ଗରିବ ଚାଷୀଙ୍କ ଚମକିଲା ଭାଗ୍ୟ: ଜମିରେ କାମ କରୁଥିବା ସମୟରେ ମିଳିଲା ୩୦ କ୍ୟାରେଟର ହୀରା

Advertisment
ଗରିବ ଚାଷୀଙ୍କ ଚମକିଲା ଭାଗ୍ୟ: ଜମିରେ କାମ କରୁଥିବା ସମୟରେ ମିଳିଲା ୩୦ କ୍ୟାରେଟର ହୀରା

ତିରୁପତି: ଚାଷ ଜମିରେ କାମ କରୁଥିବା ବେଳେ ଜଣେ ଚାଷୀ ହୀରା ପାଇବା ଘଟଣା ଚର୍ଚ୍ଚାରେ ରହିଛି।  ଆନ୍ଧ୍ରପ୍ରଦେଶର କୁରନୁଲ ଜିଲ୍ଲାର ଚିନ୍ନା ଜୋନ୍ନାଗିରି ହୀରା ମିଳିବା ଘଟଣା ସାମ୍ନାକୁ ଆସିଛି। ଏଠାରେ  ଜଣେ ଚାଷୀ ଜମିରେ କାମ କରୁଥିବା ବେଳେ ୩୦କ୍ୟାରେଟର ହୀରା ପାଇଥିବା ଜଣାପଡ଼ିଛି। ଚାଷୀଙ୍କ ଏଭଳି ଦାବି ପରେ ପୁଲିସ ମାମଲାର ଯାଞ୍ଚ ଆରମ୍ଭ କରିଛି।

ପ୍ରକାଶିତ ରିପୋର୍ଟ ମୁତାବକ, ତୁଗଲି ମଣ୍ଡଳର ଚିନ୍ନା ଜୋନ୍ନାଗିରିରେ ଜଣେ ସ୍ଥାନୀୟ ଚାଷୀ ନିଜ ଚାଷ ଜମିରେ କାମ କରୁଥିଲେ। ଏହି ସମୟରେ ସେ କାଚ ଭଳି ଖଣ୍ଡେ ସାମଗ୍ରୀ ପାଇଥିଲେ। ପ୍ରଥମେ ସେ ଏହାକୁୁ ସାମାନ୍ୟ କାଚ ବୋଲି ଭାବିଥିଲେ। ପରେ ଜାଣିବାକୁ ପାଇଲେ ଯେ ଏହା ଏକ ହୀରାଖଣ୍ଡ ବୋଲି। ଏହାପରେ ତାଙ୍କ ଖୁସି କହିଲେ ନସରେ।  ତାହାକୁ ସେ ସ୍ଥାନୀୟ ବ୍ୟବସାୟୀଙ୍କୁ ଉକ୍ତ ହୀରାକୁ ୧.୨କୋଟି ଟଙ୍କାରେ ବିକ୍ରି କରି ଦେଇଥିବା ଜଣାପଡ଼ିଛି।

ଏହି ଘଟଣାକୁ ନେଇ ପୁଲିସ ଅଧ୍ୟକ୍ଷକଙ୍କ କହିବାନୁସାରେ, ଗତ କିଛି ବର୍ଷ ହେଲାଣି ଏହି ଅଞ୍ଚଳରେ ଜୁନରୁ ନଭେମ୍ବର ମଧ୍ୟରେ ମୂଲ୍ୟବାନ ପଥର ସବୁ ମିଳୁଥିବା ଘଟଣା ସାମ୍ନାକୁ ଆସୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe