ଆର୍ମସମର୍ପଣ କଲେ ଫେରାର୍‌ ବିଧାୟକ ଅନନ୍ତ ସିଂହ

Advertisment
ଆର୍ମସମର୍ପଣ କଲେ ଫେରାର୍‌ ବିଧାୟକ ଅନନ୍ତ ସିଂହ

ପାଟନା: ଗତ ଅଗଷ୍ଟ ୧୭ ତାରିଖରୁ ଫେରାର ଥିବା ବିହାରର ସ୍ବାଧୀନ ବିଧାୟକ ଅନନ୍ତ ସିଂହ ଆଜି ଦିଲ୍ଲୀ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ଅନନ୍ତ ସିଂହଙ୍କର ପାଟନା ଜିଲ୍ଲା ଅଧୀନସ୍ଥ ଲାଡମାରେ ଥିବା ତାଙ୍କ ବାସଭବନରେ ଗତ ୧୭ ତାରିଖରେ ପୁଲିସ ଚଢ଼ଉ କରି ଏକେ ୪୭ ରାଇଫଲ୍‌ ଏବଂ ୨୭ କାଟ୍ରିଜ୍‌ ଜବତ କରିଥିଲା। କିନ୍ତୁ ଅନନ୍ତ ସିଂହ ନିଖୋଜ ଥିଲେ। ପୁଲିସ ୟୁଏପିଏ ଆଇନ ଅଧୀନରେ ଅନନ୍ତ ସିଂହଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe