ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କ ଉପରେ ଆକ୍ରମଣ, ଅଳ୍ପକେ ବର୍ତ୍ତିଲେ

Advertisment
ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କ ଉପରେ ଆକ୍ରମଣ, ଅଳ୍ପକେ ବର୍ତ୍ତିଲେ

ବିଜୟୱାଡ଼ା: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଉପରେ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ସେ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାରିକେଡରେ ଥିବା ଗାଡ଼ିଗୁଡ଼ିକ ଉପରେ ମଧ୍ୟ ପଥର ମାଡ଼ କରାଯାଇଛି।

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡୀ ତାଙ୍କ 'ମେମନ୍ତ ସିଦ୍ଧମ୍' ବସ୍ ଯାତ୍ରାରେ ବିଜୟୱାଡ଼ା ଦେଇ ଯାଉଥିବା ବେଳେ ଏହି ପଥରମାଡ଼ ହୋଇଥିଲା ଯେଉଁଥିରେ ସେ ଆହତ ହୋଇଥିଲେ। ଜଣେ ଅଜ୍ଞାତ ବ୍ୟକ୍ତି ବାଟୁଳିଖଡ଼ା ବ୍ୟବହାର କରି ମୁଖ୍ୟମନ୍ତ୍ରୀଙ୍କୁ ଲକ୍ଷ୍ୟକରି ଆକ୍ରମଣ କରିଥିଲା । ସିଂହନଗରର ବିବେକାନନ୍ଦ ସ୍କୁଲ ସେଣ୍ଟର ନିକଟରେ ଏହି ଆକ୍ରମଣ ହୋଇଥିଲା । ଏହା ଫଳରେ ମୁଖ୍ୟମନ୍ତ୍ରୀଙ୍କ ବାମ ଆଖି ଉପରେ ଏକ କ୍ଷତ ସୃଷ୍ଟି ହୋଇଛି ।  ତେବେ ଏହି ଆକ୍ରମଣରେ ମୁଖ୍ୟମନ୍ତ୍ରୀଙ୍କ ଆଖି ଅଳ୍ପକେ ବର୍ତ୍ତି ଯାଇଥିଲା।

ମୁଖ୍ୟମନ୍ତ୍ରୀ ଜଗନଙ୍କ ପାଖରେ ଠିଆ ହୋଇଥିବା ବିଧାୟକ ଭେଲାମପଲ୍ଲୀଙ୍କ ବାମ ଆଖିରେ ମଧ୍ୟ ଆଘାତ ଲାଗିଛି। ଏହି ଘଟଣା ସମୟରେ ୱାଇଏସ୍ ଜଗନ ଉତ୍ସାହୀ ଜନତାଙ୍କୁ ହାତ ହଲାଇଥିଲେ। ଆକ୍ରମଣ ପରେ ତୁରନ୍ତ ଡାକ୍ତର ମାନେ ତାଙ୍କର ଚିକିତ୍ସା କରି ପ୍ରାଥମିକ ଚିକିତ୍ସା କରିବା ସହ ସେ ବିପଦମୁକ୍ତ ଥିବା ଘୋଷଣା କରିଥିଲେ। ଏହାପରେ ୱାଇଏସ୍ ଜଗନ ତାଙ୍କ ବସ୍ ଯାତ୍ରା ଜାରି ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe