Anganwadi Cook Saves Children: ମହୁମାଛି ଦଂଶନରେ ମୃତ୍ୟୁ ପୂର୍ବରୁ ୨୦ଜଣ ଶିଶୁଙ୍କ ଜୀବନ ରକ୍ଷା କଲେ ଅଙ୍ଗନବାଡ଼ି ରୋଷେୟା

Advertisment

ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାମାନେ ଖେଳୁଥିବା ସମୟରେ ହଠାତ୍‌ ମହୁମାଛି ଦଳ ମାଡ଼ି ଆସିଥିଲା। ଅଙ୍ଗନବାଡ଼ି କେନ୍ଦ୍ର ରୋଷେୟା କଞ୍ଚନ ବାଇ ମେଘୱାଲ ନିଜ ସୁରକ୍ଷା କଥା ଚିନ୍ତା ନ କରି ସେଠାରେ ପଡ଼ିଥିବା ତାରପୋଲିନ୍‌ ଓ ମ୍ୟାଟ୍‌ରେ ପିଲାଙ୍କୁ ଘୋଡ଼ାଇ ପିଲାଙ୍କ ଜୀବନ ରକ୍ଷା କରିଥି‌ଲେ।

ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାମାନେ ଖେଳୁଥିବା ସମୟରେ ହଠାତ୍‌ ମହୁମାଛି ଦଳ ମାଡ଼ି ଆସିଥିଲା। ଅଙ୍ଗନବାଡ଼ି କେନ୍ଦ୍ର ରୋଷେୟା କଞ୍ଚନ ବାଇ ମେଘୱାଲ ନିଜ ସୁରକ୍ଷା କଥା ଚିନ୍ତା ନ କରି ସେଠାରେ ପଡ଼ିଥିବା ତାରପୋଲିନ୍‌ ଓ ମ୍ୟାଟ୍‌ରେ ପିଲାଙ୍କୁ ଘୋଡ଼ାଇ ପିଲାଙ୍କ ଜୀବନ ରକ୍ଷା କରିଥି‌ଲେ।

New Project (2)

Anganwadi Cook Saves 20 Children From Bee Attack Photograph: (@sambad.in)

ଭୋପାଳ: ମଧ୍ୟପ୍ରଦେଶର ନିମଚ୍‌ ଜିଲ୍ଲା ରନପୁର ଗାଁରେ ଜଣେ ଅଙ୍ଗନବାଡ଼ି କେନ୍ଦ୍ରର ‌ରୋଷେୟାଙ୍କ ସାହସ ଓ ତ୍ୟାଗ ଯୋଗୁ ପାଖାପାଖି ୨୦ ଜଣ କୋମଳମତି ଶିଶୁଙ୍କ ଜୀବନ ବଞ୍ଚି ଯାଇଛି। ମାଦବାଡା ପଞ୍ଚାୟତରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାମାନେ ଖେଳୁଥିବା ସମୟରେ ହଠାତ୍‌ ମହୁମାଛି ଦଳ ମାଡ଼ି ଆସିଥିଲା। ଅଙ୍ଗନବାଡ଼ି କେନ୍ଦ୍ର ରୋଷେୟା କଞ୍ଚନ ବାଇ ମେଘୱାଲ ନିଜ ସୁରକ୍ଷା କଥା ଚିନ୍ତା ନ କରି ସେଠାରେ ପଡ଼ିଥିବା ତାରପୋଲିନ୍‌ ଓ ମ୍ୟାଟ୍‌ରେ ପିଲାଙ୍କୁ ଘୋଡ଼ାଇ ଅଙ୍ଗନବାଡ଼ି କେନ୍ଦ୍ର ଭିତରକୁ ନେଇଯାଇଥିଲେ। ମହୁମାଛି ଓ ପିଲାଙ୍କ ମଝିରେ କଞ୍ଚନ ବାଇ ଛିଡ଼ା ହୋଇ ସେମାନଙ୍କୁ ରକ୍ଷା କରିଦେଇଥିଲେ। ଶତାଧିକ ମହୁମାଛିଙ୍କ ଦଂଶନରେ କଞ୍ଚନ ବାଇଙ୍କ ମୃତ୍ୟୁ ହୋଇଥିଲା।

ଅଧିକପଢ଼ନ୍ତୁ:ଗଦ୍ଦାଫିଙ୍କ ପୁଅ ସୈଫ୍‌ ଅଲ୍‌ ଇସଲାମ୍‌ଙ୍କୁ ଗୁଳି କରି ହତ୍ୟା

ଶତାଧିକ ମହୁମାଛିଙ୍କ ଦଂଶନରେ ଅନଙ୍ଗବାଡ଼ି କେନ୍ଦ୍ର ରୋଷେୟାଙ୍କ ମୃତ୍ୟୁ

 ଗାଁଲୋକମାନେ ଅଙ୍ଗନବାଡ଼ି କେନ୍ଦ୍ରରେ ପହଞ୍ଚିବା ବେଳକୁ କଞ୍ଚନ ବାଇ ସବୁ ଶିଶୁଙ୍କୁ ରକ୍ଷା କରିପାରିଥିଲେ ମଧ୍ୟ ମହୁମାଛି ଦଂଶନରେ ନିଜେ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ। ତାଙ୍କୁ ତୁରନ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲା। ଡାକ୍ତର କଞ୍ଚନବାଇଙ୍କୁ ମୃତ ଘୋଷଣା କରିଥିଲେ। କଞ୍ଚନ ବାଇଙ୍କ ଶରୀରରେ ମହୁମାଛିଙ୍କ ଅଗଣିତ ଦଂଶନ ଚିହ୍ନ ତାଙ୍କ ସାହସର ପରିଚୟ ଥିଲା। କଞ୍ଚନ ବାଇ ସ୍ବୟଂ ସହାୟକ ଗୋଷ୍ଠୀର ମୁଖ୍ୟ ଥିବାବେଳେ ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। କଞ୍ଚନ ବାଇଙ୍କ ସ୍ବାମୀ ଶିବଲାଲ ପକ୍ଷାଘାତ ରୋଗୀ। ସେମାନଙ୍କର ଜଣେ ପୁଅ ଓ ଦୁଇଜଣ ଝିଅ ଅଛନ୍ତି। ଶବ ବ୍ୟବଚ୍ଛେଦ ପରେ ମଙ୍ଗଳବାର କଞ୍ଚନବାଇଙ୍କ ମୃତଦେହ ଗାଁରେ ପହଞ୍ଚି ଥିଲା। ସମସ୍ତେ ତାଙ୍କ ସାହସ ଓ ତ୍ୟାଗର ପ୍ରଶଂସା କରିଥିଲେ। ଗାଁରେ ମହୁମାଛିକୁ ନେଇ ଭୟର ବାତାବରଣ ରହିଛି। ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ଥିବା ମହୁମାଛି ବସା ହଟେଇବା ଓ କଞ୍ଚନଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ଅଧିକପଢ଼ନ୍ତୁ:ସମୁଦ୍ରରେ ଭାସି ଯାଉଥିବା ମା’ ଓ ଭାଇଭଉଣୀଙ୍କୁ ବଞ୍ଚାଇଲେ ୧୩ ବର୍ଷ ବାଳକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe