ତୃତୀୟ ଦିନରେ ଜେରା ପାଇଁ ହାଜର ହେଲେନି ଅନନ୍ୟା

Advertisment
ତୃତୀୟ ଦିନରେ ଜେରା ପାଇଁ ହାଜର ହେଲେନି ଅନନ୍ୟା

Image Courtesy of India Today

ମୁମ୍ବାଇ : କ୍ରୁଜ୍‌ ଡ୍ରଗ୍ସ ମାମଲାରେ ତୃତୀୟ ଥର ପଚରା ଉଚରା ପାଇଁ ସୋମବାର ହାଜର ହେବାକୁ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ଏନ୍‌ସିବି ସମନ ପଠାଇଥିଲା। ହେଲେ ଅନନ୍ୟା ଅସୁସ୍ଥ ଥିବା ଦର୍ଶାଇ ଆଜି ଏନ୍‌ସିବିରେ ହାଜର ହୋଇନାହାନ୍ତି। ପଚରା ଉଚରା ପାଇଁ ସେ ଆଉ ଦୁଇଦିନ ସମୟ ମାଗିଛନ୍ତି। ଏନ୍‌ସିବି ଉପ ମହାନିର୍ଦ୍ଦେଶକ ମୁଥା ଅଶୋକ ଜୈନ ସୂଚନା ଦେଇଛନ୍ତି, ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଅସୁସ୍ଥ ଅଛନ୍ତି। ହାଜର ହେବା ପାଇଁ ସେ ସମୟ ମାଗିଛନ୍ତି। ଆଗାମୀ କିଛିଦିନ ମଧ୍ୟରେ ଏନ୍‌ସିବି ଅନନ୍ୟାଙ୍କୁ ଆଉ ଏକ ସମନ ଜାରି କରିବ। କାରଣ ପଚରା ଉଚରାବେଳେ ସେ ସନ୍ତୋଷଜନକ ଉତ୍ତର ଦେଇ ନଥିଲେ ବୋଲି ଏନ୍‌ସିବି ଅଧିକାରୀ କହିଛନ୍ତି। ଆର୍ୟନ୍‌ ଖାନ୍‌ଙ୍କ ମୋବାଇଲର ହ୍ବାଟସ୍‌ଅପ୍‌ ଚାଟ୍‌ ଆଧାରରେ ଏନ୍‌ସିବି ଅନନ୍ୟାଙ୍କୁ ହାଜର ହେବା ପାଇଁ ସମନ ଜାରି କରିଥିଲା। ଗତ ଗୁରୁବାର ଓ ଶୁକ୍ରବାର ଦୁଇଦିନରେ ଅନନ୍ୟାଙ୍କୁ ପ୍ରାୟ ୬ ଘଣ୍ଟା ପଚରା ଉଚରା କରାଯାଇଥିଲା। ତାଙ୍କ ବାସଭବନରେ ଚଢ଼ଉ କରାଯାଇ ତାଙ୍କ ମୋବାଇଲ ଓ ଲାପଟପ୍‌ ଜବତ କରାଯାଇଥିଲା। ୨୫ ତାରିଖରେ ତୃତୀୟ ଥର ପଚରା ଉଚରା ପାଇଁ ହାଜର ହେବାକୁ ଏନ୍‌ସିବି ସମନ ଜାରି କରିଥିଲା। ତେବେ ଅସୁସ୍ଥତା ଦର୍ଶାଇ ଅନନ୍ୟା ଆଜି ଏନ୍‌ସିବିରେ ହାଜର ହେଲେ ନାହିଁ। ସୂଚନାଯୋଗ୍ୟ, କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଗିରଫ ଆର୍ୟନ୍‌ ଏବେ ଆର୍ଥର ରୋଡ‌ ଜେଲ୍‌ରେ ଅଛନ୍ତି। ମଙ୍ଗଳବାର ବମ୍ବେ ହାଇକୋର୍ଟରେ ତାଙ୍କ ଜାମିନ ଆବେଦନର ଶୁଣାଣି ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe