ଆନନ୍ଦିବେନ ମଧ୍ୟପ୍ରଦେଶ ରାଜ୍ୟପାଳ

Advertisment
ବଦଳିଲେ ୬ଟି ରାଜ୍ୟର ରାଜ୍ୟପାଳ

ନୂଆଦିଲ୍ଲୀ: ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତ୍ରୀ ଆନନ୍ଦିବେନ ପଟେଲଙ୍କୁ ଆଜି ମଧ୍ୟପ୍ରଦେଶର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ସୂଚନା ଥାଉ କି, ୨୯୦୧୬ରେ ମଧ୍ୟପ୍ରଦେଶର ତତ୍କାଳୀନ ରାଜ୍ୟପାଳ ରାମନରେଶ ଯାଦବଙ୍କ ପରଲୋକ ଘଟିବାରୁ ଗୁଜରାଟ ରାଜ୍ୟପାଳ ଓମ୍‌ ପ୍ରକାଶ କୋହଲିଙ୍କୁ ମଧ୍ୟପ୍ରଦେଶ ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା। ତେବେ ନୂତନ ରାଜ୍ୟପାଳ ଭାବେ ଆନନ୍ଦିବେନ୍‌ଙ୍କୁ ନିଯୁକ୍ତ କରାଯିବା ନେଇ ଆଜି ବିଧିବଦ୍ଧ ଘୋଷଣା କରାଯାଇଛି। ଗତ ଗୁଜରାଟ ବିଧାନସଭା ନିର୍ବାଚନରେ ନ ଲଢ଼ିିବା ପାଇଁ ନିଷ୍ପତ୍ତି ନେବା ପରେ ଆନନ୍ଦିବେନଙ୍କୁ ବିଜେପି ପକ୍ଷରୁ କୌଣସି ଏକ ବଡ଼ ପଦବି ଦିଆଯିବା ନେଇ ଅନେକ ଦିନରୁ କଳ୍ପନା ଜଳ୍ପନା ଚାଲିଥିଲା। ତେବେ ଆଜିର ନିଯୁକ୍ତି ପରେ ତାହା ସ୍ପଷ୍ଟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe