ଆନ୍ଧ୍ର ସ୍ୱତନ୍ତ୍ର ମାନ୍ୟତା: କେନ୍ଦ୍ରର ଅନ୍ୟାୟ ବିରୋଧରେ ଚନ୍ଦ୍ରବାବୁ ନାଇଡୁଙ୍କ ଅନଶନ

Advertisment
ଆନ୍ଧ୍ର ସ୍ୱତନ୍ତ୍ର ମାନ୍ୟତା: କେନ୍ଦ୍ରର ଅନ୍ୟାୟ ବିରୋଧରେ ଚନ୍ଦ୍ରବାବୁ ନାଇଡୁଙ୍କ ଅନଶନ

ବିଜୟଓ୍ଵାଡ଼ା: ‘ରାଜ୍ୟକୁ କେନ୍ଦ୍ରର ଅସହଯୋଗ’ ବିରୋଧରେ ପ୍ରତିବାଦ ଜଣାଇ ଶୁକ୍ରବାର ଦିନ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଦିନିକିଆ ଅନଶନ ଆରମ୍ଭ କରିଛନ୍ତି।

ଆଜି ୬୮ ବର୍ଷରେ ପଦାର୍ପଣ କରୁଥିବା ତେଲୁଗୁ ଦେଶମ୍‌ ପାର୍ଟିର ମୁଖ୍ୟ ଆଜି ଅନଶନ କରିବେ ବୋଲି ଗତ ସପ୍ତାହରେ ଘୋଷଣା କରି କହିଥିଲେ: ଏପ୍ରିଲ୍‌ ୨୦ ମୋର ଜନ୍ମଦିନ। ରାଜ୍ୟର ସମସ୍ୟା ଏବଂ କେନ୍ଦ୍ରର ନୀତି ଲାଗି ସେ ଦିନ ମୁଁ ସକାଳୁ ସନ୍ଧ୍ୟା ଯାଏଁ ଉପବାସ ରହିବି। ଏମିତି କରି ମୁଁ କେନ୍ଦ୍ର ବିରୋଧରେ ମୋର ପ୍ରତିବାଦ ଜାହିର କରିବି।

ସବୁ ବର୍ଗର ଲୋକ ବିଜୟଓ୍ଵାଡାସ୍ଥିତ ଇନ୍ଦିରା ଗାନ୍ଧୀ ମ୍ୟୁନିସିପାଲ୍‌ କର୍ପୋରେସନ୍‌ ଷ୍ଟାଡିୟମ୍‌ରେ ସମବେତ ହୋଇ ମୁଖ୍ୟମନ୍ତ୍ରୀଙ୍କ ‘ନ୍ୟାୟ ପାଇଁ ଲଢ଼େଇ’ରେ ଅଂଶ ଗ୍ରହଣକାରୀ ସାଜିଛନ୍ତି।

publive-image

ଜନ୍ମଦିନରେ ପରିବାର ସହ ସମୟ ନ ବିତାଇ ଚନ୍ଦ୍ରବାବୁ ନାଇଡୁ ସକାଳ ୭ଟାରୁ ଯାଇ ଆଇଜିଏମ୍‌ସି ଷ୍ଟାଡିୟମ୍‌ରେ ଅନଶନରେ ବସିଛନ୍ତି। ରାଜ୍ୟର ପାଞ୍ଚ କୋଟି ଲୋକଙ୍କ ସ୍ୱାର୍ଥ ରକ୍ଷା ପାଇଁ ସେ ଦିନିକିଆ ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ମହାତ୍ମା ଗାନ୍ଧୀ, ପୋର୍ସନ୍‌ ଶ୍ରୀମରାମୁଲୁ, ଜ୍ୟୋତି ରାଓ ଫୁଲେଙ୍କୁ ଶ୍ରଦ୍ଧାସୁମନ ଦେଇ ସେ ମଞ୍ଚ ଉପରକୁ ଆସିଥିଲେ। ତାଙ୍କୁ ତିରୁମାଲା ମନ୍ଦିର, କନକ ଦୁର୍ଗା ମନ୍ଦିରର ପୁରୋହିତଙ୍କ ସମେତ ଇସ୍‌ଲାମ୍‌, ଖ୍ରୀଷ୍ଟିଆନ୍‌, ବୌଦ୍ଧ, ଶିଖ୍‌ ଏବଂ ଜୈନ ସମ୍ପ୍ରଦାୟର ବୟୋଜ୍ୟୋଷ୍ଠମାନେ ଆଶୀର୍ବାଦ ଦେଇଥିଲେ।

ତାଙ୍କ ଦଳର କର୍ମୀ, ବିଭିନ୍ନ ଅନୁଷ୍ଠାନର ସଦସ୍ୟ, ଛାତ୍ରଛାତ୍ରୀ, କର୍ମଚାରୀ ଏବଂ ମହିଳାଙ୍କ ସମାରୋହ ଆଡ଼କୁ ଚାହିଁ ଚନ୍ଦ୍ରବାବୁ ନାଇଡୁ ନିରବରେ ବସିଥିଲେ। ଆନ୍ଧ୍ର ପାଇଁ ନ୍ୟାୟ ଲେଖା ଯାଇଥିବା ପ୍ଲାକାର୍ଡ ଧରି ଲୋକେ ମଞ୍ଚ ପାଖରେ ଚଲାବୁଲା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe