୁସେଙ୍କ ଅଧୀନରେ ଥିବା କୃଷି ବିଭାଗ ଏବଂ ସନ୍ଦିପନ ଭୁମାରେଙ୍କ ନିଯୁକ୍ତି ନିଶ୍ଚିତ ଯୋଜନା ବିଭାଗ ଶଙ୍କରରାଓ ଗଦଖଙ୍କୁ ଦିଆଯାଇଛି। ଅନ୍ୟପକ୍ଷେ ୪ ରାଷ୍ଟ୍ର ମନ୍ତ୍ରୀ ଶମ୍ଭୁରାଜ ଦେଶାଇ, ରାଜେନ୍ଦ୍ର ପାଟିଲ, ଅବଦୁଲ ସତ୍ତର ଏବଂ ଓମ୍‌ପ୍ରକାଶ କଦୁଙ୍କ ଦାୟିତ୍ବ ଅନ୍ୟ ମନ୍ତ୍ରୀମାନଙ୍କୁ ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ ସିନ୍ଦେ ଗୋଷ୍ଠୀରେ ୫ କ୍ୟାବିନେଟ୍‌ ମନ୍ତ୍ରୀ ଏବଂ ୪ ରାଷ୍ଟ୍ରମନ୍ତ୍ରୀଙ୍କ ସମେତ ମୋଟ୍‌ ୯ ଜଣ ମନ୍ତ୍ରୀ ଅଛନ୍ତି।

ଅନ୍ୟପକ୍ଷେ ଆଜି ସିନ୍ଦେ ଗୋଷ୍ଠୀ ଏମ୍‌ଭିଏ ସରକାରରୁ ସମର୍ଥନ ପ୍ରତ୍ୟାହାର କରୁଥିବା ନେଇ ସୁପ୍ରିମକୋର୍ଟରେ ଦାଖଲ କରିଥିବା ପିଟିସନ୍‌ରେ ଦର୍ଶାଇଛନ୍ତି। ଇତି ମଧ୍ୟରେ ଶିବସେନା ବିଦ୍ରୋହୀ ବିଧାୟକ ଦୀପକ କେସରକର ଆଜି ଟ୍ବିଟରରେ ଏକ ଖୋଲା ଚିଠି ଲେଖି କହିଛନ୍ତି, ଶରଦ ପାୱାରଙ୍କ ନିର୍ଦ୍ଦେଶ କ୍ରମେ ସଂଜୟ ରାଉତ ଦଳକୁ ଶେଷ କରିବାକୁ ଚେଷ୍ଟା‌ ଚଳାଇଛନ୍ତି। ଏନ୍‌ସିପି ନେତାମାନେ ରାଉତଙ୍କ କାନ୍ଧରେ ବନ୍ଧୁକ ରଖି ଗୁଳି ଫୁଟାଇବାକୁ ଚେଷ୍ଟା‌ କରୁଛନ୍ତି। କିନ୍ତୁ ଆମେ ଶେଷ ହେବୁନି କି ଅଟକିବୁନି। ମହାରାଷ୍ଟ୍ରକୁ ଏକ ନୂଆ ପର୍ଯ୍ୟାୟକୁ ନ‌ନେବା ପର୍ଯ୍ୟନ୍ତ ଆମେ ପଛକୁ ହଟିବୁନି। ବିଦ୍ରୋହୀ ବିଧାୟକ କହିଛନ୍ତି, ସେମାନଙ୍କ ଗୋଷ୍ଠୀ ଦଳ ବିରୋଧରେ ବିଦ୍ରୋହ କରୁନାହାନ୍ତି। ଶିବସେନାର ଆତ୍ମସମ୍ମାନ ଏବଂ ହିନ୍ଦୁତ୍ବ ପାଇଁ ସେମାନେ ଲଢ଼େଇ କରୁଥିବା କହିଛନ୍ତି।

ଉଦ୍ଧବଙ୍କୁ ବିଦ୍ରୋହୀ ବିଧାୟକଙ୍କ ଖୋଲା ଚିଠି, ବିଜେପି ସହ ମେଣ୍ଟ କର

ନୂଆଦିଲ୍ଲୀ : ମହାରାଷ୍ଟ୍ର ଅଡ଼ୁଆ ତୁଟି ପାରୁନି। ଗୋଟିଏ ପ‌ଟେ ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ବିଦ୍ରୋହୀ ଗୋଷ୍ଠୀ ଏମ୍‌ଭିଏ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବା ନେଇ ସୁପ୍ରିମକୋର୍ଟରେ ଦାଖଲ କରିଥିବା ପିଟିସନ୍‌ରେ ଦର୍ଶାଇଥିବାବେଳେ ଅନ୍ୟପକ୍ଷେ ବିଜେପି ସହ ମେଣ୍ଟ ପାଇଁ ଉଦ୍ଧବଙ୍କ ଉପରେ ଚାପ ପକାଇଛନ୍ତି। ବିଦ୍ରୋହୀ ବିଧାୟକମାନେ ଆଜି ମହାରା‌ଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଏକ ଖୋଲା ଚିଠି ଲେଖି ବିଜେପି ସହ ମେଣ୍ଟ କରିବାପାଇଁ ଅନୁରୋଧ କରିଛନ୍ତି। ବିଦ୍ରୋହୀ ଏକନାଥ ସିନ୍ଦେ ଗୋଷ୍ଠୀର ମୁଖପାତ୍ର ଦୀପକ କେସରକରଙ୍କ ଦ୍ବାରା ଲେଖାଯାଇଥିବା ଚିଠିରେ ଏହି ଅନୁରୋଧ କରାଯାଇଛି। ଅଯୋଗ୍ୟ ଘୋଷଣା ମାମଲାରେ ବିଦ୍ରୋହୀ ବିଧାୟକଙ୍କୁ ସୁପ୍ରିମକୋର୍ଟରେ ଆଶ୍ବସ୍ତି ମିଳିବାର କିଛି ଘଣ୍ଟା ପୂର୍ବରୁ ଏହି ଅନୁରୋଧ କରାଯାଇଛି।

ଅନ୍ୟପକ୍ଷେ ରାଜନୈତିକ ବିଶେଷଜ୍ଞମା‌ନେ ମତ ଦେଇଛନ୍ତି ଯେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାପାଇଁ ବିଦ୍ରୋହୀ ଗୋଷ୍ଠୀ ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଅନୁରୋଧ କରିପାରନ୍ତି। ଏହି ଭୟରେ ଆଜି ଶିବସେନା ପକ୍ଷରୁ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିଲା। ଜୁଲାଇ ୧୨ରେ ପରବର୍ତ୍ତୀ ଶୁଣାଣି ହେବା ପର୍ଯ୍ୟନ୍ତ ମହାରାଷ୍ଟ୍ର ବିଧାନସଭାରେ ଆସ୍ଥା ଭୋଟ୍‌ ନହେବା ଉଚିତ୍‌ ବୋଲି ଶିବସେନା ପକ୍ଷରୁ କୁହାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe