ତିରୁପତି ଲଡୁ ବିବାଦର ହେବ ଏସଆଇଟି ଯାଞ୍ଚ, ହେଲା ମହାଶାନ୍ତି ହୋମ

ଦିନକୁ ଦିନ ବଢ଼ିଚାଲିଛି ତିରୁପତି ଲଡୁ ବିବାଦ । ଏହି ମାମଲାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି । ତିରୁପତି ଲଡୁ ବିବାଦର ଏସଆଇଟି ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ପରମ୍ପରା ଅନୁସାରେ ମନ୍ଦିରର ଶୁଦ୍ଧିକରଣ କରିବା ପାଇଁ ଆରମ୍ଭ ହେଲା ମହାଶାନ୍ତି ହୋମ ।

ଅଦ୍ୟତନ ହୋଇଛି
www.aajtak.in

ଅମରାବତୀ: ଦିନକୁ ଦିନ ବଢ଼ିଚାଲିଛି ତିରୁପତି ମନ୍ଦିରର ଲଡୁ ବିବାଦ। ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀ ମନ୍ଦିରର ଲଡୁରେ ପଶୁ ଚର୍ବି ଏବଂ ଖରାପ ସାମଗ୍ରୀ ମିଶୁଥିବା ତଥ୍ୟ ସାମ୍ନାକୁ ଆସିବା ପରେ ସମଗ୍ର ଦେଶରେ ଅସନ୍ତୋଷ ଦେଖାଦେଇଛି। ଏହି ମାମଲାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି । ଆଉ ଏହାରି ଭିତରେ ମନ୍ଦିରର ଶୁଦ୍ଧିକରଣ କରିବା ପାଇଁ ଆଜି ମହାଶାନ୍ତି ହୋମା ଆୟୋଜନ କରଯାଇଛି। 

ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶ ସରକାର ଏସଆଇଟି ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଇଜିଙ୍କ ନେତୃତ୍ୱରେ ଏସଆଇଟି ଟିମ ଗଠନ ହୋଇଛି । ସମସ୍ତ ପ୍ରକାରର ଯାଞ୍ଚ ପରେ ସରକାରଙ୍କୁ  ରିପୋର୍ଟ ଦାଖଲ କରାଯିବ । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି ଯେ, ‘‘ସରକାର ଏ ସମ୍ପର୍କରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ; ଯେପରି ଲଡୁରେ ପଶୁ ଚର୍ବି ଏବଂ ଖରାପ ସାମଗ୍ରୀ ମିଶିବା ଭଳି ଘଟଣା ଆଉ ନହୁଏ।’’ 

ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ତିରୁମାଳା ମନ୍ଦିରର ଲଡ଼ୁ ତିଆରି ପାଇଁ ପଶୁ ଚର୍ବି ବ୍ୟବହାର ହେଉଥିବା ନେଇ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଅଭିଯୋଗ ଆଣିଥିଲେ । ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଜଗନ୍‌ ମୋହନ ସରକାରରେ ଥିବାବେଳେ କିଛି ନିୟମରେ ପରିବର୍ତ୍ତନ କରିଥିଲେ । ନିୟମ ଅନୁଯାୟୀ ଘିଅ ଯୋଗାଣକାରୀଙ୍କର ଅତି କମରେ ୩ ବର୍ଷର ଅଭିଜ୍ଞତା ରହିବା ଉଚିତ୍। କିନ୍ତୁ ଜଗନ୍ ମୋହନ ରେଡ୍ଡି କ୍ଷମତା ଗ୍ରହଣ କରିବା ପରେ ଏହାକୁ ଗୋଟିଏ ବର୍ଷର ଅଭିଜ୍ଞତା କରିଦେଇଥିଲେ ।

ନାଇଡୁ ପ୍ରଶ୍ନ କରିଛନ୍ତି ଯେ, କେଜି ପିଛା ୩୧୯ ଟଙ୍କାରେ କିପରି ଶୁଦ୍ଧ ଘିଅ ଉପଲବ୍ଧ ହୋଇପାରିବ। ଖଜୁରୀ ତେଲ ମଧ୍ୟ ଏହାଠାରୁ ମହଙ୍ଗା ଅଟେ। ସେ କହିଛନ୍ତି ଯେ, ଏଆର୍ ଡାଏରି ଫୁଡ୍ ପ୍ରାଇଭେଟ ଲିମିଟେଡ୍ ୧୨ ଜୁନରୁ ଘିଅ ଯୋଗାଣ ଆରମ୍ଭ କରିସାରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe