ସାମାଜିକ ଗଣମାଧ୍ୟମରେ ନ୍ୟାୟପାଳିକା ସଂକ୍ରାନ୍ତ ଅପମାନଜନକ ମନ୍ତବ୍ୟ ଘଟଣାର ସିବିଆଇ ତଦନ୍ତ ଆଦେଶ ଦେଲେ ଆନ୍ଧ୍ର ହାଇକୋର୍ଟ

Advertisment
ବାହାନଗା ‌ଟ୍ରେନ୍‌ ଦୁର୍ଘଟଣାରେ ନୂଆ ଖିଅ: ୩ ଜଣଙ୍କୁ ଉଠାଇନେଲା ସିବିଆଇ, ଅଜ୍ଞାତ ସ୍ଥାନରେ ଜେରା

Image Courtesy of Hindustan Times

ହାଇଦ୍ରାବାଦ: ସାମାଜିକ ଗଣମାଧ୍ୟମରେ ଘୃଣ୍ୟ ପୋଷ୍ଟ୍‌ ଏବଂ ରାଜ୍ୟ ନ୍ୟାୟପାଳିକା ବିରୁଦ୍ଧରେ ‘ୱାଇଏସ୍‌ଆର୍‌ କଂଗ୍ରେସ ପାର୍ଟି’ର କେତେକ ନେତା ଅପମାନଜନକ ବିବୃତି ଦେଇଛନ୍ତି ବୋଲି କୁହାଯାଉଥିବା ଘଟଣାର ‘ସିବିଆଇ’ ତଦନ୍ତ କରାଇବାକୁ ସୋମବାର ଦିନ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଆଦେଶ ଦେଇଛନ୍ତି।

ବିଚାରପତି ରାକେଶ କୁମାର ଏବଂ ଜେ ଉମା ଦେବୀଙ୍କୁ ନେଇ ଗଠିତ ହାଇକୋର୍ଟଙ୍କ ଖଣ୍ଡପୀଠ କହିଲେ ଯେ, ନ୍ୟାୟପାଳିକା ସଂକ୍ରାନ୍ତରେ ଅପମାନଜନକ ମନ୍ତବ୍ୟ ଦେଇଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ରାଜ୍ୟ ପୁଲିସ ଉପଯୁକ୍ତ ପଦକ୍ଷେପ ନେବାରେ ବିଫଳ ହେବାରୁ ନିରପେକ୍ଷ ତଦନ୍ତ ନିମନ୍ତେ ଅଦାଲତ ଏହି ମାମଲାକୁ ‘ସିବିଆଇ’କୁ ଅର୍ପଣ କରୁଛନ୍ତି।

ତଦନ୍ତ ଭାର ଗ୍ରହଣ କରି ଅଭିଯୁକ୍ତଙ୍କ ବିରୁଦ୍ଧରେ ବିହିତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ସହ ଆଠ ସପ୍ତାହ ମଧ୍ୟରେ ହାଇକୋର୍ଟରେ ରିପୋର୍ଟ ଦାଖଲ କରିବାକୁ ଖଣ୍ଡପୀଠ ‘ସିବିଆଇ’କୁ ନିର୍ଦେଶ ଦେଇଛନ୍ତି। ଏହି ମାମଲାର ତଦନ୍ତରେ ‘ସିବିଆଇ’କୁ ସବୁ ପ୍ରକାର ସହଯୋଗ କରିବାକୁ ମଧ୍ୟ ରାଜ୍ୟ ସରକାରଙ୍କୁ ଖଣ୍ଡପୀଠ କହିଛନ୍ତି।

publive-image Image Courtesy of Top Indi News

ହାଇକୋର୍ଟର ଅନ୍ୟତମ ବରିଷ୍ଠ ଆଡ୍‌ଭୋକେଟ୍‌ ଲକ୍ଷ୍ମୀନାରାୟଣଙ୍କ କହିବା ଅନୁସାରେ, ରାଜ୍ୟ ସରକାରଙ୍କ ବିପକ୍ଷରେ ରାୟ ଶୁଣାଇଥିବାରୁ ନ୍ୟାୟପାଳିକା ବିରୁଦ୍ଧରେ ୯୦ରୁ ଅଧିକ ଲୋକ ଅପମାନଜନକ ମନ୍ତବ୍ୟ ଦେଇଥିବା ବେଳେ ସିଆଇଡି ମାତ୍ର ଅଳ୍ପ କେତେକ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀଙ୍କ ନାମରେ ଏଫ୍‌ଆଇଆର୍‌ ଫାଇଲ୍ କରିଛି। ଅପମାନଜନକ ମନ୍ତବ୍ୟ ଦେଇଥିବା ‘ୱାଇଏସ୍‌ଆର୍‌ସି’ ନେତାମାନଙ୍କ ବିରୋଧରେ ମଧ୍ୟ ‘ସିଆଇଡି’ କୋଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ।

ଅନ୍ୟମାନଙ୍କ ମଧ୍ୟରେ ବିଧାନସଭା ବାଚସ୍ପତି ତାମ୍ମିନେନି ସୀତାରାମ, ଉପମୁଖ୍ୟମନ୍ତ୍ରୀ ନାରାୟଣ ସ୍ବାମୀ, ସାଂସଦ ବିଜୟସାଇ ରେଡ୍ଡୀ ଏବଂ ଏନ୍‌ ସୁରେଶ ଓ ପୂର୍ବତନ ବିଧାୟକ ଆମାଞ୍ଚି କୃଷ୍ଣମୋହନ ଏଭଳି ଅଶିଷ୍ଟ ମନ୍ତବ୍ୟ ଦେଇଥିବା କଥା ଶୁଣାଣି ବେଳେ ଖଣ୍ଡପୀଠ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe