ଏହି ସଂସ୍ଥା ୬୦୦୦ ଶବକୁ ଗଙ୍ଗାରେ ଭାସିବାକୁ ନ ଦେଇ ଦାହ କରିଛନ୍ତି

Advertisment
ଏହି ସଂସ୍ଥା ୬୦୦୦ ଶବକୁ ଗଙ୍ଗାରେ ଭାସିବାକୁ ନ ଦେଇ ଦାହ କରିଛନ୍ତି

କାନପୁର: ଉତ୍ତର ପ୍ରଦେଶର କାନପୁରରେ ଅପରିଚିତ ମୃତଦେହର ଅନ୍ତିମ ସଂସ୍କାର କରୁଥିବା ସମାଜ କଲ୍ୟାଣ ସେବା ସମିତି ଏକ ଗୁରୁତ୍ୱପୂର୍ଣ୍ଣ ଆୟୋଜନ କରିଛନ୍ତି। ଏହି ସଂସ୍ଥା ମୃତକଙ୍କ ଆତ୍ମାକୁ ଶାନ୍ତି ଦେବା ପାଇଁ ସର୍ବଧର୍ମ ପ୍ରାର୍ଥନା ସଭାର ଆୟୋଜନ କରିଛନ୍ତି। ଯେଉଁଥିରେ ସବୁଧର୍ମର ଲୋକମାନେ ସାମିଲ ହୋଇଛନ୍ତି। ଅନେକ ବର୍ଷ ହେବ ପରିଚୟ ନଥିବା ମୃତଦେହଗୁଡ଼ିକୁ ଏହି ସଂସ୍ଥା ଦାହ କରିଆସିଛି।

publive-image

ସମାଜ କଲ୍ୟାଣ ସେବା ସମିତିର ସଂସ୍ଥାପକ ଧନୀ ରାବ ବୌଦ୍ଧଙ୍କ କହିବାନୁସାରେ, ଯେତେବେଳେ ଲୋକମାନେ ଗଙ୍ଗାରେ ମୃତଦେହକୁ ଭସାଇ ଦିଅନ୍ତି, ସେ ଦୃଶ୍ୟ ଦେଖି ମୋତେ ବହୁ ଦୁଃଖ ଲାଗୁଥିଲା। ତେବେ ଏହାକୁ ରୋକିବା ପାଇଁ ମୁଁ ଶପଥ ନେଲି। ଏହାପରେ ସମାଜ କଲ୍ୟାଣ ସେବା ସମିତି ଗଠନ କଲି। ଏହି ସଂସ୍ଥା ଏଯାବତ୍‌ ପାଖାପାଖି ୬ହଜାର ମୃତଦେହ ଦାହ କରିସାରିଲାଣି।

ସେହିପରି ସମାଜ କଲ୍ୟାଣ ସଂସ୍ଥାର ମହିଳା ଅଧ୍ୟକ୍ଷଙ୍କ କହିବାନୁସାରେ, ଗଙ୍ଗାରେ ମୃତଦେହକୁ ଭସାଇବା ଦେବା ଦ୍ୱାରା ଗଙ୍ଗା ଜଳ ପ୍ରଦୂଷିତ ହୋଇଥାଏ। ଲୋକମାନଙ୍କୁ କୁହାଯାଉଛି କି, ସେମାନେ ଗଙ୍ଗାରେ ମୃତଦେହକୁ ନ ଭସାଇ ଆମମାନଙ୍କୁ ସମ୍ପର୍କ କଲେ ଆମେ ସେହି ଶବକୁ ଦାହ କରିଦେବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe