Andrew Scheer: ତେଲ,ଗ୍ୟାସ୍ ପାଇଁ କାନାଡାକୁ ଭିକ୍ଷା ମାଗୁଛି ଭାରତ, ବିବାଦୀୟ ବୟାନ ଦେଇ ଫସିଲେ ଆଣ୍ଡ୍ରୁ ସ୍କିୟର

Advertisment
New Project (7)

Andrew Scheer Photograph: (sambad.in)

ନୂଆଦିଲ୍ଲୀ: କାନାଡାର ବିରୋଧୀ ଦଳ ନେତା ତଥା ସାଂସଦ ଆଣ୍ଡ୍ରୁ ସ୍କିୟର ଭାରତକୁ ନେଇ ସୋସିଆଲ ମିଡିଆରେ ଏକ ବିବାଦୀୟ ବୟାନ ଦେଇଛନ୍ତି। ସ୍କିୟର ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି, ଭାରତ କାନାଡାର ତେଲ ଓ ଗ୍ୟାସ କିଣିବା ପାଇଁ ଭିକ୍ଷା ମାଗୁଛି। ସ୍କିୟରଙ୍କ ବୟାନ ପରେ କାନାଡ଼ାକୁ ଆଇନା ଦେଖାଇଛି ଭାରତ।

ଭାରତ ବିଷୟରେ ଆଣ୍ଡ୍ରୁ ସ୍କିୟରଙ୍କ ମନ୍ତବ୍ୟ ପ୍ରତିକ୍ରିୟା ସୃଷ୍ଟି କରିଛି। ବିଶିଷ୍ଟ ପ୍ରଡକାଷ୍ଟର କୁଶଲ ମେହରା ଏକ୍ସରେ ଲେଖିଛନ୍ତି, "ଏହି ବ୍ୟକ୍ତିଙ୍କୁ ଲାଗୁଛି ଯେ ''ଭାରତ କାନାଡାର ତେଲ ଓ ଗ୍ୟାସ୍ ପାଇଁ ଭିକ୍ଷା ମାଗୁଛି'' ଏବଂ ଏଭଳି ଶବ୍ଦ ବ୍ୟବହାର କରିବା ଦ୍ୱାରା କାନାଡା ଲୋକଙ୍କ ଲାଭ ହେବ। କିନ୍ତୁ ସେ ଭୁଲିଯାଉଛନ୍ତି ଯେ ଭାରତ ତେଲ ଓ ଗ୍ୟାସ୍ ପାଇଁ ଟଙ୍କା ଦେବ, ଏଥିରେ କୌଣସି ଭିକ୍ଷା ମାଗିଲା ଭଳି କଥା ନାହିଁ।"

ଭୂରାଜନୀତି ବିଶେଷଜ୍ଞ ପ୍ରିୟଙ୍କା, ସ୍କିୟରଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି, କାନାଡା ନିଜେ ଆଣ୍ଠୁ ମାଡ଼ି ଭାରତକୁ ଭିକ ମାଗୁଥିବା ବେଳେ ଭାରତକୁ ବିରୋଧରେ ଏପରି ବୟାନ ଦେଉଛି। କାନାଡା ଏପରି କରି କେଉଁଠି ନା କେଉଁଠି ଆମେରିକାର ଟାରିଫ୍ ମାଡ଼ରୁ ବଞ୍ଚିବାକୁ ଚାହୁଛି ଏବଂ ଆମେରିକାଠୁ ବିପଦ ଥିବା ତା’ର କିଛି ରାଜ୍ୟକୁ ବଞ୍ଚାଇବା ପାଇଁ ଚାହୁଛି।

ଉଲ୍ଲେଖଯୋଗ୍ୟ, କାନାଡାର ଶକ୍ତି ମନ୍ତ୍ରୀ ଟିମ୍ ହାଜସନ ଗତ ମାସ ଶେଷ ଭାଗରେ ଗୋଆରେ ଭାରତ ଶକ୍ତି ସପ୍ତାହରେ ଅଂଶଗ୍ରହଣ କରିଥିଲେ। ଭାରତରୁ ଫେରିବା ପରେ, ହାଜସନ କାନାଡା ମିଡିଆକୁ କହିଥିଲେ ଯେ, ଏନର୍ଜି ଶିପମେଣ୍ଟ ବୃଦ୍ଧି ଭାରତ ସହିତ ଏକ ଆର୍ଥିକ ସହଯୋଗ ଚୁକ୍ତି କରିବାରେ ବଡ଼ ଭୂମିକା ନେବ। ସେ ଆଶା ପ୍ରକାଶ କରି କହିଛନ୍ତି, ୨୦୩୦ ସୁଦ୍ଧା ଦୁଇ ଦେଶ ମଧ୍ୟରେ ବାର୍ଷିକ ବ୍ୟାପାର ଦୁଗୁଣା ହୋଇ ୭୦ ବିଲିୟନ୍ ଡଲାର ପହଞ୍ଚିପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe