ସୁଇଜରଲାଣ୍ଡ୍‌ ଯାଉଥିବା ଆନ୍ଧ୍ର ଯୁବକ ପାକିସ୍ତାନ ପୁଲିସ୍‌ ହାତରେ ଗିରଫ, ମାସେ ଭିତରେ ଜେଲ୍‌ରୁ ବାହାରିବେ ବୋଲି ଭିଡିଓ ଜାରି କରି ବାପାମାଆଙ୍କୁ ଦେଲେ ଆଶ୍ବାସନା

Advertisment
ସିମେଣ୍ଟ ମେସିନ୍‌ ବିକିବା ବାହାନାରେ ୨୭ଲକ୍ଷ ଚଳୁ, ରାଜସ୍ଥାନରୁ କମ୍ପାନି ମାଲିକ ଗିରଫ

(Photo Credits: Unsplash)

ହାଇଦ୍ରାବାଦ୍: ପାକିସ୍ତାନର ଚୋଲିସ୍ଥାନ ଅଞ୍ଚଳଳରୁ ଦୁଇ ଜଣ ସଂଦିଗ୍ଧଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ସଂଦିଗ୍ଧ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଦେଇ ଅବୈଧ ଭାବେ ଦେଶରେ ପଶିଥିବା କାରଣରୁ ପାକିସ୍ତାନ ଗିରଫ କରିଛି। ଗିରଫ ହୋଇଥିବା ସଂଦିଗ୍ଧକୁ ପାକିସ୍ତାନ ମୁତାଳନରେ ଥିବା ତଦନ୍ତକାରୀ ସଂସ୍ଥାକୁ ପଠାଯାଇଛି।

ରିପୋର୍ଟରୁ ଜାଣିବାକୁ ମିଳିଛି ‌ଯେ ସଂଦିଗ୍ଧ ଇଞ୍ଜିନିୟର ପ୍ରଶାନ୍ତ ବୈନ୍ଦମ ଉପଯୁକ୍ତ ପ୍ରମାଣ ପତ୍ର ନ ନେଇ ରାଜସ୍ଥାନ ଦେଇ ପାକିସ୍ତାନକୁ ପ୍ରବେଶ କରିଥିଲେ। ତାଙ୍କୁ ନଭେମ୍ବର ୧୪ ତାରିଖରେ ଏକ ମରୁଭୂମିରୁୁ ଗିରଫ କରାଯାଇଛି। ପୁଲିସ୍‌ ପଚରାଉଚରା କରିବାର ପ୍ରଶାନ୍ତ ସଫେଇ ଦେଇ କହିଛନ୍ତି ଯେ ସେ ତାଙ୍କ ‌ପ୍ରେମିକାଙ୍କୁ ଭେଟିବା ପାର୍ଇ ସୁଇଜରଲାଣ୍ଡ୍ ଯାଉଥିଲେ। ମାତ୍ର ପାକିସ୍ତାନରେ ପହଞ୍ଚି ଯାଇଛନ୍ତି।

ସେ ନିଜରର ବାପାମାଆଙ୍କ ଉଦେଶ୍ୟରେ କିଛି ତଥ୍ୟ ଛାଡ଼ି ଏକ ଭିଡିଓ ବି ରିଲିଜ୍‌ କରିଛନ୍ତି। ସେହି ଭିଡିଓରେ ସେ ନିଜ ବାପମାଆଙ୍କୁ ଆଶ୍ବାସନା ଦେଇ କହିଛନ୍ତି ଯେ ପାକିସ୍ତାନ ଜେଲ୍‌ରୁ ୧ ମାସରେ ଭିତରେ ସେ ମୁକ୍ତ ହେବ‌େ ବୋଲି।

ଯଦି ସେ ବାସ୍ତବରେ ସୁଇଜରଲାଣ୍ଡ୍‌ ଯାଉଥିଲେ ତେବେ ପାକିସ୍ତାନରେ କିପରି ଅଟକିଲେ ବୋଲି ପୁଲିସ୍‌ ଜାଣିବାକୁୁ ତଦନ୍ତ ଆରମ୍ଭ କରିଛି। ପାକିସ୍ତାନୀମାନେ ତାଙ୍କୁ ସନ୍ଦେହ କରିବା ସହ ସେ ଆକ୍ରମଣ ଘଟାଇବାକୁ ଆସିଥାଇପାରନ୍ତି ବୋଲି ଅଭିଯୋଗ ଆଣିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe