ଆକାଶ ମାର୍ଗରୁ  ସମୁଦ୍ରକୁ ଖସି ପଡ଼ିଲେ ଦୁଇ ନୌସେନା ଅଧିକାରୀ

Advertisment

ଆନ୍ଧ୍ରପ୍ରଦେଶର ବିଶାଖାପାଟନମରେ ବୀରତ୍ବ ପ୍ରଦର୍ଶନ କାର୍ଯ୍ୟକ୍ରମ ପାଇଁ ଅଭ୍ୟାସ କରିବା ସମୟରେ ଦୁଇଜଣ ଭାରତୀୟ ‌ନୌସେନା ଅଧିକାରୀ ସମୁଦ୍ର ଭିତରକୁ ଖସି ପଡ଼ିଥିଲେ। ଠିକ ସମୟରେ ଉଦ୍ଧାର ହୋଇଯିବାରୁ ବଞ୍ଚିଗଲା ଜୀବନ।

Updated On

ଆନ୍ଧ୍ରପ୍ରଦେଶର ବିଶାଖାପାଟନମରେ ବୀରତ୍ବ ପ୍ରଦର୍ଶନ କାର୍ଯ୍ୟକ୍ରମ ପାଇଁ ଅଭ୍ୟାସ କରିବା ସମୟରେ ଦୁଇଜଣ ଭାରତୀୟ ‌ନୌସେନା ଅଧିକାରୀ ସମୁଦ୍ର ଭିତରକୁ ଖସି ପଡ଼ିଥିଲେ। ଠିକ ସମୟରେ ଉଦ୍ଧାର ହୋଇଯିବାରୁ ବଞ୍ଚିଗଲା ଜୀବନ।

ଅଦ୍ୟତନ ହୋଇଛି
FD


ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ବିଶାଖାପାଟନମରେ ପ୍ରଦର୍ଶନ ସମୟରେ ଦୁଇଜଣ ଭାରତୀୟ ‌ନୌସେନା ଅଧିକାରୀ ସମୁଦ୍ର ଭିତରକୁ ଖସି ପଡ଼ିଥିଲେ। ସୌଭାଗ୍ୟବଶତଃ ସଙ୍ଗେସଙ୍ଗେ ଦୁଇଜଣ ଅଧିକାରୀଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଥିବାରୁ ଜୀବନ ବଞ୍ଚି ଯାଇଛି। 

ଅଧିକପଢ଼ନ୍ତୁ:ଦିଲ୍ଲୀ ସରକାରଙ୍କୁ ଖାଲି ଗାଳି କରୁଛନ୍ତି: କେଜ୍ରିୱାଲ

ଗତ ଗୁରୁବାର ଦିନ ରାମକୃଷ୍ଣ ବ୍ରିଚିରେ ପୂର୍ବ ନୌସେନା କମାଣ୍ଡର ଅପରେସନଲ ପ୍ରଦର୍ଶନର ଅଭ୍ୟାସ ଚାଲିଥିଲା। ଏହି ସମୟରେ ଦୁଇଜଣ ନୌସେନା ଅଧିକାରୀ ଆକାଶ ମାର୍ଗରୁ ତଳକୁ ଓହ୍ଲାଉଥିବା  ବେଳେ ଦୁହିଁଙ୍କ ପାରାଚ୍ୟୁଟ୍ ପବନରେ ଫସି ଯାଇଥିଲା। ଯେଉଁ କାରଣରୁ ଦୁହେଁ ସମୁଦ୍ରରେ ଖସିପଡ଼ିଥିଲେ।  ସମୁଦ୍ରରେ ଖସି ପଡ଼ିବା ହେତୁ ଦୁଇ ନୌସେନା ଅଧିକାରୀଙ୍କୁ ବିଶେଷ ଆଘାତ ଲାଗି ନଥିଲା।

 ଅଧିକପଢ଼ନ୍ତୁ:ବାପାଙ୍କ ଅନ୍ତିମ ଯାତ୍ରା ସମୟରେ ଟଙ୍କା ଉଡ଼ାଇ ନାଚିଲା ପୁଅ

ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆ ଜରିଆରେ ସାମ୍ନାକୁ ଆସିଛି। ଯେଉଁଥିରେ ଉଭୟ ଅଧିକାରୀଙ୍କ ପାରାଚ୍ୟୁଟ୍ ପରସ୍ପର ସହ ଫସି ଯାଉଥିବା ଦେଖିବାକୁ ମିଳୁଛି। ଏହି କାରଣରୁ ଦୁହେଁ ସମୁଦ୍ର ଭିତରକୁ ଖସି ପଡ଼ୁଛନ୍ତି। ଏହି ଘଟଣା ପୂର୍ବରୁ ଘଟଣାସ୍ଥଳରେ ଉପସ୍ଥିତ ଥିବା ନୌ‌ସେନା ଟିମ ଦୁଇ ଅଧିକାରୀଙ୍କୁ ଉଦ୍ଧାର କରି ନେଇଥି‌ଲେ। ଏହି ଘଟଣାରେ ଅଭ୍ୟାସ ଦେଖିବା ପାଇଁ ସମୁଦ୍ର କୂଳରେ ଉପସ୍ଥିତ ଥିବା ଲୋକେ ଭୟଭୀତ ହୋଇଯାଇଥିଲେ।

ଶନିବାର ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭାରତୀୟ ନୌସେନାର ସାହସିକତା ପ୍ରଦର୍ଶନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe