ପୁଅ କିନ୍ନରକୁ ବିବାହ କରିବାକୁ କହିବାରୁ ଜୀବନ ହାରିଲେ ମାତାପିତା

କିନ୍ନରକୁ ବିବାହ କରିବାକୁ ପୁଅ ସୁନୀଲ ଜିଦ୍ ଧରିଥିଲେ। ବାରମ୍ବାର ମନା କରିବା ସତ୍ତ୍ବେ ବି ପୁଅ ନମାନିବାରୁ ମାତାପିତା ଜୀବନ ହାରିଥିବା କରିଥିବା କହିଛି ପୁଲିସ। ଏବେ ଏହାର ତଦନ୍ତ ଚାଲିଛି।

ଅଦ୍ୟତନ ହୋଇଛି
sd

ବିଶାଖାପାଟଣା: କିନ୍ନରକୁ ବିବାହ କରିବାକୁ ଜିଦ୍ ଧରିଥିଲା ପୁଅ। ବାରମ୍ବାର ମନା କରିବା ସତ୍ତ୍ବେ ବି ପୁଅ ନମାନିବାରୁ ଜୀବନ ହାରିଲେ ମାତାପିତା । ଆନ୍ଧ୍ରପ୍ରଦେଶର ନନ୍ଦ୍ୟାଲ ଜିଲ୍ଲାରେ ଘଟିଛି ଏଭଳି ଘଟଣା। ମୃତକଙ୍କ ନାମ ହେଲା ସୁବ୍ବା ରାୟୁଡୁ(୪୫) ଓ ସରସ୍ବତୀ।

ପୁଲିସର କହିବା ମୁତାବକ, ୩ବର୍ଷ ହେଲାଣି ପୁଅ ସୁନୀଲଙ୍କର କିନ୍ନର ସମାଜ ସହ ମିଳାମିଶା ବଢ଼ିଥିଲା। ଏହାକୁ ଦେଖି ଚିନ୍ତିତ ହୋଇପଡ଼ିଥିଲେ ସୁବ୍ବା ଓ ସରସ୍ବତୀ। ଏଭଳି ନକରିବାକୁ ଦୁହେଁ ମନା କରୁଥିଲେ ବି ସୁନୀଲ ସେମାନଙ୍କ କଥା ଶୁଣୁନଥିଲେ। ୩ବର୍ଷ ଧରି ଏହି କଥାକୁ ନେଇ ଅନେକ ଥର ଝଗଡ଼ା ହୋଇଥିଲା। ହେଲେ ସୁନୀଲ କିନ୍ନରମାନଙ୍କ ସହ ମିଶିବା ବନ୍ଦ କରିନଥିଲେ। କିଛି ଦିନ ତଳେ ସେ ଜଣେ କିନ୍ନରଙ୍କୁ ବିବାହ କରିବେ ବୋଲି ସୁବ୍ବା ଓ ସରସ୍ବତୀଙ୍କୁ ଜଣାଇଥିଲେ। ହେଲେ ଦୁହେଁ ଏଥିରେ ରାଜି ହୋଇନଥିଲେ।

 ଏମଧ୍ୟରେ ସୁନୀଲ ୧.୫ଲକ୍ଷ ଟଙ୍କା ଆଣି ଫେରାଇନଥିବା ଦାବି କରି କିଛି କିନ୍ନର ସୁବ୍ବା ଓ ସରସ୍ବତୀଙ୍କୁ ତାଙ୍କ ଘର ବାହାରେ ଗାଳିଗୁଲଜ କରି ଅପମାନିତ କରିଥିଲେ। ଏହାକୁ ସହିନପାରି ଦୁହେଁ ଜୀବନ ହାରିଥିବା ଜଣାଯାଇଛି। ଏବେ ଏହି ଘଟଣାର ତଦନ୍ତ କରୁଛି ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe