ଆଞ୍ଜେଲିନା ମଦ କମ୍ପାନିର ଅଧା ବିକ୍ରି କରି ବ୍ୟବସାୟରେ କ୍ଷତି ପହଞ୍ଚାଇଛନ୍ତି: ବ୍ରାଡ୍‌ ପିଟ୍‌

Advertisment
ଆଞ୍ଜେଲିନା ମଦ କମ୍ପାନିର ଅଧା ବିକ୍ରି କରି ବ୍ୟବସାୟରେ କ୍ଷତି ପହଞ୍ଚାଇଛନ୍ତି: ବ୍ରାଡ୍‌ ପିଟ୍‌

India Today

ମୁମ୍ବାଇ: ବ୍ରାଡ୍‌ ପିଟ୍‌ ତାଙ୍କ ପୂର୍ବତନ ପତ୍ନୀ ଆଞ୍ଜେଲିନା ଜୋଲି ଜଣେ ଅଜଣା ବ୍ୟକ୍ତିଙ୍କୁ ତାଙ୍କ ମଦ କମ୍ପାନିର ଅଧା ବିକ୍ରି କରି ବ୍ୟବସାୟର ପ୍ରତିଷ୍ଠାରେ କ୍ଷତି ପହଞ୍ଚାଇଥିବା ଅଭିଯୋଗ କରିଛନ୍ତି। ଅନ୍ୟର ବିନା ଅନୁମତିରେ ଚାଟୋ ମିରାଭାଲରେ ସେମାନଙ୍କ ସେୟାର ବିକ୍ରୟ ନ କରିବା ପାଇଁ ପୂର୍ବ ଦମ୍ପତିଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଥିଲା। ଅବଶ୍ୟ, ଅଲିଗାର୍କ ୟୁରୀ ଶେଫଲରଙ୍କ ଦ୍ୱାରା ନିୟନ୍ତ୍ରିତ ସ୍ପିରିଟ୍ସ ନିର୍ମାତା ଷ୍ଟୋଲି ଗ୍ରୁପ୍‌ର ଏକ ୟୁନିଟରେ ନିଜର ଅଂଶଧନ ବିକ୍ରି କରି ଆଞ୍ଜେଲିନା ଚୁକ୍ତି ଭଙ୍ଗ କରିଥିଲେ। ବର୍ତ୍ତମାନ ବ୍ରାଡ୍‌ ପିଟ୍‌ ଦାବି କରିଛନ୍ତି ଯେ ତାଙ୍କ ପୂର୍ବତନ ପତ୍ନୀ ଉଦ୍ଦେଶ୍ୟମୂଳକ ଭାବେ ମଦ କମ୍ପାନୀର ଅଧା ବିକ୍ରୟ କରି ତାଙ୍କର ଅନିଷ୍ଟ କରିବାକୁ ଚେଷ୍ଟା କରିଛନ୍ତି।

ବ୍ରାଡ୍‌ ପିଟ୍‌ ତାଙ୍କ ପୂର୍ବତନ ପତ୍ନୀ ଆଞ୍ଜେଲିନା ଜୋଲି ଗତ ଫେବ୍ରୁଆରିରେ ରୁଷ୍‌ର ଜଣେ ବ୍ୟବସାୟୀଙ୍କ ନିକଟରୁ କିଣିଥିବା ଏକ ବିଦେଶୀ ମଦ କମ୍ପାନିର ଅଂଶଧନ ବିକ୍ରି କରିଥିବାର ଅଭିଯୋଗ କରିଥିଲେ। ଏହି ଦମ୍ପତି ବିବାହ କରିଥିଲେ ଏବଂ ଦକ୍ଷିଣ ଫ୍ରାନ୍ସର ଦ୍ରାକ୍ଷାକ୍ଷେତ୍ର ଏବଂ ଚାଟ୍ୟୁ ମିରାଭାଲ ଘରେ ଅନେକ ପାରିବାରିକ ଛୁଟି କଟାଇଥିଲେ। ଲସ୍ ଆଞ୍ଜେଲସ୍ କାଉଣ୍ଟି ସୁପିରିଅର କୋର୍ଟରେ ଦାଖଲ ହୋଇଥିବା ଡକ୍ୟୁମେଣ୍ଟରେ ଅଭିନେତାଙ୍କ ଲିଗାଲ୍ ଟିମ୍ ଲେଖିଛନ୍ତି, ଚାଟ୍ୟୁ ମିରାଭାଲ୍ ତାଙ୍କର ଉତ୍ସାହ ପ୍ରୋଜେକ୍ଟ। ଯାହା ଏକ ମଲ୍ଟି ମିଲିୟନ୍ ଡଲାରର ବୈଶ୍ବିକ ବ୍ୟବସାୟରେ ପରିଣତ ହୋଇଛି। ତାଙ୍କ ପରିଶ୍ରମ ଦ୍ବାରା ଉତ୍ପାଦିତ ରୋଜ୍‌ ୱାଇନ୍‌ ସମଗ୍ର ବିଶ୍ବରେ ସମ୍ମାନିତ ଉତ୍ପାଦକ ଅଟେ। ବ୍ୟବସାୟର ସଫଳତା ପାଇଁ ଆଞ୍ଜେଲିନାଙ୍କର କିଛି ଯୋଗଦାନ ନାହିଁ ବୋଲି ବ୍ରାଡ ପିଟ ଦାବି କରିଛନ୍ତି। ଅଭିନେତା ଆର୍ଥିକ ଦୃଷ୍ଟିରୁ କ୍ଷତିପୂରଣ ମାଗିଛନ୍ତି ଏବଂ ଚୁକ୍ତି ଉଲ୍ଲଂଘନ କରି ତାଙ୍କ ପୂର୍ବତନ ପତ୍ନୀଙ୍କ ଦ୍ୱାରା କରାଯାଇଥିବା ବିକ୍ରୟକୁ ରଦ୍ଦ ଘୋଷଣା କରାଯାଉ ବୋଲି ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe