ଆନ୍ଧ୍ରପ୍ରଦେଶ ଏସି ସୁପରଫାଷ୍ଟ୍‍ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଅାଁ; ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ ଜାରି

Advertisment
ଆନ୍ଧ୍ରପ୍ରଦେଶ ଏସି ସୁପରଫାଷ୍ଟ୍‍ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଅାଁ; ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ ଜାରି

ନୂଆଦିଲ୍ଲୀ: ସୋମବାର ସକାଳେ ଗୋଆଲିୟର୍‌ ନିକଟବର୍ତ୍ତୀ ଏକ ଛୋଟ ଷ୍ଟେସନ୍‌ରେ ଆନ୍ଧ୍ରପ୍ରଦେଶ ଏସି ସୁପର୍‌ଫାଷ୍ଟ୍‍ ଏକ୍ସପ୍ରେସ୍‌ର ଦୁଇଟି ବଗିରେ ନିଅାଁ ଲାଗିଛି। ଗୋଆଲିୟର୍‌ ଅନ୍ତର୍ଗତ ବିରଲାଙ୍ଗାର ଷ୍ଟେସନ୍‌ ନିକଟରେ ଟ୍ରେନ୍‌ରେ ନିଅାଁ ଲାଗିଥିବା କଥା ଜଣାପଡ଼ିଥିଲା। ରେଳବାଇ ପିଆର୍‌ଓ ମନୋଜ କୁମାରଙ୍କ ଅନୁସାରେ, ଟ୍ରେନ୍‌ ଉପରେ ଏକ ହାଇ-ଟେନ୍‌ସନ୍‌ ତାର ଖସି ପଡ଼ିବାରୁ ବି-୬ ଏବଂ ବି-୭ବଗିରେ ନିଅାଁ ଲାଗିଥିଲା।

ପୂର୍ବାହ୍ଣ  ୧୧.୫୦ ମିନିଟ୍‌ରେ ବି-୬ ବଗିରେ ନିଅାଁ ଲାଗିବା ପରେ ତାହା  ବି-୭ ବଗିକୁ ବ୍ୟାପିଥିବା କଥା ରେଳ ମନ୍ତ୍ରାଳୟ ମୁଖପାତ୍ର ବେଦ ପ୍ରକାଶ କହିଛନ୍ତି।

publive-image

ଟ୍ରେନ୍‌କୁ ଅଟକା ଯାଇ ସମସ୍ତ ଯାତ୍ରୀଙ୍କୁ ବାହାରକୁ ଅଣାଯାଇଥିଲା। ଘଟଣାସ୍ଥଳକୁ ୪ଟି ଦମକଳ ଯାଇଛି। କେହି ମୃତାହତ ହୋଇଥିବାର ଖବର ଏବେ ଆସିନାହିଁ। ଅଟକିବା କ୍ଷଣି କେତେ ଜଣ ଯାତ୍ରୀ ଟ୍ରେନ୍‌ରୁ ବାହାରକୁ କୁଦା ମାରିଥିଲେ। ଗୋଆଲିଅର୍‌ରୁ ବରିଷ୍ଠ ରେଳବାଇ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ ତଦାରଖ କରିବାରେ ବ୍ୟସ୍ତ ଅଛନ୍ତି। ଟ୍ରେନ୍‌ଟି ନୂଆଦିଲ୍ଲୀର ହଜରତ୍‌ ନିଜାମୁଦ୍ଦିନ୍‌ ଷ୍ଟେସନ୍‌ରୁ ଆନ୍ଧ୍ରପ୍ରଦେଶର ବିଶାଖାପଟନମ୍‌ ଯାଉଥିଲା।

ସମ୍ପୃକ୍ତ ସେକ୍‌ସନ୍‌ରେ ଟ୍ରେନ୍‌ ଚଳାଚଳ ବ୍ୟାହତ ହୋଇଛି ଏବଂ ଅନ୍ୟ କେତେକ ଟ୍ରେନ୍‌ ଭିନ୍ନ ଭିନ୍ନ ଷ୍ଟେସନ୍‌ରେ ଅଟକି ରହିଛନ୍ତି।
ରେଳବାଇ ଦୁଇଟି ଜରୁରୀକାଳୀନ ନମ୍ବର ଜାରି କରିଛି: 1322, 1800111189.

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe