ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ପଞ୍ଜାଗୁଟାଠାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ବୃଦ୍ଧ ଦମ୍ପତି କରୋନା ସଂକ୍ରମଣ ଭୟ ଯୋଗୁଁ ଆତ୍ମହତ୍ୟା କରିଛନ୍ତି | ପୁଲିସର ସୂଚନାନୁସାରେ, ସ୍ଥାନୀୟ ବାସିନ୍ଦା ଭେଙ୍କଟେଶ୍ୱର ନାଇଡୁ ଏବଂ ତାଙ୍କ ପତ୍ନୀ ଲକ୍ଷ୍ମୀ ୧୦ଦିନ ଧରି କାଶ ଓ ଜ୍ୱରରେ ପୀଡିତ ଥିଲେ। ସେ ଭୟ କରୁଥିଲେ ଯେ ସେ କରୋନା ଆକ୍ରାନ୍ତ ହୋଇଯିବେ। ଏଭଳି ସ୍ଥିତିରେ ଯଦି ସେ ଘରେ ରୁହନ୍ତି ତେବେ ନାତି ନାତୁଣୀଙ୍କୁ ଏହି ସଂକ୍ରମଣ ବ୍ୟାପିଯିବ। ଏ ନେଇ ଉଭୟ ସ୍ବାମୀ-ସ୍ତ୍ରୀ ଆତ୍ମହତ୍ୟା କରିବାକୁ ଯୋଜନା କରିଥିଲେ ଏବଂ ମୃଦୁପାନୀୟରେ କୀଟନାଶକ ମିଶାଇ ପିଇଥିଲେ।
The Indian Expressକୀଟନାଶକ ମିଶ୍ରିତ ମୃତୁପାନୀୟ ପିଇବା ପରେ ଉଭୟଙ୍କର ମୃତ୍ୟୁ ହୋଇଥିଲା। ଏବେ ପୁଲିସ ମୃତଦେହକୁ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏହି ଘଟଣାର ତଦନ୍ତ କରୁଛି। ଏହି ଘଟଣାକୁ ନେଇ ପ୍ରଶାସନିକ ଅଧିକାରୀ ଭିନ୍ନ ମତ ରଖିଛନ୍ତି। ତାଙ୍କ କହିବା ମୁତାବକ, ଜୁଲାଇ ୨୫ରେ ଉଭୟ କରୋନା ପଜିଟିଭ୍ ଥିବା ଜଣାପଡିଥିଲା ଏବଂ ଚିକିତ୍ସା ପରେ ଦୁହେଁ ସୁସ୍ଥ ହୋଇଯାଇଥିଲେ। ତେବେ ପ୍ରଶାସନିକ ଅଧିକାରୀଙ୍କ ଏଭଳି ମତ ସାମ୍ନାକୁ ଆସିବା ପରେ ଆତ୍ମହତ୍ୟା ପଛର ପ୍ରକୃତ କାରଣ ଖୋଜିବା ଆରମ୍ଭ କରିଛି ପୁଲିସ।
Follow Us