ପଦଯାତ୍ରା ଶେଷ ପରେ ଧର୍ମପତ୍ନୀଙ୍କ ଠାରୁ ପ୍ରଶଂସା ଶୁଣି ଖୁସି ହୋଇଗଲେ ଅନନ୍ତ

ଅନନ୍ତ ଅମ୍ବାନୀଙ୍କ ପଦଯାତ୍ରା ସମାପ୍ତ ହେବାପରେ ଖୁସି ବ୍ୟକ୍ତ କରି ଧର୍ମପତ୍ନୀ ରାଧିକା ମର୍ଚାଣ୍ଟ ପ୍ରତିକ୍ରିୟା ଦେଇ କହିଥିଲେ - 'ଅନନ୍ତଙ୍କ  ଅନେକ ବର୍ଷରୁ ଇଚ୍ଛା ଥିଲା ଯେ ଆମ ବିବାହ ପରେ ସେ ଜାମନଗରରେ ଥିବା ଆମ ଘରୁ ଦ୍ୱାରକାଦୀଶ ପର୍ଯ୍ୟନ୍ତ ପଦଯାତ୍ରା କରିବେ। ତାଙ୍କର ଏହି ଇଚ୍ଛା ପୂରଣ ହୋଇଛି।

କିସକତ

ମୁମ୍ବାଇ: ପବିତ୍ର ଶ୍ରୀରାମ ନବମୀରେ ଅନନ୍ତ ଅମ୍ବାନୀଙ୍କ ପଦଯାତ୍ରା ଦ୍ବାରକା ସହରରେ ଶେଷ ହୋଇଛି। ହିନ୍ଦୁ ତିଥି ଅନୁଯାୟୀ ଶ୍ରୀରାମ ନବମୀ ଦିନ ଅନନ୍ତଙ୍କ ଜନ୍ମଦିନ ଥିଲା।  ଏହି ଅବସରରେ ଜାମନଗରରୁ ବାହାରି ଅନନ୍ତ ୧୮୦ କିମି ପଦଯାତ୍ରା କରିବା ପରେ ଦ୍ବାରକାରେ ପହଞ୍ଚିଥିଲେ। ତାଙ୍କର ଏହି ଆଧ୍ୟାତ୍ମିକ ଅନ୍ବେଷଣ ପଦଯାତ୍ରା ଗତ ମାର୍ଚ୍ଚ ୨୯ ତାରିଖରେ ଆରମ୍ଭ ହୋଇଥିଲା। ଦିନକୁ ସେ ୧୨ରୁ ୧୫ କିମି ଚାଲୁଥିଲେ। 

ଅନନ୍ତ ଅମ୍ବାନୀଙ୍କ ପିଲାଦିନୁ କୁସିଂସ୍‌ ସିଣ୍ଡ୍ରୋମ୍‌ ନାମକ ଏକ ବିରଳ ହରମୋନ୍‌ ବିକାର ଓ ରୋଗଜନିତ ମେଦବହୁଳତା, ଶ୍ବାସଜନିତ ସମସ୍ୟା ଏବଂ ଗମ୍ଭୀର ଫୁସ୍‌ଫୁସ୍‌ ରୋଗଜନିତ ଦୁର୍ବଳତାର ଶିକାର ଅଛନ୍ତି। ଏହା ସତ୍ତ୍ବେ ବି ସେ ଏହି କଠିନ ଏବଂ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଘଟଣାକୁ ନେଇ ଖୁବ ପ୍ରଶଂସା କରାଯାଉଛି।

ଅନନ୍ତ ଅମ୍ବାନୀଙ୍କ ପଦଯାତ୍ରା ସମାପ୍ତ ହେବାପରେ ଖୁସି ବ୍ୟକ୍ତ କରି ଧର୍ମପତ୍ନୀ ରାଧିକା ମର୍ଚାଣ୍ଟ ପ୍ରତିକ୍ରିୟା ଦେଇ କହିଥିଲେ - 'ଆଜି ଅନନ୍ତଙ୍କ ୩୦ତମ ଜନ୍ମଦିନ।  ଅନନ୍ତଙ୍କ  ଅନେକ ବର୍ଷରୁ ଇଚ୍ଛା ଥିଲା ଯେ ଆମ ବିବାହ ପରେ ସେ ଜାମନଗରରେ ଥିବା ଆମ ଘରୁ ଦ୍ୱାରକାଦୀଶ ପର୍ଯ୍ୟନ୍ତ ପଦଯାତ୍ରା କରିବେ। ତାଙ୍କର ଏହି ଇଚ୍ଛା ପୂରଣ ହୋଇଛି। ମୁଁ ତାଙ୍କ ପାଇଁ ବହୁତ ଗର୍ବିତ। ତାଙ୍କ ପଦଯାତ୍ରା ସମାପ୍ତ କରିବାରେ ଯେଉଁମାନେ ସାହାଯ୍ୟ ସହଯୋଗ କରିଛନ୍ତି ସେମାନଙ୍କୁ ମୁଁ କୃତଜ୍ଞତା ଜଣାଉଛନ୍ତି। ବିଶେଷ କଥାଟି ହେଉଛି ଅନନ୍ତ ତାଙ୍କର ଏହି ପଦଯାତ୍ରାରେ କୌଣସି କ୍ୟାମେରା ଓ ଗଣମାଧ୍ୟମକୁ ସାମିଲ କରି ନଥିଲେ। ଏମିତି କି ଦିନରେ ପଦଯାତ୍ରା କଲେ ଲୋକଙ୍କୁ ଅସୁବିଧା ହେବ ବୋଲି ସେ ରାତିରେ ଏହି ଯାତ୍ରା ଆରମ୍ଭ କରୁଥିଲେ।’

ରାଧିକା ମର୍ଚାଣ୍ଟଙ୍କ ମୁଖର ନିଜର ପ୍ରଶଂସା ଶୁଣିବା ପରେ ଅନନ୍ତଙ୍କ ମୁଖମଣ୍ଡଳରେ ଏକ ସୁନ୍ଦର ହସ ଖେଳି ଯାଇଥିଲା। ଏହି ମୁହୂର୍ତ୍ତର ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି।  ଯାହାକୁ ଲୋକମାନେ ବହୁଳମାତ୍ରାରେ ଭଲ ପାଇବା ଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe