ଲଣ୍ଡନରେ ଥିବା ୫୨୯କୋଟିର ହୋଟେଲରେ ବିବାହ କରିବେ ଅନନ୍ତ-ରାଧିକା

Advertisment
ଲଣ୍ଡନରେ ଥିବା ୫୨୯କୋଟିର ହୋଟେଲରେ ବିବାହ କରିବେ ଅନନ୍ତ-ରାଧିକା

ମୁମ୍ବାଇ: ଦେଶର ସବୁଠାରୁ ବଡ ଧନୀକ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଘରେ ଖୁବ୍ ଶୀଘ୍ର ସାହାନାଇ ବାଜିବାକୁ ଯାଉଛି। କାରଣ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଅନନ୍ତ ତାଙ୍କ ପ୍ରେମିକା ରାଧିକା ମର୍ଚାଣ୍ଟଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ। ବର୍ତ୍ତମାନ ଏମାନଙ୍କ ବିବାହ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ପୂର୍ବରୁ ଗୁଜରାଟର ଜାମନଗରରେ ୩ଦିନ ଅର୍ଥାତ୍ ମାର୍ଚ୍ଚ ୧-୩ତାରିଖ ପର୍ଯ୍ୟନ୍ତ ବିବାହ ପୂର୍ବ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା |

ଆଗକୁ ଜୁଲାଇରେ ଦୁହେଁ ବିବାହ କରିବେ ବୋଲି ଜଣାପଡିଛି | ତେବେ ଦେଶ ନୁହେଁ, ଉଭୟ ବିଦେଶରେ ଅର୍ଥାତ ଲଣ୍ଡନରେ ବିବାହ କରିବେ ବୋଲି ଜଣାପଡିଛି | ଏନେଇ ବଡ ବଡ ସେଲିବ୍ରିଟିମାନଙ୍କୁ ନିମନ୍ତ୍ରଣ ପଠାଇଯାଇସାରିଛି | ଜାତୀୟ ଗଣମାଧ୍ୟମ, ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟ ଲଣ୍ଡନରେ ବିବାହ କରିବେ। ଷ୍ଟୋକ୍ ପାର୍କରେ ଏହି ଦମ୍ପତିଙ୍କର ବିବାହ କାର୍ଯ୍ୟକ୍ରମ ଆୟୋଜନ କରାଯିବ | କେବଳ ଏତିକି ନୁହେଁ, ସମସ୍ତ ବଲିଉଡ ସେଲିବ୍ରିଟିମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ | ରିପୋର୍ଟ ଅନୁଯାୟୀ, ଅନନ୍ତ ଏବଂ ରାଧିକାଙ୍କ ବିବାହ ପାଇଁ ନିମନ୍ତ୍ରଣ ମଧ୍ୟ ବଲିଉଡର ସେଲିବ୍ରିଟିମାନଙ୍କୁ ପଠାଯାଇଛି, ଯାହା ଦ୍ୱାରା ସମସ୍ତ ସେଲିବ୍ରିଟିମାନେ ସେହି ଅନୁଯାୟୀ ନିଜର କାର୍ଯ୍ୟସୂଚୀ ପ୍ରସ୍ତୁତ କରିପାରିବେ |

କୁହାଯାଉଛି ଯେ, ଲଣ୍ଡନରେ ବିବାହ କରିବା ସହ ଆବୁ ଧାବିରେ ଦୁହିଁଙ୍କର ସଂଗୀତ ହେବ | କିନ୍ତୁ ଏପର୍ଯ୍ୟନ୍ତ ଏସବୁ କାର୍ଯ୍ୟକ୍ରମର ତାରିଖ ସାମ୍ନାକୁ ଆସିନାହିଁ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe