ଭିଡିଓ ରେକର୍ଡିଂ ପରେ ପିଲାଙ୍କୁ ଦେଇଥିବା ଅଣ୍ଡା ଛଡ଼ାଇ ନେଉଛନ୍ତି ଅଙ୍ଗନବାଡ଼ି କର୍ମୀ

ଭିଡିଓ ରେକର୍ଡିଂ ପରେ ପିଲାଙ୍କୁ ଦେଇଥିବା ଅଣ୍ଡା ଛଡ଼ାଇ ନେଉଛନ୍ତି ଅଙ୍ଗନବାଡ଼ି କର୍ମୀ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅଙ୍ଗନବାଡ଼ି ଦିଦିଙ୍କ ଆଶ୍ଚର୍ଯ୍ୟଜନକ କାମର ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିବା ପରେ ଅଙ୍ଗନବାଡ଼ି କର୍ମୀଙ୍କୁ ନେଇ ଲୋକେ ତୀବ୍ର ସମାଲୋଚନା କରୁଛନ୍ତି।

ସୂଚନାଯୋଗ୍ୟ, କିଛି ଅଙ୍ଗନବାଡ଼ି କର୍ମଚାରୀ ପିଲାଙ୍କୁ ଅଣ୍ଡା ନଦେଇ ସେମାନଙ୍କ ଅଣ୍ଡା ନେଇଯାଉଥିବା ନେଇ ଅଭିଯୋଗ ହୋଇଥିଲା। ଏହାପରେ ଜିଲ୍ଲାପାଳ ନିୟମ ଜାରି କରି କହିଥିଲେ ଅଙ୍ଗନବାଡ଼ି କେନ୍ଦ୍ରରେ ଯେଉଁଦିନ ପିଲାଙ୍କୁ ଅଣ୍ଡା ଦେବାର ଅଛି ସେଦିନ ଭିଡିଓ ରେକର୍ଡିଂ ହେବ।

ଏହି ନିୟମକୁ ପାଳନ କରିବାକୁ ଯାଇ କର୍ଣ୍ଣାଟକର କୋପାଲ ଜିଲ୍ଲାର ଏକ ଅଙ୍ଗନବାଡି କେନ୍ଦ୍ରର ଦୁଇଜଣ ଅଙ୍ଗନବାଡ଼ି କର୍ମୀ ଚତୁରତା ଦେଖାଇଥ‌ିଲେ। ଯାହାକି ତାଙ୍କୁ ମହଙ୍ଗା ପଡ଼ିଯାଇଛି।

ଅଭିଯୋଗ ହୋଇଛି କି, ପିଲାଙ୍କୁ ଅଣ୍ଡା ଖାଇବାକୁ ଦିଆଯିବା ସମୟରେ ଭିଡିଓ ରେକର୍ଡିଂ ହୋଇଥିଲା। ତେବେ ଭିଡିଓ ରେକର୍ଡିଂ ଶେଷହେବାପରେ ଅଙ୍ଗନବାଡି କର୍ମୀ ଲକ୍ଷ୍ମୀ ଓ ଶାଇନାଜ ବେଗମ୍‌ ପିଲାଙ୍କ ଥାଳିରୁ ଅଣ୍ଡା ଛଡାଇ ନେଇଥିଲେ।

ଏହି ଘଟଣାପରେ ଅଙ୍ଗନବାଡି ଲକ୍ଷ୍ମୀ ଓ ଶାଇନାଜ ବେଗମ୍‌ଙ୍କୁ ଚାକିରିରୁ ନିଲମ୍ବିତ କରାଯିବା ସହିତ ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ଅଧିକାରୀ ଗୁଣ୍ଡୁର ଗାଁର ସ୍କୁଲ କର୍ମଚାରୀ ତଥା ଅଙ୍ଗନବାଡିକର୍ମୀଙ୍କୁ କାରଣ ଦର୍ଶାଅ ନିର୍ଦ୍ଦେଶ ଜାରି କରାଯାଇଛି।

‌ଏହି ଘଟଣା ସାମ୍ନାକୁ ଆସିବା ପରେ ଜିଲ୍ଲା ଦୌରା ଜଜ୍‌ ଜଷ୍ଟିସ୍‌ ସି ଚନ୍ଦ୍ରଶେଖରଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଇଥିଲା। ଏହି ଟିମ କୋପାଲ ଜିଲ୍ଲା ୫୩ଟି ଅଙ୍ଗନବାଡି କେନ୍ଦ୍ର ପରଦର୍ଶନ କରିଥିଲା। ପରିଦର୍ଶନ ସମୟରେ ୫୩ଟି ଅଙ୍ଗନବାଡିରୁ ସମାନ ଅଭିଯୋଗ ପରେ ଜିଲ୍ଲା ଦୌରା ଜଜ୍‌ ଆଶ୍ଚର୍ଯ୍ୟ ହୋଇ ଏଦିଗରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe