କୌଣସି ବିଦେଶ ଫେରନ୍ତା ନି‌ଖୋଜ ହୋଇନାହାନ୍ତି

Advertisment

ଓମିକ୍ରନ୍‌ ଆତଙ୍କ ନେଇ ଆନ୍ଧ୍ର ସରକାରଙ୍କ ବୟାନ ଜାରି

ଓମିକ୍ରନ୍‌ ଆତଙ୍କ ନେଇ ଆନ୍ଧ୍ର ସରକାରଙ୍କ ବୟାନ ଜାରି

କୌଣସି ବିଦେଶ ଫେରନ୍ତା ନି‌ଖୋଜ ହୋଇନାହାନ୍ତି

the financial express

ଅମରାବତୀ: କରୋନାର ଓମିକ୍ରନ୍‌ ପ୍ରଜାତିକୁ ନେଇ ଭୟ ବଢ଼ିଥିବା ବଳେ ଆନ୍ଧ୍ରପ୍ରଦେଶରେ ୩୦ ବିଦେଶ ଫେରନ୍ତା ନିଖୋଜ ହୋଇଯିବା ଖବର ବେଶୀ ଆତଙ୍କ ସୃଷ୍ଟି କରିଥିଲା। କିନ୍ତୁ ଆନ୍ଧ୍ର ସରକାର ଏହି ରିପୋର୍ଟକୁ ଖଣ୍ଡନ କରିଛନ୍ତି। ଜନସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ହେମାବତୀ ସ୍ପଷ୍ଟ କରିଛନ୍ତି ଯେ, ରାଜ୍ୟକୁ ଫେରିବାପରେ କୌଣସି ଯାତ୍ରୀ ନିଖୋଜ ହୋଇନାହାନ୍ତି। ତେଣୁ ସେମାନଙ୍କୁ ଖୋଜିବା ପ୍ରକ୍ରିୟା ଆରମ୍ଭ ହୋଇନି। କେନ୍ଦ୍ରର ନିର୍ଦ୍ଦେଶାବଳି ଅନୁଯାୟୀ ସମସ୍ତ ଅନ୍ତର୍ଜାତୀୟ ଯାତ୍ରୀଙ୍କୁ ଅନ୍ତର୍ଜାତୀୟ ବିମାନବନ୍ଦରରେ ଟେଷ୍ଟ୍‌ କରାଯାଇଛି।

ଆନ୍ଧ୍ରରେ ଯେହେତୁ କୌଣସି ଅନ୍ତର୍ଜାତୀୟ ବିମାନବନ୍ଦର ନାହିଁ ତେଣୁ କୌଣସି ଯାତ୍ରୀ ବିଦେଶ ଯାତ୍ରାରୁ ଫେରି ନିଖୋଜ ହୋଇଯିବା ସୁଯୋଗ ନାହିଁ ବୋଲି ସେ କହିଛନ୍ତି। ବିଭିନ୍ନ ରାଷ୍ଟ୍ରରୁ ବିଶାଖାପାଟନମକୁ ଫେରିଥିବା ୩୦ ଯାତ୍ରୀଙ୍କ ତଥ୍ୟ କେନ୍ଦ୍ର ସରକାର ଆନ୍ଧ୍ର ସରକାରଙ୍କୁ ଦେଇଛନ୍ତି। ସେମାନେ ହୋମ୍‌ ଆଇସୋଲେସନ୍‌ରେ ଅଛନ୍ତି। ର‌ାଜ୍ୟ ମେଡିକାଲ ଏବଂ ସ୍ବାସ୍ଥ୍ୟ ବିଭାଗ ସେମାନଙ୍କ ସ୍ବାସ୍ଥ୍ୟର ଭଲଭାବେ ଯାଞ୍ଚ କରୁଛନ୍ତି।

ଓମିକ୍ରନ୍‌ ଆକ୍ରାନ୍ତ ବେଙ୍ଗାଲୁରୁ ଡାକ୍ତର ବିଦେଶ ଯାତ୍ରା କରିନାହାନ୍ତି

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଜଣେ ୪୬ ବର୍ଷୀୟ ଡାକ୍ତର ଗତକାଲି ଓମିକ୍ରନ୍‌ ଆକ୍ରାନ୍ତ ହୋଇଛନ୍ତି। କିନ୍ତୁ ସେ କୌଣସି ବିଦେଶ ରାଷ୍ଟ୍ର ଗସ୍ତ କରିନାହାନ୍ତି। ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ୫ ଜଣ ବ୍ୟକ୍ତି କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କ ପରିବାରର ୨ ଜଣ ଏବଂ ଅନ୍ୟ ଜଣେ ସହକର୍ମୀ ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ନମୁନା ଜିନୋମ ସି‌କ୍ବେନ୍ସିଂ ପାଇଁ ପଠାଯାଇଛି। ଓମିକ୍ରନ ଆକ୍ରାନ୍ତ ହୋଇଥିବା ଏହି ଡାକ୍ତର ଜଣଙ୍କ ବନ୍ନେରଘାଟ୍ଟା ରୋଡ୍‌ରେ ଏକ ହସ୍ପିଟାଲ୍‌ରେ କାମ କରନ୍ତି । ନଭେମ୍ବର ୨୨ ତାରିଖରେ ସେ କରୋନା ସଂକ୍ରମିତ ହୋଇଛନ୍ତି।

ତାଙ୍କଠାରେ କରୋନା ଲକ୍ଷଣ ଦେଖାଦେଇଛି। ଥଣ୍ଡା ସାଙ୍ଗକୁ ଦେହ ବିନ୍ଧା ଭଳି ଲକ୍ଷଣ ତାଙ୍କ ନିକଟରେ ରହିଛି। ଡାକ୍ତରଙ୍କ ସିଟି ଭାଲ୍ୟୁ ୨୫ ତଳକୁ ରହିବାରୁ ସେ ତାଙ୍କ ନମୁନାକୁ ଜିନୋମ ସିକ୍ବେନ୍ସିଂ ପାଇଁ ପଠାଇଥିଲେ। ତାଙ୍କ ନମୁନାରେ ଓମିକ୍ରନ୍‌ ପ୍ରଜାତି ଚିହ୍ନଟ ହୋଇଛି। ଡାକ୍ତର ଜଣଙ୍କ ସମ୍ପୂର୍ଣ୍ଣ ଟିକା ନେଇଛନ୍ତି। ତାଙ୍କଠାରେ ବେଶୀ କିଛି ଲକ୍ଷଣ ନଥିବାରୁ ସେ ହୋମ୍‌ ଆଇସୋଲେସନ୍‌ରେ ରହିଛନ୍ତି। ତାଙ୍କ ସଂସ୍ପର୍ଶରେ ସିଧାସଳଖ ଆସିଥିବା ୧୩ ଜଣ ଏବଂ ପରୋକ୍ଷ ସଂସ୍ପର୍ଶରେ ଆସିଥିବା ୨୦୫ ଜଣଙ୍କ କରୋନା‌ ଟେଷ୍ଟ୍‌ କରାଯାଇଛି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ନମୁନା ପଜିଟିଭ୍‌ ଆସିଛି ସମସ୍ତ ନମୁନା ଜିନୋମିକ ସିକ୍ବେନ୍ସିଂ ପାଇଁ ପଠାଯାଇଛି। ଡାକ୍ତରଙ୍କ ପତ୍ନୀ ଏବଂ ଝିଅ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe