ndtv
ନୂଆଦିଲ୍ଲୀ: ଜିଲ୍ଲାର ନାଁ ବଦଳାଇବାକୁ ନେଇ ହିଂସା। ମଙ୍ଗଳବାର ଅପରାହ୍ନରେ ଆନ୍ଧ୍ରପ୍ରଦେଶର ଅମାଲପୁରମ୍ ସହରରେ ଘଟିଛି ହିଂସାକାଣ୍ଡ। ସେଠାରେ ନବନିର୍ମିତ କୋନାସିମା ଜିଲ୍ଲାର ନାଁ ବିଆର ଆମ୍ବେଦକର କୋନାସିମା କରିବାକୁ ପ୍ରସ୍ତାବ ଦିଆଯିବା ପରେ ହିଂସା ଆରମ୍ଭ କରିଥିଲେ ଉତ୍ତ୍ୟକ୍ତ ଜନତା। ଏହି ପ୍ରସ୍ତାବକୁ ବିରୋଧକୁ କରି ଆଜି ଉତ୍ତ୍ୟକ୍ତ ଜନତା ପରିବହନ ମନ୍ତ୍ରୀ ପିନିପେ ବିଶ୍ୱରୂପଙ୍କ ଘରେ ନିଆଁ ଲଗାଇଦେଇଥିବା ଜଣାପଡ଼ିଛି।
କେବଳ ମନ୍ତ୍ରୀଙ୍କ ଘର ନୁହେଁ ଉତ୍ତ୍ୟକ୍ତ ଲୋକେ ପୁଲିସ ଗାଡ଼ି ଏବଂ ଏକ ସ୍କୁଲ ଗାଡ଼ିରେ ମଧ୍ୟ ନିଆଁ ଲଗାଇଦେଇଥିବା ନେଇ ସୂଚନା ମିଳିଛି। ତେବେ ପରିବହନ ମନ୍ତ୍ରୀଙ୍କ ଘରେ ଉତ୍ତ୍ୟକ୍ତ ଲୋକେ ନିଆଁ ଲଗାଇବା ପରେ ପୁଲିସ ମନ୍ତ୍ରୀ ଏବଂ ତାଙ୍କ ପରିବାରକୁ ସୁରକ୍ଷିତ ଭାବେ ବାହାରକୁ ଆଣିଛି। ଏହି ଘଟଣାରେ ଉତ୍ତ୍ୟକ୍ତ ଲୋକଙ୍କ ପଥର ମାଡ଼ରେ ଅନେକ ପୁଲିସକର୍ମୀ ଆହତ ମଧ୍ୟ ହୋଇଛନ୍ତି।
ndtvରାଜ୍ୟ ଗୃହମନ୍ତ୍ରୀ ତନେତି ବନିତା ଅଭିଯୋଗ କରିଛନ୍ତି ଯେ କେତେକ ରାଜନୈତିକ ଦଳ ଏବଂ ଅସାମାଜିକ ଲୋକ ଏହି ଅଗ୍ନିକାଣ୍ଡ ଘଟାଇଛନ୍ତି। ଏହି ଘଟଣାରେ ପ୍ରାୟ ୨୦ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଏହା ଦୁର୍ଭାଗ୍ୟଜନକ। ଆମେ ଏହି ଘଟଣାର ଅନୁସନ୍ଧାନ କରିବୁ ଏବଂ ଦୋଷୀଙ୍କୁ ଦଣ୍ଡ ଦେବୁ।
ସୂଚନାଯୋଗ୍ୟ ଯେ ,ଏପ୍ରିଲ ୪ରେ କୋନାସିମା ଜିଲ୍ଲା ଗଠନ କରାଯାଇଥିଲା। ଗତ ସପ୍ତାହରେ, ରାଜ୍ୟ ସରକାର କୋନାସିମା ଜିଲ୍ଲାର ନାଁ ବିଆର ଆମ୍ବେଦକର କୋନାସିମା ଜିଲ୍ଲା କରିବାକୁ ପ୍ରାଥମିକ ବିଜ୍ଞପ୍ତି ଜାରି କରିଥିଲେ। ବିଜ୍ଞପ୍ତି ଜାରି ସହ ଏହି ନାଁକୁ ନେଇ ଥିବା ଆପତ୍ତି ଓ ପରାମର୍ଶ ୩୦ଦିିନ ମଧ୍ୟରେ ଦେବାକୁ କୁହାଯାଇଥିଲା। ହେଲେ ନାଁ ବଦଳାଇବା ନେଇ ବିଜ୍ଞପ୍ତି ଆସିବା ଦେଖି ଲୋକେ ଏହାର ବିରୋଧ କରିବା ଆରମ୍ଭ କରିଦେଇଥିଲେ।
Follow Us