ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ, ପତ୍ନୀ ଏବଂ ଝିଅଙ୍କୁ କରୋନା

Advertisment
ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ, ପତ୍ନୀ ଏବଂ ଝିଅଙ୍କୁ କରୋନା

The Hans India

ହାଇଦ୍ରାବାଦ୍: ଆନ୍ଧ୍ରପ୍ରଦେଶରେ କୋଭିଡ୍‌ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହେବାରେ ଲାଗିଛି। ଗତ ୩ ଦିନ ମଧ୍ୟରେ ରାଜ୍ୟରେ ୯୯ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ଏବଂ ୫୭୮୪ ପଜିଟିଭ୍‌ ମାମଲା ଚିହ୍ନଟ ହୋଇଛି। ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଅମଜାଥ ବାଶା ଶେଖ୍‌, ତାଙ୍କ ପତ୍ନୀ ଏବଂ ଝିଅ କରୋନା ସଂକ୍ରମିତ ହୋଇଛନ୍ତି। ତିରୁପତିର ଶ୍ରୀ ଭେଙ୍କଟେଶ୍ବର ମେଡିକାଲ୍‌ରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ହାଇଦ୍ରାବାଦ୍‌ର ଅନ୍ୟ ଏକ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩ କରୋନା ମୃତ୍ୟୁ ହୋଇଛି। ଗତକାଲି ୩୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ରବିବାର ଦିନ ୧୯ ଜଣଙ୍କ ମୃତ୍ୟୁ ହୋଇଥିଲା। ଗତ ‌ସୋମବାର ଦିନ ଜଣେ ୱାଇଏସ୍‌ଆର କଂଗ୍ରେସ ବିଧାୟକ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe