ବିଜେପି ସାଂସଦ କହିଲେ, କେନ୍ଦ୍ରର ୪୦ ହଜାର କୋଟି ଟଙ୍କାର ପାଣ୍ଠିକୁ ରକ୍ଷା କରିବାକୁ ଯାଇ ଦେବେନ୍ଦ୍ର ଫଡନଭିସ୍ ହୋଇଥିଲେ ମୁଖ୍ୟମନ୍ତ୍ରୀ

ଶିବସେନା ସାଂସଦ କହିଲେ, ଏହା ମହାରାଷ୍ଟ୍ର ସହିତ ବିଶ୍ବାସଘାତକତା

ବିଜେପି ସାଂସଦ କହିଲେ, କେନ୍ଦ୍ରର ୪୦ ହଜାର କୋଟି ଟଙ୍କାର ପାଣ୍ଠିକୁ ରକ୍ଷା କରିବାକୁ ଯାଇ ଦେବେନ୍ଦ୍ର ଫଡନଭିସ୍ ହୋଇଥିଲେ ମୁଖ୍ୟମନ୍ତ୍ରୀ

Image--amarujala

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ଲୋକସଭା ଆସନରୁ ସାଂସଦ ଅନନ୍ତ କୁମାର ହେଗଡେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କୁ ନେଇ ଯେଉଁ ଖୁଲାସା କରିଛନ୍ତି ,ତାହା ଉପରେ ପ୍ରତିକ୍ରିୟା ଦେଇ ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି ଯେ ଏହା ମହାରାଷ୍ଟ୍ର ସହିତ ବିଶ୍ବାସଘାତକତା ।


ସୂଚନାଯୋଗ୍ୟ, ଅନନ୍ତ କୁମାର ହେଗଡେ କହିଛନ୍ତି ଯେ, କେନ୍ଦ୍ରର ୪୦ ହଜାର କୋଟି ଟଙ୍କାର ପାଣ୍ଠିକୁ ରକ୍ଷା କରିବାକୁ ଯାଇ ଦେବେନ୍ଦ୍ର ଫଡନଭିସ୍ ୮୦ ଘଣ୍ଟା ପାଇଁ ମୁଖ୍ୟମନ୍ତ୍ରୀ ହେବାର ନାଟକ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପାଖରେ କେନ୍ଦ୍ରର ୪୦ ହଜାର କୋଟିର ଫଣ୍ଡ ଥିଲା। ଯଦି କଂଗ୍ରେସ, ଏନସିପି ଏବଂ ଶିବସେନାର ଶାସନ କ୍ଷମତାକୁ ଆସିଥାନ୍ତା, ତେବେ ୪୦ ହଜାର କୋଟିର ଦୁରୁପଯୋଗ କରାଯାଇଥାନ୍ତା।ଏଣୁ ସେହି ଅର୍ଥକୁ ପୁଣି କେନ୍ଦ୍ର ସରକାରଙ୍କ ପାଖକୁ ଫେରାଇ ଦେବାଲାଗି ଏଭଳି ନାଟକ କରାଯାଇଥିଲା ବୋଲି ସେ କହିଛନ୍ତି।

ଅନନ୍ତ କୁମାର ହେଗଡେ ଆହୁରି ମଧ୍ୟ କହିଛନ୍ତି ଯେ ଶପଥ ଗ୍ରହଣ କରିବାର ୧୫ ଘଣ୍ଟା ମଧ୍ୟରେ ଫଡନଭିସ୍ ସେହି ଅର୍ଥକୁ କେନ୍ଦ୍ରକୁ ଫେରାଇ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe