କର୍ତ୍ତବ୍ୟ ପଥରେ ଏକାସହିତ ୧୯୦୦ଟି ଶାଢ଼ିର ଝଲକ ଦେଖି ଖୁସି ହେଲେ ଲୋକେ

କର୍ତ୍ତବ୍ୟ ପଥରେ ଏକାସହିତ ୧୯୦୦ଟି ଶାଢ଼ିର ଝଲକ ଦେଖି ଖୁସି ହେଲେ ଲୋକେ

ନୂଆଦିଲ୍ଲୀ: ଆଜି ଦେଶ ୭୫ତମ ଗଣତନ୍ତ୍ର ଦିବସ ପାଳନ କରିଛି। ଏନେଇ ଇଣ୍ଡିଆଗେଟର କର୍ତ୍ତବ୍ୟ ପଥରେ ଏକ ବିଶାଳ ପରେଡ୍ ଦେଖିବାକୁ ମିଲିଛି। ପରେଡ ସହିତ ବିଭିନ୍ନ ରାଜ୍ୟର ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ସେଠାରେ ଆୟୋଜିତ ହୋଇଥିଲା। ପରେଡରେ ଦେଶର ସାମରିକ ଶକ୍ତି ଏବଂ ସାଂସ୍କୃତିକ ବିବିଧତାର ଏକ ନିଆରା ମିଶ୍ରଣ ଦେଖିବାକୁ ମିଳିଥିଲା।

ଏଥର ୭୫ତମ ଗଣତନ୍ତ୍ର ଦିବସ ପରେଡରେ ମହିଳା କେନ୍ଦ୍ରିକ ହୋଇଛି। ଚଳିତଥର ‘ବିକଶିତ ଭାରତ’ ଏବଂ ‘ଭାରତ-ମାତା ଗଣତନ୍ତ୍ର’ ମୁଖ୍ୟ ବିଷୟବସ୍ତୁ ପାଲଟିଛି। ଏହି କ୍ରମରେ ଅନନ୍ତ ସୂତ୍ର ନାମକ ଏକ ବି‌ଶେଷ ପ୍ରଦର୍ଶନ ସମସ୍ତଙ୍କୁ ଚକିତ କରି ଦେଇଛି।

ଏହି ପ୍ରଦର୍ଶନରେ ଦେଶର ପ୍ରତି କୋଣଅନୁକୋଣରୁ ସଂଗ୍ରହ କରାଯାଇଥିବା ୧୯୦୦ଟି ଶାଢ଼ିକୁ ଏକାଠି କରି ପ୍ରଦର୍ଶନ କରାଯାଇଥିଲା। ଏଥିରେ କ୍ୟୁଆର କୋର୍ଡ ବି ଦିଆଯାଇଥିଲା। ଯାହାକୁ ଆଧାର କରି ଯେ‌‌କୌଣସି ଲୋକ ଶାଢ଼ିର ବୁଣା ଓ ଏହା କେଉଁ ସ୍ଥାନର ସେବିଷୟରେ ସବିଶେଷ ବିବରଣୀ ପାଇପାରିବେ। ଏହି ଶାଢ଼ିକୁ କଳାକାରଙ୍କ ପ୍ରତିଭାକୁ ପ୍ରଦର୍ଶନ କରିବା ପାଇଁ ପ୍ରଦର୍ଶିତ କରାଯାଇଥିଲା। ଏଥିରେ ଗୋଟିଏ ଶାଢ଼ି ୧୫୦ବର୍ଷ ପୁରୁଣା ବୋଲି କୁହାଯାଉଛି।

ଆଜି କର୍ତ୍ତବ୍ୟ ପଥରେ ପରେଡ ସମୟରେ ଦେଶ ତାହାର ବେସାମରିକ ସାମରିକ ଶକ୍ତି ଏବଂ ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ଏକ ବିଶାଳ ପ୍ରଦର୍ଶନ ସହିତ ୭୫ ତମ ଗଣତନ୍ତ୍ର ଦିବସ ପାଳନ କରିଥିଲା। ପରମ୍ପରା ଅନୁଯାୟୀ ଦେଶର ରାଷ୍ଟ୍ରପତି ଜାତୀୟ ପତାକା ଉତ୍ତୋଳନ କରିବା ପରେ ଜାତୀୟ ସଂଗୀତ ଗାନ କରାଯାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସାଲ୍ୟୁଟରୁ ଗଣତନ୍ତ୍ର ଦିବସ ପରେଡ ଆରମ୍ଭ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe