ଅଙ୍ଗନବାଡ଼ି କର୍ମୀଙ୍କୁ ମିଳିପାରେ ଶିକ୍ଷକ ଦାୟିତ୍ବ

Advertisment
ପଦୋନ୍ନତି ପାଇଲେ ୩୭୭ ସହକାରୀ ଶିକ୍ଷକ

The Hindu

ନୂଆଦିଲ୍ଲୀ: ଅଙ୍ଗନବାଡ଼ି କର୍ମୀଙ୍କୁ ପ୍ରି-ପ୍ରାଇମେରି ଶିକ୍ଷକ ଦାୟିତ୍ବ ମିଳିପାରେ। କେନ୍ଦ୍ର ସରକାର ଲାଗୁ କରିବାକୁ ଥିବା ନୂତନ ଶିକ୍ଷା ନୀତି ଅନୁଯାୟୀ ଏହି ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ ହେବାର ସମ୍ଭାବନା ରହିଛି। ଏହି ସମ୍ଭାବ୍ୟ ବ୍ୟବସ୍ଥା ଅନୁଯାୟୀ, ତିନିରୁ ଛଅ ବର୍ଷର ପିଲାମାନଙ୍କ ପାଇଁ ପ୍ରି-ପ୍ରାଇମେରି ପାଠ୍ୟକ୍ରମ ଆରମ୍ଭ କରାଯିବ। ଅଙ୍ଗନବାଡ଼ି କେନ୍ଦ୍ରକୁ ଏହି ଦାୟିତ୍ବ ପ୍ରଦାନ କରାଯିବ। ଫଳରେ, ଅଙ୍ଗନବାଡ଼ିରେ ନିଯୁକ୍ତ କର୍ମୀମାନେ ଏହି ଦାୟିତ୍ବ ନିର୍ବାହ କରି‌ବେ। ଏଥିପାଇଁ ଅଙ୍ଗନବାଡ଼ି କର୍ମକର୍ତ୍ତାଙ୍କ ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରଣ କରାଯିବ। ଏଥିସହିତ, ‌ସେମାନଙ୍କ ପାଇଁ ଆବଶ୍ୟକୀୟ ତାଲିମ୍‌ ପ୍ରଦାନ କରାଯିବ। ନ୍ୟାସନାଲ କାଉନ୍‌ସିଲ୍‌ ଫର ଟିଚର ଏଜୁକେଶନ (ଏନ୍‌ସିଟିଇ) ଅଙ୍ଗନବାଡି କାର୍ଯ୍ୟକର୍ତ୍ତାଙ୍କର ଶିକ୍ଷା ଯୋଗ୍ୟତା ନିର୍ଦ୍ଧାରଣ କାର୍ଯ୍ୟ ପ୍ରସ୍ତୁତ କରୁଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ଦେ‌ଶରେ ୧୩.୭୭ ଲକ୍ଷ ଅଙ୍ଗନବାଡ଼ି କାର୍ଯ୍ୟ କରୁଥିବାବେଳେ ଏଠାରେ କାର୍ଯ୍ୟରତ କର୍ମୀଙ୍କ ସର୍ବନିମ୍ନ ଯୋଗ୍ୟତା ୫ ଶ୍ରେଣୀ ପାଶ୍‌ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe