ଅନନ୍ତ ନିଜ ଭାଷଣରେ ଏହି କଥା ଉଠାଇବା ପରେ କାନ୍ଦି ପକାଇଲେ ମୁକେଶ ଅମ୍ବାନୀ

Advertisment
ଅନନ୍ତ ନିଜ ଭାଷଣରେ ଏହି କଥା ଉଠାଇବା ପରେ କାନ୍ଦି ପକାଇଲେ ମୁକେଶ ଅମ୍ବାନୀ

ମୁମ୍ବାଇ: ଦେଶର ସବୁଠାରୁ ବଡ ଧନୀକ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଘରେ ଖୁବ୍ ଶୀଘ୍ର ସାହାନାଇ ବାଜିବାକୁ ଯାଉଛି। କାରଣ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଅନନ୍ତ ତାଙ୍କ ପ୍ରେମିକା ରାଧିକା ମର୍ଚାଣ୍ଟଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ। ବର୍ତ୍ତମାନ ଏମାନଙ୍କ ବିବାହ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ପୂର୍ବରୁ ଗୁଜରାଟର ଜାମନଗରରେ ୩ଦିନ ଅର୍ଥାତ୍ ମାର୍ଚ୍ଚ ୧-୩ତାରିଖ ପର୍ଯ୍ୟନ୍ତ ବିବାହ ପୂର୍ବ କାର୍ଯ୍ୟକ୍ରମ ହୋଇଛି।

ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ଅନେକ ଫଟୋ ଓ ଭିଡିଓ ସାମ୍ନାକୁ ଆସିଥିବା ବେଳେ ଏବେ ଅନନ୍ତ ଅମ୍ବାନୀଙ୍କ ଏକ ଭାଷଣର ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ମୁକେଶ ଅମ୍ବାନୀ କାନ୍ଦୁଥିବା ଦେଖାଯାଇଛି। ପୁଅ ଅନନ୍ତଙ୍କ ଛୋଟବେଳୁ ଥିବା ସ୍ବାସ୍ଥ୍ୟ ସମସ୍ୟା ବିଷୟରେ ଶୁଣି ସେ କାନ୍ଦି ପକାଉଥିବା ଭିଡିଓରେ ଦେଖାଯାଇଛି।

ଭିଡିଓରେ ଦେଖାଯାଇଛି ଯେ, ଅନନ୍ତ ପ୍ରଥମେ ତାଙ୍କ ମା’ ନୀତା ଅମ୍ବାନୀଙ୍କୁ ଧନ୍ୟବାଦ ଜଣାଉଛନ୍ତି। ୪ମାସ ହେଲା ବିବାହ ପ୍ରସ୍ତୁତି ପାଇଁ ଦିନ ରାତି କାମ କରୁଥିବାରୁ ଅନନ୍ତ ତାଙ୍କୁ ଓ ପୂରା ପରିବାରକୁ ଧନ୍ୟବାଦ ଜଣାଉଛନ୍ତି। ଏହା ପରେ ଛୋଟବେଳୁ ତାଙ୍କର ସ୍ବାସ୍ଥ୍ୟ ସମସ୍ୟା ଥିବା ବେଳେ ପରିବାର ବିଶେଷ କରି ତାଙ୍କ ବାପା-ମା’ କିଭଳି ତାଙ୍କୁ ଏହାର ସାମ୍ନା କରିବାକୁ ପ୍ରେରଣା ଦେଇଆସିଛନ୍ତି, ସେ ବିଷୟରେ କହୁଛନ୍ତି ଅନନ୍ତ। ଏହା ଶୁଣି ମୁକେଶ କାନ୍ଦି ପକାଉଥିବା ଦେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe