Image Source: Zee News
ଅମରାବତୀ: ଆନ୍ଧ୍ର ପ୍ରଦେଶ ସରକାର ରାଜ୍ୟବାସୀଙ୍କୁ ୧୬ କୋଟି ମାସ୍କ୍ ବାଣ୍ଟିବା ସହ ତୃତୀୟ ପର୍ଯ୍ୟାୟ ସର୍ବେକ୍ଷଣ ତ୍ବରାନ୍ବିତ କରିବେ। ମୁଣ୍ଡପିଛା ୩ଟି କରି ରାଜ୍ୟର ୫. ୩ କୋଟି ଲୋକଙ୍କୁ ମାସ୍କ୍ ବଣ୍ଟନ କରିବାକୁ ରବିବାର ଦିନ ଆୟୋଜି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡୀ ସରକାରୀ ଅଧିକାରୀମାନଙ୍କୁ କହିଛନ୍ତି।
ତୃତୀୟ ପର୍ଯ୍ୟୟ ସର୍ବେକ୍ଷଣରେ ୧. ୪୭ କୋଟି ଜନତାଙ୍କ ମଧ୍ୟରୁ ସମୁଦାୟ ୧. ୪୩ କୋଟି ଜନତାଙ୍କୁ ମ୍ୟାପିଙ୍ଗ୍ କରାଯାଇଥିଲା। ସର୍ବେକ୍ଷଣ ସମୟରେ ୩୨, ୩୪୯ ଜଣ ଲୋକଙ୍କୁ ଫିଲଡ୍ ଷ୍ଟାଫ୍ଙ୍କ ଦ୍ବାରା ଡାକ୍ତରୀ ପରୀକ୍ଷା କରାଇବାକୁ ରେଫର୍ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୯, ୧୦୭ଜଣଙ୍କୁ ପରୀକ୍ଷା କରିବାକୁ ଡାକ୍ତରମାନଙ୍କୁ କୁହାଯାଇଥିଲା। କିନ୍ତୁ, ସମସ୍ତ ୩୨, ୩୪୯ ଲୋକଙ୍କୁ ପରୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିଲେ।
Image Source: Timeମୁଖ୍ୟମନ୍ତ୍ରୀ କହିଲେ ଯେ କୋଭିଡ୍-୧୯ ବ୍ୟାପକ ହୋଇଥିବା ଜୋନ୍ଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦିଆଯିବା ଉଚିତ। ଏହାଛଡ଼ା ରାଜ୍ୟର କ୍ଲଷ୍ଟର୍, ରେଡ୍ ଜୋନ୍ ଏବଂ ହଟ୍ଷ୍ପଟ୍ ଅଞ୍ଚଳଗୁଡ଼ିକର ସବିଶେଷ ବିବରଣୀ ମଧ୍ୟ ମୁଖ୍ୟମନ୍ତ୍ରୀ ମାଗିଥିଲେ। ବରିଷ୍ଠ ନାଗରିକ, ରକ୍ତଚାପ ରୋଗୀ, ମଧୁମେହ ରୋଗୀ ଏବଂ ଅନ୍ୟାନ୍ୟ ରୋଗୀମାନଙ୍କ ପ୍ରତି ପ୍ରଥମେ ଗୁରତ୍ବ ଦେବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି।
ରାଜ୍ୟରେ ଭୂତାଣୁ ସଂକ୍ରମଣ ସ୍ତର ଆକଳନ କରିବାକୁ ସ୍ବାସ୍ଥ୍ୟ ବିଭାଗ କୋଭିଡ୍-୧୯ ବ୍ୟାପକ ହୋଇଥିବା ଅଞ୍ଚଳରେ ୪୫୦୦୦ ପରୀକ୍ଷା କରିବ।
Follow Us