‘ମୋର ବିଚାରକୁ ବିଶ୍ଳେଷଣ କର, କିନ୍ତୁ ରଙ୍ଗ ଦିଅ ନାହିଁ’: କହିଲେ ଅବସର ନେଉଥିବା ସୁପ୍ରିମ କୋର୍ଟର ବିଚାରପତି ଅରୁଣ ମିଶ୍ର

Advertisment
‘ମୋର ବିଚାରକୁ ବିଶ୍ଳେଷଣ କର, କିନ୍ତୁ ରଙ୍ଗ ଦିଅ ନାହିଁ’: କହିଲେ ଅବସର ନେଉଥିବା ସୁପ୍ରିମ କୋର୍ଟର ବିଚାରପତି ଅରୁଣ ମିଶ୍ର

Bloomberg

ନୂଆଦିଲ୍ଲୀ: ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌ କୋର୍ଟର ବରିଷ୍ଠତମ ବିଚାରପତି ଜଷ୍ଟିସ ଅରୁଣ ମିଶ୍ର ଆଜି ତାଙ୍କ ପଦବୀରୁ ଅବସର ଗ୍ରହଣ କରିଛନ୍ତି। ସୁପ୍ରିମ୍‌ କୋର୍ଟରେ ଦୀର୍ଘ ୬ ବର୍ଷ କାଳ ବିଚାରପତି ଭାବେ କାର୍ଯ୍ୟକରିବା ପରେ ଆଜି ତାଙ୍କର ଶେଷ କାର୍ଯ୍ୟ ଦିବସରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ଏ ବୋବଡେଙ୍କ ସହ ଏକ ଖଣ୍ଡପୀଠରେ ବସିଥିବା ବେଳେ ଜଷ୍ଟିସ୍‌ ଅରୁଣ ମିଶ୍ର କହିଛନ୍ତି ଯେ ସେ ପ୍ରତ୍ୟେକ ମାମଲାରେ ବିବେକର ସହିତ କାର୍ଯ୍ୟ କରିଛନ୍ତି ଏବଂ ତାଙ୍କ ବିଚାରକୁ ରଙ୍ଗ ନଦେବାକୁ ସେ କହିଛନ୍ତି।

publive-image

ପରମ୍ପରା ମୁତାବକ ଅବସର ଗ୍ରହଣ ପୂର୍ବରୁ ଜଷ୍ଟିସ୍‌ ଅରୁଣ ମିଶ୍ର ସୁପ୍ରିମ କୋର୍ଟ ବିଲଡିଂରେ କୋର୍ଟ ରୁମ୍‌ ନମ୍ବର-୧, ସିଜେ କୋର୍ଟରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ବବଡେଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠରେ ଏକାଠି ବସିଥିଲେ। ଏହି ଖଣ୍ଡପୀଠରେ ଆଜିର ଦିନ ପାଇଁ ତାଲିକାଭୁକ୍ତ ହୋଇଥିବା ମାମଲାର ଶୁଣାଣି ଶେଷ କରିବା ପରେ ଜଷ୍ଟିସ ମିଶ୍ରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।
ପ୍ରଧାନ ବିଚାରପତି ଜଷ୍ଟିସ୍‌ ବୋବଡ଼େ କହିଥିଲେ ଯେ ମୁଁ ପ୍ରଥମ ଥର ଜଷ୍ଟିସ୍‌ ମିଶ୍ରଙ୍କ ସହିତ କୋର୍ଟରେ ବସିଛି, ଏବଂ ଏହା ତାଙ୍କର ଶେଷ ଥର ହେବ। ତାଙ୍କ ସହ ସହକର୍ମୀ ଭାବେ ଏକାଠି କାର୍ଯ୍ୟ କରିବା ମୋ ପାଇଁ ଭାଗ୍ୟର ବିଷୟ। ବିଚାରପତି ଭାବେ ଜଷ୍ଟିସ ଅରୁଣ ମିଶ୍ରଙ୍କୁ ଯେଉଁ ସବୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା, ତାହା ମୁଁ ଜାଣିଛି ଏବଂ ଏହା ସତ୍ତ୍ୱେ ସେ ନିଜ କର୍ତ୍ତବ୍ୟ ଓ ଦାୟିତ୍ୱକୁ ସୁଚାରୁ ରୂପେ ପାଳନ କରିଛନ୍ତି। ଏବଂ ତାଙ୍କର ସମସ୍ତ ସହକର୍ମୀଙ୍କ ସହ ଉତ୍ତମ ସମ୍ପର୍କ ବଜାୟ ରଖିଛନ୍ତି। ନିଜର କର୍ତ୍ତବ୍ୟ ସଂପାଦନରେ ଜଷ୍ଟିସ୍‌ ଅରୁଣ ମିଶ୍ର ଅନ୍ୟମାନଙ୍କ ପାଇଁ ଏକ ଆଲୋକବର୍ତ୍ତିକା ସଦୃଶ ବୋଲି କହିଥିଲେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ବୋବଡେ।
ଏହି ଅବସରରେ ଆଟର୍ଣ୍ଣି ଜେନେରାଲ୍‌ କେ ଭେନୁଗୋପାଲ, ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏବଂ ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗି ମଧ୍ୟ ଜଷ୍ଟିସ୍‌ ଅରୁଣ ମିଶ୍ରଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe