ମନ୍ଦିରରେ ନବ ବର୍ଷ ଉତ୍ସବ ପାଳନ ନିଷେଧ କଲା ଆନ୍ଧ୍ରପ୍ରଦେଶ

Advertisment
ମନ୍ଦିରରେ ନବ ବର୍ଷ ଉତ୍ସବ ପାଳନ ନିଷେଧ କଲା ଆନ୍ଧ୍ରପ୍ରଦେଶ

Image Courtesy of The News Minute

ବିଜୟଓ୍ଵାଡ଼ା: ନବ ବର୍ଷ ପୂର୍ବ ସନ୍ଧ୍ୟା ଏବଂ ଜାନୁଆରି ପହିଲା ହିନ୍ଦୁ ସଂସ୍କୃତି ଏବଂ ବିଶ୍ୱାସର ଅଂଶବିଶେଷ ହୋଇ ନ ଥିବାରୁ ତାହା ରାଜ୍ୟର ମନ୍ଦିରମାନଙ୍କରେ ପାଳନ କରାଯିବ ନାହିଁ ବୋଲି ଶୁକ୍ରବାର ଦିନ ଏକ ସର୍କ୍ୟୁଲାର୍‌ ଜାରି କରି ଆନ୍ଧ୍ରପ୍ରଦେଶ ସରକାର ଗୋଟାଏ ନୂଆ ବିବାଦ ଆରମ୍ଭ କରିଛି।

ଜାରି କରାଯାଇଥିବା ରିପୋର୍ଟରେ ଆନ୍ଧ୍ରପ୍ରଦେଶ ସରକାରଙ୍କର ଦେବୋତ୍ତର ବିଭାଗର ଅଂଶବିଶେଷ ‘ହିନ୍ଦୁ ଧର୍ମ ପରିରକ୍ଷଣ ଟ୍ରଷ୍ଟ୍‍’ କହିଛି ଯେ ମନ୍ଦିର ସବୁ ନବ ବର୍ଷ ପାଳନ କରିବା ଅନୁଚିତ। ସେମାନେ ଭକ୍ତମାନଙ୍କୁ ନବ ବର୍ଷ ପୂର୍ବ ସନ୍ଧ୍ୟାରେ କୌଣସି କଲ୍ୟାଣ ମଧ୍ୟ ମନାସିବା ଅନୁଚିତ।

ହିନ୍ଦୁ ପ୍ରଥା ଅନୁଯାୟୀ, ଉଗାଡ଼ି ଦିନ ମନ୍ଦିର ଉତ୍ସବାନୁଷ୍ଠାନ କରିବା ଉଚିତ। ସେତେବେଳେ ଲୋକେ ମନ୍ଦିରକୁ ଯାଇ ପ୍ରାର୍ଥନା କରିବା ଉଚିତ। ଏହା ଦେବୋତ୍ତର କମିସନ୍‌ ଓ୍ଵାଇ ଭି ଅନୁରାଧାଙ୍କ ନିର୍ଦେଶ ବୋଲି ସର୍କ୍ୟୁଲାରରେ ଉଲ୍ଲେଖ କରାଯାଇଛି। ନବ ବର୍ଷ ଦିନ ମନ୍ଦିରରେ ଫୁଲ ସଜା ଏବଂ ଉତ୍ସବାନୁଷ୍ଠାନ ହିନ୍ଦୁ ଧର୍ମ ବିରୋଧରେ ଯାଉଛି ବୋଲି ଏଥିରେ କୁହାଯାଇଛି। ନବ ବର୍ଷ ପୂର୍ବରୁ ଏହାକୁ ସବୁଆଡ଼େ ପ୍ରସାର କରାଇବାକୁ କମିସନର୍‌ ନିର୍ଦେଶ ଦେଇଛନ୍ତି।

publive-image Image Courtesy of The Indian Express

‘ହିନ୍ଦୁ ଧର୍ମ ପରିରକ୍ଷଣ ଟ୍ରଷ୍ଟ୍‍’ର ସଚିବ ବିଜୟରାଘବଚାରିଲ୍ୟୁ କହନ୍ତି: ନବ ବର୍ଷ ଇଂରାଜୀ ପଞ୍ଜିକାର ଏକ ମାମୁଲି ଘଟଣାମାତ୍ର। କିନ୍ତୁ, ‘ଉଗାଡ଼ି’ ସମୟରେ ଏକ ନୂଆ ଋତୁପ୍ରବେଶ କରେ ଏବଂ ଜ୍ୟୋତିଶ୍ଚକ୍ର ସ୍ଥିତିରେ ପରିବର୍ତ୍ତନ ଘଟେ। ମନ୍ଦିରମାନେ ଉଗାଡ଼ି ପାଳନ କରିବା ଉଚିତ, ଇଂରାଜୀ ନବ ବର୍ଷ ନୁହେଁ।

ରାଜ୍ୟରେ ଥିବା ୧୫୦୦ରୁ ଊର୍ଦ୍ଧ୍ୱ ମିନ୍ଦିରକୁ ଏ, ବି ଏବଂ ସି ଗ୍ରେଡ୍‌ରେ ବର୍ଗୀକରଣ କରାଯାଇଛି। କୋଟିଏ ଟଙ୍କାରୁ ଅଧିକ ଉପାର୍ଜନ କରୁଥିବା ମନ୍ଦିର ସବୁ ଏ ଗ୍ରେଡ୍‌ ଅନ୍ତର୍ଭୁକ୍ତ।

ତିରୁମାଳାସ୍ଥିତ ପ୍ରଭୁ ଭେଙ୍କଟେଶ୍ୱରଙ୍କ ମନ୍ଦିରରେ ନବ ବର୍ଷ ବହୁ ଆଡ଼ମ୍ବରରେ ପାଳନ କରାଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe