ବଦଳିଲା ଅନନ୍ତନାଗ-ରାଜୌରୀ ଲୋକସଭା ଆସନ ପାଇଁ ଭୋଟଗ୍ରହଣ ତାରିଖ, ମେ ୭ ପରିବର୍ତ୍ତେ ମେ ୨୫ରେ ହେବ ଭୋଟଗ୍ରହଣ

ନିର୍ବାଚନ କମିସନଙ୍କ ବିରୋଧରେ ପୁଣି ସୁପ୍ରିମକୋର୍ଟରେ ପହଞ୍ଚିଲା ଏଡିଆର, କାରଣ ଜାଣନ୍ତୁ

Image Courtesy of India Today

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ଅନନ୍ତନାଗ-ରାଜୌରୀ ଲୋକସଭା ଆସନରେ ନିର୍ବାଚନ ତାରିଖ ପରିବର୍ତ୍ତନ କରିଛନ୍ତି ନିର୍ବାଚନ କମିସନ । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ତୃତୀୟ ପର୍ଯ୍ୟାୟରେ ମେ ୭ ତାରିଖରେ ମତଦାନ ହେବାର ଥିଲା। କିନ୍ତୁ ଏବେ ଆସନ୍ତା ୨୫ ତାରିଖରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନବେଳେ ସେଠାରେ ମତଦାନ ହେବ। ନିର୍ବାଚନ ତାରିଖ ବଢ଼ାଇବା ପାଇଁ ଅନେକ ରାଜନୈତିକ ଦଳର ଦାବି ଓ ବାସ୍ତବ ସ୍ଥିତିକୁ ଦେଖି ନିର୍ବାଚନ କମିଶନ ଏହି ନିଷ୍ପତ୍ତି ନେଇଛନ୍ତି।

ନିର୍ବାଚନ ଆୟୋଗ ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି ଯେ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନର ରିପୋର୍ଟ ଏବଂ ଉକ୍ତ ନିର୍ବାଚନ ମଣ୍ଡଳୀର ବର୍ତ୍ତମାନର ବାସ୍ତବ ସ୍ଥିତିକୁ ବିଶ୍ଳେଷଣ କରିବା ପରେ ଆୟୋଗ ଜନପ୍ରତିନିଧି ଆଇନ, ୧୯୫୧ର ଧାରା ୫୬ ଅନୁଯାୟୀ ଉକ୍ତ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ତାରିଖକୁ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି। କମିସନ କହିଛନ୍ତି, ରାଜନୈତିକ ଦଳଗୁଡ଼ିକ ବିଭିନ୍ନ ଲଜିଷ୍ଟିକ୍, ଯୋଗାଯୋଗ ଏବଂ ଯୋଗାଯୋଗ ପ୍ରତିବନ୍ଧକକୁ ଦର୍ଶାଇଥିଲେ ଯାହା ପ୍ରଚାରରେ ବାଧା ସୃଷ୍ଟି କରିଥାଏ। ଏହାକୁ ଦୃଷ୍ଟିରେ ରଖି ତାରିଖ ବଦଳାଯାଇଛି ।

୨୦୨୪ ଲୋକସଭା ନିର୍ବାଚନ ରେ ଦୁଇଟି ପର୍ଯ୍ୟାୟ ମତଦାନ ହୋଇଛି । ଏବେ ତୃତୀୟ ପର୍ଯ୍ୟାୟ ମତଦାନ ମେ' ୭ତାରିଖରେ ହେବ। ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ ୫ଟି ଲୋକସଭା ଆସନ ରହିଛି। ସୁରକ୍ଷା ଦୃଷ୍ଟିରୁ ଏହି ଆସନଗୁଡ଼ିକରେ ବିଭିନ୍ନ ପର୍ଯ୍ୟାୟରେ ମତଦାନ ଚାଲିଛି। ୭ଟି ପର୍ଯ୍ୟାୟ ମତଦାନ ପରେ ଜୁନ୍ ୪ତାରିଖରେ ଫଳାଫଳ ପ୍ରକାଶ ପାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe